ପୂଜା ଦୋକାନ ଦେଇଛି ଋଷିବରଙ୍କୁ ଜିଇବାର ସାଧନ

କେନ୍ଦୁଝର,୨।୯(ସ୍ବ.ପ୍ର.)- ନିଷ୍ଠା ଓ ଦୃଢ ଆତ୍ମ ବିଶ୍ୱାସ ତାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି। ଚାକିରି ମୋହ ଛାଡି ସେ ତାଙ୍କ ବାପାଙ୍କ ପୂଜା ଦୋକାନକୁ ଭରସା କରି ବ୍ୟବସାକୁ ବଢାଇ ପାରିଛନ୍ତି। ପୂଜା ପାର୍ବଣ, ଯାନି ଯାତ୍ରା ସମୟରେ ଲୋକଙ୍କୁ ଚାହିଦା ମୁତାବକ ବିଭିନ୍ନ ପୂଜା ସାମଗ୍ରୀ ଯୋଗାଇ ସେ ନିଜର ଏକ ଛୋଟ ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହନ୍ତି ୨୮ ବର୍ଷର ଯୁବକ ଋଷିବର ଦେହୁରୀ ।
ଋଷିବରଙ୍କ ଘର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମରେ । ସେ ଯୁକ୍ତ ୩ କଳା ପାଠପଢା ସାରି କିଛିଦିନ ଚାକିରି ପଛରେ ଧାଇଁଥିଲେ। ଚାକିରି ନ ମିଳିବାରୁ ଜୀଇବା ଲାଗି ସେ ବାପାଙ୍କ ଛୋଟ ପୂଜା ଦୋକାନରେ ବ୍ୟବସାୟ କରିବାକୁ ମନ ବଳାଇଥିଲେ। ଆଜକୁ ୭ବର୍ଷ ହେବ ସେ ଏହି ଦୋକାନ ଭାର ହାତକୁ ନେଇ ଗ୍ରାହକମାନଙ୍କ ସହ ସମ୍ପର୍କ ରଖି ବେପାର କରି ଆସୁଛନ୍ତି। ଋଷିବର କହନ୍ତି,
ତାଙ୍କ ବାପା ଦୀର୍ଘ ୪୨ ବର୍ଷ ତଳେ ପଦ୍ମପର ବଜାର ରାସ୍ତା କଡ଼ରେ ଏକ ଛୋଟ ପୂଜା ଦୋକାନ ଆରମ୍ଭ କରିଥିଲେ । ୨୦ନମ୍ବର ରାଜପଥ ଦୁଇଭାଗ ଚ଼ଉଡ଼ା ହେବା ପରେ ସେ ପଦ୍ମପୁର ଆର୍‌ ଏମ ସି ବଜାର ନିକଟ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଚଳାଇଛନ୍ତି। ସରଳ ମନୋଭାବ ଓ ସୁୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରି ତାଙ୍କ ବ୍ୟାବସାୟିକ ସଫଳତାର ଚାବିକାଠି ସାଜିଛି। ତାଙ୍କ ବାପା କେଶବ ଚ଼ନ୍ଦ୍ର ଦେହୁରୀ ବାର୍ଦ୍ଧକ୍ୟର ଅସହାୟତା ସତ୍ତ୍ୱେ ଦୋକାନ ଦେଖାଶୁଣା କରି ତାଙ୍କୁ ସହାୟତା କରୁଛନ୍ତି। ଆଖପାଖ ଅଞ୍ଚଳର ଲୋକେ ଯେ କୌଣସି ବିବାହ ବ୍ରତ ହେଉ କି ମେଳା, ଶୁଦ୍ଧି କ୍ରିୟା ହେଉକି ଶନିମେଳା ସବୁ ପ୍ରକାର ପୂଜାକାର୍ଯ୍ୟ ଲାଗି ତାଙ୍କ ଦୋକାନକୁ ଧାଇଁ ଆସନ୍ତି ା ନଡ଼ିଆ, କଦଳୀ, ସିନ୍ଦୁର, କରିଆ, ଧୂପ, ଧୂଣା, ଧାନମୁଠି, ମାଠିଆ, ଫୁଲମାଳ, ଥାଳି, ଦୀପ, ଘିଅ, ଜଡ଼ାତେଲ, ସୋରିଷତେଲ, ବିବାହ ସାମଗ୍ରୀ, ଖଲି, ଚ଼ଉପତି ସାଙ୍ଗକୁ ବିଭିନ୍ନ ଠାକୁର ଫଟୋ ଓ ମୂର୍ତ୍ତି ରଖି ସେ ବିକ୍ରି କରୁଛନ୍ତି। ଏଥିଲାଗି ବିଭିନ୍ନ ବଜାର ବୁଲି ପୂଜା ସାମଗ୍ରୀ ସଂଗ୍ରହ କରିବା ଓ ତାକୁ ବିକ୍ରି କରିବା ଲାଗି ଅନେକ ପରିଶ୍ରମ କରିବାକୁ ପଡିଥାଏ। ହେଲେ ଏଭଳି ପରିଶ୍ରମ ତାଙ୍କୁ ରୋଜଗାର କ୍ଷମ କରି ଦେଇଛଇ ଜିଇବାର ସାଧନ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

ଆପଣଙ୍କ e-KYC ଅପଡେଟ୍ ଅଛି ତ? ଖୁବଶୀଘ୍ର ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି

ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri