ପୂର୍ବତନ ଶାଖା ପରିଚାଳକଙ୍କ ନାମରେ ମାମଲା

ବଇଣ୍ଡା,୨୯।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା, ବାସୁଦେବପୁର, ଅଲେଖପୁର ଆଦି ଗ୍ରାମର ଚାଷୀଙ୍କ ଦସ୍ତଖତ ନେଇ ଠାକୁରଗଡ଼ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରାଯାଇଥିବା ଘଟଣାରେ ମଙ୍ଗଳବାର ଠାକୁରଗଡ଼ ପୋଲିସ ଏକ ମାମଲା ରୁଜୁ କରିଛି। ଅମାସମା ଗ୍ରାମର ଚାଷୀ ପ୍ରସନ୍ନ ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୮/୨୦ରେ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଶାଖା ପରିଚାଳକ ଓ ପୁରୁଣାପାଣି ଗ୍ରାମର ପ୍ରସନ୍ନ ସାହୁଙ୍କ ନାମରେ ମାମଲା ରୁଜୁ କରିଛି।
ଠାକୁରଗଡ଼ ଥାନା ଆଇଆଇସି ଗବାକ୍ଷ ନାୟକ କହିଛନ୍ତି, ପୁରୁଣାପାଣି ଗ୍ରାମର ପ୍ରସନ୍ନ ସାହୁ ଓ ଉକ୍ତ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଶାଖା ପରିଚାଳକ ମିଶି ଚାଷୀଙ୍କ ନାମରେ ୨୦୧୨ ଓ ୨୦୧୩ ମସିହାରେ କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ ଉଠାଣ କରିଛନ୍ତି। ଏ ନେଇ ଅମାସମା ଗ୍ରାମର ପ୍ରସନ୍ନ ବେହେରାଙ୍କ ସମେତ ସେହି ଗ୍ରାମର ଲକ୍ଷ୍ମଣ ସାହୁ, ରାଜନ ପ୍ରଧାନ, ସୁରେଶ ସାହୁ, ଗୌରାଙ୍ଗ ପ୍ରଧାନ, ଅନାମ ପ୍ରଧାନ, କୃଷ୍ଣ ପ୍ରଧାନ, ଶରଣ ପ୍ରଧାନ, ଉମ୍ବର ସାହୁ, ରବୀନ୍ଦ୍ର ପ୍ରଧାନ, ବାସୁ ବେହେରା, ଭଜମନ ବେହେରା, ଶ୍ରୀରାମ ବେହେରା, ଜନକ ବେହେରା, ପ୍ରକାଶ ନାୟକ, ମଙ୍ଗୁଳୁ ନାୟକ, ମାର୍କଣ୍ଡ ନାୟକ, ମଦନ ନାୟକ, ଉଦ୍ଧବ ନାୟକ, ଅଲେଖପୁର ଗ୍ରାମର ଯାଦବ ସାହୁ, କୈଳାସ ପ୍ରଧାନ, ସୌରା ପ୍ରଧାନଙ୍କ ନାମରେ ବ୍ୟାଙ୍କରୁ ଋଣ ଉଠାଣ କରାଯାଇଛି। ଏମାନଙ୍କ ଋଣ କରାଯାଇଥିବା ଫର୍ମ ମାଧ୍ୟମରେ ଦସ୍ତଖତ କରାଯାଇ କୋଟି କୋଟି ଟଙ୍କାର ଋଣ ଉଠାଯାଇଛି। ଦୀର୍ଘ ୮ ବର୍ଷ ତଳେ ଋଣ ଉଠାଣ କରାଯାଇଥିବାବେଳେ ଏହା ପରିଶୋଧ କରାଯାଇ ନ ଥିଲା। ଫଳରେ ବ୍ୟାଙ୍କ ପକ୍ଷରୁ ତା. ୧୭।୧।୨୦୨୦ରେ ଋଣ ନେଇଥିବା ସମସ୍ତ ଚାଷୀଙ୍କୁ ପରିଶୋଧ ପାଇଁ ନୋଟିସ ଜାରି କରାଯାଇଥିଲା। ନୋଟିସ ପାଇବା ପରେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। ପରେ ଦସ୍ତଖତ ନେଇଥିବା ପୁରୁଣାପାଣି ଗ୍ରାମର ପ୍ରସନ୍ନ ସାହୁଙ୍କୁ ନୋଟିସ ପାଇଥିବା ଚାଷୀମାନେ ପଚାରିଥିଲେ। ହେଲେ ଏହି ନୋଟିସ କିଛି ନୁହେଁ ବୋଲି ପ୍ରସନ୍ନ କହିବା ସହ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ପରେ ଚାଷୀମାନେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୩ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri