ପୁରୀ ହେବ ଐତିହ୍ୟ ସହର: ଐତିହ୍ୟସ୍ଥଳୀରେ ଲାଗିପାରିନି ନାମଫଳକ

ପୁରୀ ଅଫିସ, ୫।୧: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ପର୍ଯ୍ୟଟନ ଭିତ୍ତିଭୂମି ସଜଡ଼ାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ। ରାସ୍ତାଘାଟଠାରୁ ଆରମ୍ଭ କରି ସବୁଥିରେ ଉନ୍ନତି କରାଯିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ହେଲେ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଐତିହ୍ୟସ୍ଥଳୀରେ କିନ୍ତୁ ଲାଗିପାରି ନାହିଁ ନାମଫଳକ । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଐତିହ୍ୟପ୍ରେମୀ।
ପୁରୀ ସହରରେ ବହୁ ପ୍ରାଚୀନ ଐତିହ୍ୟ ରହିଛି। ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ନେଇ ଐତିହ୍ୟ ମାର୍ଗ ଏବଂ ଐତିହ୍ୟ ପଥ ପରିକଳ୍ପନା କରାଯାଇଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଯାନବାହନରେ ଐତିହ୍ୟ ମାର୍ଗ ବୁଲିପାରିବେ। ଏହି ମାର୍ଗରେ ପଡୁଥିବା ଐତିହ୍ୟସ୍ଥଳୀଗୁଡ଼ିକୁ ଦେଖିବା ସହିତ ଏ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ। ଶ୍ରୀମନ୍ଦିର ଓ ଏହା ସଂଲଗ୍ନ ଐତିହସ୍ଥଳୀକୁ ନେଇ ଐତିହ୍ୟ ପଥ କରାଯିବ। ଏଥିରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ପାଦରେ ଚାଲି ଚାଲି ପରିକ୍ରମା କରିବେ। ଏଭଳି ଏକ ଅଭିନବ ହେରିଟେଜ କରିଡର ଯୋଜନା କରିଥିଲା ପୁରୀ ଜିଲା ପ୍ରଶାସନ। ଆରମ୍ଭରୁ ଏହି କାମ କିଛି ବାଟ ଆଗେଇବା ପରେ ଏବେ ପ୍ରଶାସନ ଏହାକୁ ସମ୍ପୂର୍ଣ୍ଣ ଭୁଲିଯାଇଛି। ଚିହ୍ନଟ କରାଯାଇଥିବା ଐତିହ୍ୟସ୍ଥଳୀରେ ଏ ପର୍ଯ୍ୟନ୍ତ ନାମପଳକ ମଧ୍ୟ ଲଗାଗଲା ନାହିଁି।
ଏ ନେଇ ୨୦୧୬ ମାର୍ଚ୍ଚରେ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଐତିହ୍ୟ ମାର୍ଗ ଏବଂ ଐତିହ୍ୟ ପଥ ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ପୁଣି ଏକ ବୈଠକ ବସି ହେରିଟେଜ କରିଡରରେ ୫୪ଟି ଐତିହ୍ୟସ୍ଥଳୀକୁ ସାମିଲ କରାଯାଇଥିଲା। ସେହିପରି ପ୍ରତି ଐତିହ୍ୟସ୍ଥଳୀରେ ୩ଟି ଭାଷା ଅର୍ଥାତ୍‌ ଓଡ଼ିଆ, ହିନ୍ଦୀ ଓ ଇଂଲିଶରେ ନାମଫଳକ (ସାଇନେଜ) ଲଗାଯିବା ସହିତ ଉକ୍ତ ସ୍ଥଳୀର ଐତିହ୍ୟ ତଥା ବିଶେଷତ୍ୱ ଉଲ୍ଲେଖ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ମୁତାବକ ଏକ ସଂସ୍ଥାକୁ ହେରିଟେଜ କରିଡର କମିଟି ସଭ୍ୟ ଲେଖିଥିବା ତଥ୍ୟ ଆଧାରରେ ନାମଫଳକ ଲଗାଇବାକୁ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଅନ୍ୟ ଏକ ସଂସ୍ଥାର ସ୍ଥପତିମାନେ ୫୪ଟି ଯାକ ଐତିହ୍ୟସ୍ଥଳୀ ବୁଲି ଏହାର ପୁନରୁଦ୍ଧାର ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେଇଥିଲେ। ହେଲେ ଇତିମଧ୍ୟରେ ୩ବର୍ଷ ବିତିଥିଲେ ମଧ୍ୟ ସବୁ ଐତିହ୍ୟସ୍ଥଳୀରେ ନାମଫଳକ ଲଗାଯାଇ ପାରିଲା ନାହିଁ। ପ୍ରଥମ ପର୍ଯ୍ୟାୟରେ ୫୪ଟି ଐତିହ୍ୟସ୍ଥଳୀର ବିକାଶ ହେବା ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୪ଟିର ତାଲିକା କରାଯାଇ ବିକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଆଇକନିକ ସିଟି ଯୋଜନାରେ ପୁରୀ ସ୍ଥାନ ପାଇବା ପରେ ପୁରୀର ବିଭିନ୍ନ ଐତିହ୍ୟସ୍ଥଳୀର ବିକାଶ କରି ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଜିଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିଲା। ନୂଆଦିଲ୍ଲୀଠାରେ ଆଇକନିକ ଯୋଜନାର ରୂପରେଖ ନେଇ ଅନୁଷ୍ଠିତ ବୈଠକରେ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଯୋଗଦେଇଥିଲେ। ସେଠାରେ ସେ ଶ୍ରୀକ୍ଷେତ୍ରର ବିଭିନ୍ନ ଐତିହ୍ୟସ୍ଥଳୀର ତଥ୍ୟ ଓ ଚିତ୍ର ସମ୍ବଳିତ ଏକ ସିଡି ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।ଏହାପରେ ତୁରନ୍ତ ଏହି ଐତିହ୍ୟସ୍ଥଳୀଗୁଡ଼ିକର ପୁନରୁଦ୍ଧାର ପାଇଁ ଆଲୋଚନା ହୋଇଥିଲା। ତଦନୁଯାୟୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ହେରିଟେଜ କରିଡର କମିଟି ଗଠନ କରାଯାଇଥିଲା। କମିଟିରେ ବହୁ ବିଶିଷ୍ଟ ବ୍ୟକ୍ତି ରହିଥିଲେ ମଧ୍ୟ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏଭଳି ଏକ ମହତ ଚିନ୍ତାଧାରା ବାଟବଣା ହୋଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri