ପୂର୍ବତନ ଶାଖା ପରିଚାଳକଙ୍କ ନାମରେ ମାମଲା

ବଇଣ୍ଡା,୨୯।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା, ବାସୁଦେବପୁର, ଅଲେଖପୁର ଆଦି ଗ୍ରାମର ଚାଷୀଙ୍କ ଦସ୍ତଖତ ନେଇ ଠାକୁରଗଡ଼ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରାଯାଇଥିବା ଘଟଣାରେ ମଙ୍ଗଳବାର ଠାକୁରଗଡ଼ ପୋଲିସ ଏକ ମାମଲା ରୁଜୁ କରିଛି। ଅମାସମା ଗ୍ରାମର ଚାଷୀ ପ୍ରସନ୍ନ ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୮/୨୦ରେ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଶାଖା ପରିଚାଳକ ଓ ପୁରୁଣାପାଣି ଗ୍ରାମର ପ୍ରସନ୍ନ ସାହୁଙ୍କ ନାମରେ ମାମଲା ରୁଜୁ କରିଛି।
ଠାକୁରଗଡ଼ ଥାନା ଆଇଆଇସି ଗବାକ୍ଷ ନାୟକ କହିଛନ୍ତି, ପୁରୁଣାପାଣି ଗ୍ରାମର ପ୍ରସନ୍ନ ସାହୁ ଓ ଉକ୍ତ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଶାଖା ପରିଚାଳକ ମିଶି ଚାଷୀଙ୍କ ନାମରେ ୨୦୧୨ ଓ ୨୦୧୩ ମସିହାରେ କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ ଉଠାଣ କରିଛନ୍ତି। ଏ ନେଇ ଅମାସମା ଗ୍ରାମର ପ୍ରସନ୍ନ ବେହେରାଙ୍କ ସମେତ ସେହି ଗ୍ରାମର ଲକ୍ଷ୍ମଣ ସାହୁ, ରାଜନ ପ୍ରଧାନ, ସୁରେଶ ସାହୁ, ଗୌରାଙ୍ଗ ପ୍ରଧାନ, ଅନାମ ପ୍ରଧାନ, କୃଷ୍ଣ ପ୍ରଧାନ, ଶରଣ ପ୍ରଧାନ, ଉମ୍ବର ସାହୁ, ରବୀନ୍ଦ୍ର ପ୍ରଧାନ, ବାସୁ ବେହେରା, ଭଜମନ ବେହେରା, ଶ୍ରୀରାମ ବେହେରା, ଜନକ ବେହେରା, ପ୍ରକାଶ ନାୟକ, ମଙ୍ଗୁଳୁ ନାୟକ, ମାର୍କଣ୍ଡ ନାୟକ, ମଦନ ନାୟକ, ଉଦ୍ଧବ ନାୟକ, ଅଲେଖପୁର ଗ୍ରାମର ଯାଦବ ସାହୁ, କୈଳାସ ପ୍ରଧାନ, ସୌରା ପ୍ରଧାନଙ୍କ ନାମରେ ବ୍ୟାଙ୍କରୁ ଋଣ ଉଠାଣ କରାଯାଇଛି। ଏମାନଙ୍କ ଋଣ କରାଯାଇଥିବା ଫର୍ମ ମାଧ୍ୟମରେ ଦସ୍ତଖତ କରାଯାଇ କୋଟି କୋଟି ଟଙ୍କାର ଋଣ ଉଠାଯାଇଛି। ଦୀର୍ଘ ୮ ବର୍ଷ ତଳେ ଋଣ ଉଠାଣ କରାଯାଇଥିବାବେଳେ ଏହା ପରିଶୋଧ କରାଯାଇ ନ ଥିଲା। ଫଳରେ ବ୍ୟାଙ୍କ ପକ୍ଷରୁ ତା. ୧୭।୧।୨୦୨୦ରେ ଋଣ ନେଇଥିବା ସମସ୍ତ ଚାଷୀଙ୍କୁ ପରିଶୋଧ ପାଇଁ ନୋଟିସ ଜାରି କରାଯାଇଥିଲା। ନୋଟିସ ପାଇବା ପରେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। ପରେ ଦସ୍ତଖତ ନେଇଥିବା ପୁରୁଣାପାଣି ଗ୍ରାମର ପ୍ରସନ୍ନ ସାହୁଙ୍କୁ ନୋଟିସ ପାଇଥିବା ଚାଷୀମାନେ ପଚାରିଥିଲେ। ହେଲେ ଏହି ନୋଟିସ କିଛି ନୁହେଁ ବୋଲି ପ୍ରସନ୍ନ କହିବା ସହ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ପରେ ଚାଷୀମାନେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶାଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

ବର୍ଷେ ହେଲା ପ୍ରେମିକାଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ: ଗର୍ଭବତୀ ହେବାରୁ…

ନୀଳଗିରି,୨୧।୩(ପ୍ରଶାନ୍ତ ବିଶ୍ୱାଳ):ପ୍ରେମିକାଙ୍କୁ ଗର୍ଭବତୀ ପରେ ପ୍ରତାରଣା। ବିବାହର ମିଛ ପ୍ରତିଶ୍ରୁତି ଦେଇ ବର୍ଷେ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକା ଗର୍ଭବତୀ ହେବା ପରେ…

ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ମୁଖା ପିନ୍ଧା ଯୁବକ: ସ୍ବାମୀଙ୍କୁ ଲାତ ମାରି…

ଝାରସୁଗୁଡା,୨୧।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ସରବାହାଲ ତଳିପଡାଠାରେ ଭଡା ରହୁଥିବା ଧୀରେନ୍ଦ୍ର ମହାରଣାଙ୍କ ଘରକୁ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖା ପିନ୍ଧି ଏକ ବାଇକରେ…

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri