ପୁରୁଷୋତ୍ତମପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେ.ଏନ୍ ପୁର ଗ୍ରାମରେ ଗତ ୧୦ ତାରିଖରେ ଅଗ୍ନିକାଣ୍ଡ ଘଟି ଦମୟନ୍ତୀ ପ୍ରଧାନଙ୍କ ଘର ଜଳିଯାଇଥିଲା। ଏନେଇ ଗତ ୧୧ ତାରିଖରେ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍) ସଚିବ ବିଜୟ କୁମାର ଦାଶ ଘଟଣାକୁ ଗୁରୁତର ସହ ନେଇ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ଲାଗି ପୁରୁଷୋତ୍ତମପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଡିଏମ୍ ଛତ୍ରପୁର ଓ ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାରପତି ତଥା ତାଲୁକା ସ୍ତରୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଏହି ଚିଠିକୁ ନେଇ ପୁରୁଷୋତ୍ତମପୁର ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିଚାରପତି ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ ଚିଠି ମାଧ୍ୟମରେ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଅବଗତ କରାଇଥିବା ଜଣାପଡିଛି।
ପୁରୁଷୋତ୍ତମପୁରରେ ଅଗ୍ନିକାଣ୍ଡ ଘଟଣା: କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଡିଏଲ୍ଏସ୍ ସଚିବଙ୍କ ନିର୍ଦ୍ଦେଶ
ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର
ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…
ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…
ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ
ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…
ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…
ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…
Archives

