ପୁଲଓ୍ବାମା ଭଳି ଆକ୍ରମଣ ଘଟିବ

ଇସ୍‌ଲାମାବାଦ,୭ା୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ନୂଆଦିଲ୍ଲୀର ଏହି ପଦକ୍ଷେପ ପରେ ଭାରତରେ ପୁଲଓ୍ବାମା ଭଳି ଆକ୍ରମଣ ଘଟିବ। ଏଥିଯୋଗୁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ପାରମ୍ପରିକ ଯୁଦ୍ଧ ହୋଇପାରେ ବୋଲି ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଧମକ ଦେଇଛନ୍ତି। ସେପଟେ କଶ୍ମୀରୀମାନଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ସେନା କୌଣସି ସ୍ତରକୁ ଯାଇପାରେ ବୋଲି ଜେନେରାଲ କମାର ଜାଭେଦ ବାଜ୍‌ଓ୍ବା କହିଛନ୍ତି।
ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦର ଦିନକ ପରେ କଶ୍ମୀର ସ୍ଥିତି ଉପରେ ମଙ୍ଗଳବାର ପାକିସ୍ତାନ ପାର୍ଲାମେଣ୍ଟର ଏକ ଜରୁରୀ ମିଳିତ ଅଧିବେଶନ ଡକାଯାଇଥିଲା। ଏଥିରେ ସମ୍ବୋଧିତ କରି ଇମ୍ରାନ୍‌ କହିଛନ୍ତି, କଶ୍ମୀରୀମାନେ ଭାରତ ବିରୋଧରେ ଆନ୍ଦୋଳନ କରିବେ। ଭାରତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ। ଫଳରେ କଶ୍ମୀରରେ ପୁଲଓ୍ବାମା ଭଳି ଆକ୍ରମଣ ପୁଣି ହେବ। ଏପରି ହେଲେ ନୂଆଦିଲ୍ଲୀ ପୁଣି ଆମ ଉପରେ ଦୋଷ ଲଦିବ ଏବଂ ଆମେ ଏହାର ଜବାବ ଦେବୁ। ଭାରତର ପଦକ୍ଷେପ ଉତ୍ତେଜନା ବୃଦ୍ଧି କରିବା ସହ ଦୁଇ ଆଣବିକ ଅସ୍ତ୍ରସମ୍ପନ୍ନ ଶକ୍ତି ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବ। ଏଭଳି ଏକ ଯୁଦ୍ଧ ହେବ, ଯାହାକୁ କେହି ଜିତିବେନାହିଁ। ଏହାର କୁପରିଣାମ ବିଶ୍ୱବ୍ୟାପୀ ଅନୁଭୂତ ହେବ। ଏହା ଆଣବିକ ବ୍ଲାକ୍‌ମେଲ୍‌ ନୁହେଁ ବୋଲି ଇମ୍ରାନ କହିଛନ୍ତି। ସେମାନଙ୍କ ଚିନ୍ତାଧାରା ମହାମତ୍ା ଗାନ୍ଧୀଙ୍କୁ ହତ୍ୟା କରିଛି। ଯଦି ବିଶ୍ୱ ନିଜ ଆଇନକୁ ବଜାୟ ରଖିବ ନାହିଁ ସେଥିପାଇଁ ଆମେ ଦାୟୀ ହେବୁନାହିଁ। କଶ୍ମୀରୀ ସ୍ଥିତିକୁ ନେଇ ଅନ୍ତର୍ଜାତୀୟ ସମୁଦାୟର ହସ୍ତକ୍ଷେପ ଜରୁରୀ। ଜାତିସଂଘ ସୁରକ୍ଷା ପରିଷଦ ସମେତ ସମସ୍ତ ମଞ୍ଚରେ ଆମେ ଲଢ଼େଇ କରିବୁ। ଏପରି କି ଅନ୍ତର୍ଜାତୀୟ ଅଦାଲତରେ ମଧ୍ୟ ପାକିସ୍ତାନ ଏହି ପ୍ରସଙ୍ଗ ଉଠାଇବ ବୋଲି ଇମ୍ରାନ୍‌ କହିଛନ୍ତି।
ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ବାଜ୍‌ଓ୍ବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ତାଙ୍କ ସେନା କଶ୍ମୀରୀଙ୍କୁ ସହାୟତା ପ୍ରଦାନ ପାଇଁ କୌଣସି ସ୍ତରକୁ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଛି। କଶ୍ମୀରବାସୀଙ୍କ ଲଢ଼େଇକୁ ଶେଷ ଯାଏ ନେବା ପାଇଁ ପାକିସ୍ତାନ ସେନା ସେମାନଙ୍କ ସହ ଛିଡ଼ାହୋଇ ନିଜ ଉତ୍ତରଦାୟିତ୍ୱ ସମ୍ପାଦନ କରିବ ବୋଲି ବାଜ୍‌ଓ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri