ପୂର୍ବ ଭାରତ ବିକାଶର ରୋଡ୍‌ ମ୍ୟାପ୍‌ରେ ଓଡ଼ିଶା:  ମୋଦି ସରକାରଙ୍କ ଦ୍ୱିତୀୟଥର ପ୍ରଥମବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୪।୬- କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂରଣ ହୋଇଛି। ଗୋଟିଏ ବର୍ଷରେ କେନ୍ଦ୍ରୀୟସ୍ତରରେ ହୋଇଥିବା ନିଷ୍ପତ୍ତି ଭାରତ ଇତିହାସର କେବେବି ସମ୍ଭବ ହୋଇ ନ ଥିଲା। ତତ୍‌ସହିତ ଓଡ଼ିଶା ପାଇଁ ମଧ୍ୟ ମୋଦି ସରକାର ଗୋଟିଏ ବର୍ଷରେ ଅନେକ ନିଷ୍ପତ୍ତି ନେଇଛନ୍ତି। ଯାହା ଓଡ଼ିଶାବାସୀଙ୍କ ସ୍ମରଣୀୟ ହୋଇ ରହିବ। ମୁଖ୍ୟତଃ ମୋଦିଙ୍କ ଫୋକସ୍‌ରେ ପୂର୍ବଭାରତ ବିକାଶର ରୋଡ ମ୍ୟାପ୍‌ରେ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିବା ବୁଧବାର ପୂର୍ବାହ୍ନରେ ଆଇଟିଆଇସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରକାଶ କରିଥିଲେ।
୨୦୧୯ରେ ଓଡ଼ିଶାକୁ ଆସିଥିବା ‘ଫନି’ ମହାବାତ୍ୟା ଠାରୁ ଆରମ୍ଭ କରି ଚଳିତବର୍ଷର ‘ଅମ୍ଫନ’ ମହାବାତ୍ୟାରେ କେନ୍ଦ୍ରସରକାର ସହାୟତାର ହାତ ବଢ଼ାଇ ପ୍ରଧାନମନ୍ତ୍ରୀ ପ୍ରଶଂସିତ ହୋଇଛନ୍ତି। କେନ୍ଦ୍ରସରକାରଙ୍କ ଟିକସ ରାଜ୍ୟ ଅଂଶ ବାବଦରେ ଓଡ଼ିଶାରୁ ପାଇଥିବା ଟିକସ ଠାରୁ ଯଥେଷ୍ଟ ଅଧିକ ଅନୁଦାନ ସହାୟତା କରିଛନ୍ତି। ସେହିପରି ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ରସରକାର ରାଜ୍ୟସରକାରଙ୍କୁ ସହଯୋଗ କରିବା ସହିତ ୩ଲକ୍ଷ ୩୦ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାରେ ସହଯୋଗ କରିଛନ୍ତି।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲାରେ ୧ହଜାରରୁ ଉର୍ଦ୍ଧ୍ୱ ପୋଖରୀ ଖୋଳି ମାଛ ଚାଷ କରିବା ପାଇଁ କେନ୍ଦ୍ରସରକାରଙ୍କ ଦ୍ୱାରା ଏକ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରାଯିବ। ଏଥିରେ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ କର୍ମନିଯୁକ୍ତି ପାଇପାରିବେ। ରସାଳପୁର ବିମାନବନ୍ଦର କାର୍ଯ୍ୟକ୍ଷମ, ସେରଗଡ଼ରୁ ଝରଣାଘାଟି ରାସ୍ତାର ପ୍ରଶସ୍ତିକରଣ, ପର୍ଯ୍ୟଟନସ୍ଥଳୀକୁ ସୌନ୍ଦର୍ଯ୍ୟ ଓ ଆଧୁନିକୀକରଣ, ଆୟୁଷ ହସ୍ପିଟାଲ ପ୍ରତିଷ୍ଠା, କୋୟାର ବୋର୍ଡ଼ ତରଫରୁ ବାଲେଶ୍ୱର ଜିଲାର ଭୋଗରାଇ ଓ ନୀଳଗିରି ଠାରେ ଡିପ୍ଲୋମା କୋର୍ସ ଖୋଲାଯାଇ ୧୫ମାସ ପ୍ରଶିକ୍ଷଣ ଦେଇ ନିଯୁକ୍ତି ସୂଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ରାଇସ୍‌ମିଲ୍‌ କ୍ଲଷ୍ଟର, ବିଭିନ୍ନ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌କରଣ, ଭୂତ୍ତଳ ଜଳର ଅନୁଧ୍ୟାନ, ‘ହର୍‌ ଘର୍‌ ଜଲ୍‌ ହର୍‌ ଘର୍‌ ନଲ୍‌’ ଯୋଜନାରେ ସମଗ୍ର ଜିଲାରେ ପାନୀୟଜଳର ବ୍ୟବସ୍ଥା, ଉଠାଦୋକାନୀଙ୍କୁ ଥଇଥାନ, ଜିଲାରେ ୨ଟି ହାଇଟେକ୍‌ନିକ୍‌ ଫିସ୍‌ ମାର୍କେଟ୍‌, ନୀଳଗିରିରେ ବନ୍ଦ ପଡ଼ିଥିବା ପୁରାତନ ସ୍ଲିପର ଫ୍ୟାକ୍ଟ୍ରିର ପୁନରୁଦ୍ଧାର, ଚାନ୍ଦିପୁର ଓ ବାହାବଳପୁର ଠାରେ ୨ଟି ଫିସିଂ ହର୍ବଲ ପ୍ରତିଷ୍ଠା, ୨ଶହ କୁମ୍ଭାକାରଙ୍କୁ ଯନ୍ତ୍ରଚାଳିତ ଚକ ଓ ମାଟିଗୁଲା ପ୍ରଦାନ, ବାଲେଶ୍ୱରରୁ ନୀଳଗିରି ପାସେଞ୍ଜର ଟ୍ରେନ୍‌ ଚାଲିବା ବ୍ୟବସ୍ଥା ଭଳି ପ୍ରକଳ୍ପର କାର୍ଯ୍ୟ ୧ବର୍ଷ ଭିତରେ କରିଥିବାର କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି। ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସିମୁଳିଆ ଭାଜପା ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା, ବସ୍ତା ଭାଜପା ବିଧାୟକ ପ୍ରାର୍ଥୀ ରଘୁନାଥ ମହାନ୍ତି, ଭୋଗରାଇ ଭାଜପା ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସୋର ଭାଜପା ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri