ପୁଲଓ୍ବାମା ଭଳି ଆକ୍ରମଣ ଘଟିବ

ଇସ୍‌ଲାମାବାଦ,୭ା୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ନୂଆଦିଲ୍ଲୀର ଏହି ପଦକ୍ଷେପ ପରେ ଭାରତରେ ପୁଲଓ୍ବାମା ଭଳି ଆକ୍ରମଣ ଘଟିବ। ଏଥିଯୋଗୁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ପାରମ୍ପରିକ ଯୁଦ୍ଧ ହୋଇପାରେ ବୋଲି ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଧମକ ଦେଇଛନ୍ତି। ସେପଟେ କଶ୍ମୀରୀମାନଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ସେନା କୌଣସି ସ୍ତରକୁ ଯାଇପାରେ ବୋଲି ଜେନେରାଲ କମାର ଜାଭେଦ ବାଜ୍‌ଓ୍ବା କହିଛନ୍ତି।
ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦର ଦିନକ ପରେ କଶ୍ମୀର ସ୍ଥିତି ଉପରେ ମଙ୍ଗଳବାର ପାକିସ୍ତାନ ପାର୍ଲାମେଣ୍ଟର ଏକ ଜରୁରୀ ମିଳିତ ଅଧିବେଶନ ଡକାଯାଇଥିଲା। ଏଥିରେ ସମ୍ବୋଧିତ କରି ଇମ୍ରାନ୍‌ କହିଛନ୍ତି, କଶ୍ମୀରୀମାନେ ଭାରତ ବିରୋଧରେ ଆନ୍ଦୋଳନ କରିବେ। ଭାରତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ। ଫଳରେ କଶ୍ମୀରରେ ପୁଲଓ୍ବାମା ଭଳି ଆକ୍ରମଣ ପୁଣି ହେବ। ଏପରି ହେଲେ ନୂଆଦିଲ୍ଲୀ ପୁଣି ଆମ ଉପରେ ଦୋଷ ଲଦିବ ଏବଂ ଆମେ ଏହାର ଜବାବ ଦେବୁ। ଭାରତର ପଦକ୍ଷେପ ଉତ୍ତେଜନା ବୃଦ୍ଧି କରିବା ସହ ଦୁଇ ଆଣବିକ ଅସ୍ତ୍ରସମ୍ପନ୍ନ ଶକ୍ତି ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବ। ଏଭଳି ଏକ ଯୁଦ୍ଧ ହେବ, ଯାହାକୁ କେହି ଜିତିବେନାହିଁ। ଏହାର କୁପରିଣାମ ବିଶ୍ୱବ୍ୟାପୀ ଅନୁଭୂତ ହେବ। ଏହା ଆଣବିକ ବ୍ଲାକ୍‌ମେଲ୍‌ ନୁହେଁ ବୋଲି ଇମ୍ରାନ କହିଛନ୍ତି। ସେମାନଙ୍କ ଚିନ୍ତାଧାରା ମହାମତ୍ା ଗାନ୍ଧୀଙ୍କୁ ହତ୍ୟା କରିଛି। ଯଦି ବିଶ୍ୱ ନିଜ ଆଇନକୁ ବଜାୟ ରଖିବ ନାହିଁ ସେଥିପାଇଁ ଆମେ ଦାୟୀ ହେବୁନାହିଁ। କଶ୍ମୀରୀ ସ୍ଥିତିକୁ ନେଇ ଅନ୍ତର୍ଜାତୀୟ ସମୁଦାୟର ହସ୍ତକ୍ଷେପ ଜରୁରୀ। ଜାତିସଂଘ ସୁରକ୍ଷା ପରିଷଦ ସମେତ ସମସ୍ତ ମଞ୍ଚରେ ଆମେ ଲଢ଼େଇ କରିବୁ। ଏପରି କି ଅନ୍ତର୍ଜାତୀୟ ଅଦାଲତରେ ମଧ୍ୟ ପାକିସ୍ତାନ ଏହି ପ୍ରସଙ୍ଗ ଉଠାଇବ ବୋଲି ଇମ୍ରାନ୍‌ କହିଛନ୍ତି।
ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ବାଜ୍‌ଓ୍ବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ତାଙ୍କ ସେନା କଶ୍ମୀରୀଙ୍କୁ ସହାୟତା ପ୍ରଦାନ ପାଇଁ କୌଣସି ସ୍ତରକୁ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଛି। କଶ୍ମୀରବାସୀଙ୍କ ଲଢ଼େଇକୁ ଶେଷ ଯାଏ ନେବା ପାଇଁ ପାକିସ୍ତାନ ସେନା ସେମାନଙ୍କ ସହ ଛିଡ଼ାହୋଇ ନିଜ ଉତ୍ତରଦାୟିତ୍ୱ ସମ୍ପାଦନ କରିବ ବୋଲି ବାଜ୍‌ଓ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri