ପୁରୁଣା ଘର ଫଟୋ ଉଠାଇ ବିଲ୍‌

ପରଜଙ୍ଗ, ୧୯।୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ଯୁଆଡ଼େ ଉଣ୍ଡିଲେ ବାରି ହୋଇପଡୁଛି ଦୁର୍ନୀତିର ଗନ୍ଧ। ସବୁ ଅନିୟମିତତାର ଚେର ଯାଇ ଅଟକୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଖରେ। ପାଟରପଦା, କଲଦା ପଞ୍ଚାୟତରେ ଆବାସ ଯୋଜନା ହଟଚମଟକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଏଥିରେ ଏବେ ଯୋଡ଼ିହୋଇଛି ବସୁଲେଇ। ଏଠାରେ ଯେଉଁଭଳିଭାବେ ଦୁର୍ନୀତି କରାଯାଇଛି, ତାହା ନ ଦେଖିଲେ ବିଶ୍ୱାସ କରିହେବନାହିଁ। ଛାତ ପଡ଼ିନି କି ପ୍ଲାଷ୍ଟର ହୋଇନି। ହେଲେ ଫାଇନାଲ ବିଲ୍‌ ଦିଆ ସରିଲାଣି। ଖାଲି ଏତିକି ନୁହେଁ, କମ୍ପ୍ୟୁଟରରେ ଅପ୍‌ଲୋଡ୍‌ କରାଯାଇଥିବା ଫଟୋରେ ହିତାଧିକାରୀଙ୍କୁ ଅନ୍ୟ ଏକ ପୁରୁଣା ଘର ଆଗରେ ଛିଡ଼ାକରାଇ ଦିଆଯାଇଛି, ଯେଉଁଥିରୁ ଲାଗୁଛି ଘର କାମ ଶେଷ ହୋଇଯାଇଛି। ଏପରି ଅନିୟମିତତା ପଛରେ ସରକାରୀ କଳର ଏକ ଗୋଷ୍ଠୀ କାମ କରୁଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏ ନେଇ ବ୍ଲକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏପରି ଅନିୟମିତତାକୁ ଜିଆର୍‌ଏସ୍‌ ସ୍ବୀକାର କରିବା ପରେ ଏଥିରେ ବଡ଼ଧରଣର ଲାଞ୍ଚ କାରବାର ହୋଇଥିବା ଅନୁମାନ କରାଯାଉଛି। ଭିଜିଲାନ୍ସ ଖୋଳତାଡ଼ କରାଗଲେ ଏପରି ଅନେକ ଘଟଣା ପଦାକୁ ଆସିବ ବୋଲି ଅଞ୍ଚଳବାସୀ କହିଛନ୍ତି।
ବସୁଲେଇ ପଞ୍ଚାୟତ ଗୋପାଳସାହିର ଜଣେ ମହିଳାଙ୍କ ନାମରେ ୨୦୧୮ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ତାଙ୍କର ଆଇଡି ନଂ. ହେଉଛି ଓଆର୍‌ ୩୨୮୬୨୮୬। ସମ୍ପୃକ୍ତା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଘର କାମ ପାଇଁ ୪ ପର୍ଯ୍ୟାୟରେ ଟଙ୍କା ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୦ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ପ୍ଲିନ୍ଥ ପତ୍ତନ ଯାଏ ୩୦ ହଜାର, ତୃତୀୟ ପର୍ଯ୍ୟାୟରେ ଛାତ ପତ୍ତନ ଯାଏ ୪୦ ହଜାର ଏବଂ ୨୦୧୯ ସେପ୍ଟେମ୍ବର ୨୮ରେ ଛାତ ପଡ଼ି ଘର ପ୍ଲାଷ୍ଟର ସରିଥିବା ଦର୍ଶାଇ ୩୦ ହଜାର ଟଙ୍କାର ଫାଇନାଲ ବିଲ୍‌ ପ୍ରଦାନ କରାଯାଇଛି।
ଏହାର ଫଟୋ ମଧ୍ୟ କମ୍ପ୍ୟୁଟରରେ ଅପ୍‌ଲୋଡ଼ କରାଯାଇଛି। ହେଲେ ପ୍ରକୃତରେ ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିନାହାନ୍ତି। ଏଯାଏ ଛାତ ପଡ଼ିନି କି ପ୍ଲାଷ୍ଟର ମଧ୍ୟ ହୋଇନାହିଁ। ହିତାଧିକାରୀ ଜଣକ ମଧ୍ୟ ନିଜର ନୂତନ ଘର ଦେଖାଇପାରୁନାହାନ୍ତି। ଯଦି ସେପ୍ଟେମ୍ବରରେ ଘର ସମ୍ପୂର୍ଣ୍ଣ ହୋଇଥିବା ରେକର୍ଡ କହୁଛି, ତେବେ ହିତାଧିକାରୀ କାହିଁିକି ନିଜର ଘର ଦେଖାଇପାରୁନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖଣ୍ଡିଆ ଘରକୁ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ବିଲ୍‌ କିପରି କରାଗଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଏ ନେଇ ହିତାଧିକାରୀଙ୍କ ସ୍ବାମୀ କୁହନ୍ତି, ସେ ଘର କହିନାହାନ୍ତି। ଜିଆର୍‌ଏସ୍‌ ଏବଂ ପିଇଓଙ୍କୁ ହାତଗୁଞ୍ଜା ଦେବା ପରେ ସେମାନେ ସ୍ତ୍ରୀକୁ ଅନ୍ୟ ଜଣଙ୍କ ଘରେ ଛିଡ଼ା କରାଇ ଫଟୋ ଉଠାଇଥିଲେ। ପୁରୁଣା ଘର ଫଳକ ଦେଖାଇ ଫଟୋ ଉଠାଯାଇଥିଲା। ଏହାପରେ ଆକାଉଣ୍ଟକୁ ଟଙ୍କା ଛାଡ଼ିଥିଲେ। ଘର ବାବାଦ ୧ ଲକ୍ଷ ୨୦ ହଜାର ଟଙ୍କା ପାଇସାରିଛି। ଯଦି ଘର କାମ ନ କରି ଟଙ୍କା ମିଳୁଛି ତେବେ କାହିଁକି ମନା କରିବି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ତାଙ୍କ କାର୍ଯ୍ୟାଦେଶ ପାଇଥିବା ଘର ଛାତ ପତନ ଯାଏ ଉଠିଛି। ଏ ନେଇ କେହି ଜଣେ ବଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜଣେ ପ୍ରତିନିଧି ତୁରନ୍ତ ଛାତ ପକାଇ ଦେବାକୁ କହିଛନ୍ତି। ତେଣୁ ଶୀଘ୍ର ଛାତ ପକାଇ ଦେବା ବ୍ୟବସ୍ଥା କରୁଛି ବୋଲି ହିତାଧିକାରୀ ମହିଳାଙ୍କ ସ୍ବାମୀ କହିଛନ୍ତି।
ଏପରି ଅନିୟମିତତା ଅଭିଯୋଗକୁ ଜିଆର୍‌ଏସ୍‌ ଦୀପକ କୁମାର ପଣ୍ଡା ସ୍ବୀକାର କରିଛନ୍ତି। ପୁରୁଣା ଘର ଫଟୋ ଉଠାଇ ବିଲ୍‌ ଦିଆଯାଇଥିବା କଥାକୁ ମଧ୍ୟ ମାନିଛନ୍ତି। ହେଲେ ଆଗକୁ ଏପରି ହେବନାହିଁ ବୋଲି ସେ କହିଛନ୍ତି। ସେହିପରି ତତ୍କାଳୀନ ପିଇଓ ବାବୁଲାଲ ବାରିକ କୁହନ୍ତି, ବ୍ଲକ ସାରା ଏପରି ଦୁର୍ନୀତି ହେଉଛି। ତଳିଆଙ୍କୁ ଧରିଲେ କ’ଣ ହେବ। ହିତାଧିକାରୀଙ୍କୁ କିପରି ଫାଇନାଲ ବିଲ୍‌ ଛଡ଼ାଗଲା ସେ ସମ୍ପର୍କରେ ଅବଗତ ନାହାନ୍ତି। ଯଦି ଟଙ୍କା ଛଡ଼ାହୋଇଥିବ ତେବେ ତାଙ୍କର ନକଲି ଦସ୍ତଖତ କରି ଦାୟିତ୍ୱରେ ଥିବା ଅଧିକାରୀ ଛାଡ଼ିଥିବେ ବୋଲି ସେ ସଫେଇ ଦେଇଛନ୍ତି। ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ଘଟଣାର ତଦନ୍ତ କରାଯିବ। ଅନିୟମିତତା ସ୍ପଷ୍ଟ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ ପୁଣି କଟକରେ ବିଜେଡି ମେଳି, ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri