Posted inଜାତୀୟ

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୮।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଅବନ୍ତିପୋରା ଅଞ୍ଚଳର ପଞ୍ଚ୍‌ଗାଓ୍ବଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ମାତ୍ର ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ଶୌକତ ଅହମ୍ମଦ ବୋଲି କୁହାଯାଉଛି। ଏଠାରେ ସିଆରପିଏଫ୍‌ ୧୩୦ ବାଟାଲିୟନ୍‌, ଆର୍‌ଆର୍‌ ୫୫ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଏନକାଉଣ୍ଟର ପରେ ସୁରକ୍ଷା ଦୃଷ୍ଟିରୁ ଏଠାରେ ସାମୟିକ କଫ୍ୟୁ ଲାଗୁ କରାଯାଇଛି। ଅନନ୍ତନାଗରେ ମଧ୍ୟ ସର୍ଚ୍ଚ ଅପରେଶନ ଜାରି ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ସୁଯୋଗ ମିଳିବା ମାତ୍ରେ ନିଜ ସହଯୋଗୀଙ୍କ ପଛରେ ଛୁରି ମାରନ୍ତି, ଜାଣନ୍ତୁ କାହାକୁ ଏମିତି କହିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁରେ ଏକ ବିଶାଳ ବିଜୟ ରାଲିରେ ଯୋଗ ଦେଇଥିଲେ। ମୋଦି ସେଠାରେ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି।…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦମଦାର ଅଫର ଦେଲେ ମୋଦି, ମୋ ସହିତ ଯୋଗଦେବା….

ନୂଆଦିଲ୍ଲୀ,୧୦।୫: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମଧ୍ୟରେ ଏକ ଆକର୍ଷଣୀୟ ମତବିନିମୟ ହୋଇଥିଲା। ଏକ କାର୍ଯ୍ୟକ୍ରମରେ, ‘ଗୁଜରାଟ ମଡେଲ’ ବିଷୟରେ…

PM ମୋଦିଙ୍କୁ ଟାର୍ଗେଟ? ବେଙ୍ଗାଲୁରୁରେ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ହଇଚଇ

ବେଙ୍ଗାଲୁରୁ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଟ ଅଫ ଲିଭିଂ ସେଣ୍ଟର ଗସ୍ତ ପୂର୍ବରୁ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ପୋଲିସ ସୁରକ୍ଷା…

LPG ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବନି ସବସିଡି

ନୂଆଦିଲ୍ଲୀ,୧୦ା୫: କେନ୍ଦ୍ର ସରକାର LPG ସବସିଡି ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି । ବର୍ତ୍ତମାନ ଗ୍ରାହକ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କ ଆୟ ପ୍ରତିବର୍ଷ ୧୦ ଲକ୍ଷରୁ…

ବଦଳିବ ପୁରୁଣା ସରକାରୀ ଗାଡ଼ି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯୋଗାଇ ଦିଆଯିବ ବୁଲେଟ୍‌ପ୍ରୁଫ୍‌ ଗାଡ଼ି

ମୁମ୍ବାଇ,୧୦ା୫: ନୂଆଦିଲ୍ଲୀର ମହାରାଷ୍ଟ୍ର ସଦନରେ ବ୍ୟବହୃତ ପୁରୁଣା ସରକାରୀ ଗାଡ଼ି ବଦଳାଯିବା ସହ ନୂତନ ଗାଡ଼ି କିଣାକୁ ମହାରାଷ୍ଟ୍ର ସରକାର ଅନୁମୋଦନ କରିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ,…

ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା, ଧନବାଦରେ….

ନୂଆଦିଲ୍ଲୀ,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ଝାଡ଼ଖଣ୍ଡର ଧନବାଦ ସହିତ ଏକ ସମ୍ପର୍କ ସାମ୍ନାକୁ ଆସିଛି । ହତ୍ୟାକାରୀମାନେ ଅପରାଧ…

ଭୁଲ କଲେ କି ବିଜୟ? ଶପଥ ଗ୍ରହଣରେ ଭାଷଣ ଦେବା ଆରମ୍ଭ କରିବା ସମୟରେ କାହିଁକି ବାଧା ଦେଇଥିଲେ ରାଜ୍ୟପାଳ, ଜାଣନ୍ତୁ ଏହାର କାରଣ

ଚେନ୍ନାଇ,୧୦।୫: ତାମିଲନାଡୁ ସି. ଜୋସେଫଙ୍କ ନାମରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ପାଇଛି। ରବିବାର (୧୦ ମଇ, ୨୦୨୬), ବିଜୟ ଶପଥ ଗ୍ରହଣ ପାଇଁ ମଞ୍ଚରେ ପହଞ୍ଚିବା ମାତ୍ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri