ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗ: ଓକିଲ ସଂଘର ବିରୋଧ, ଆନ୍ଦୋଳନ ଚେତାବନୀ

ପୁରୀ ଅଫିସ, ୨୨ା୮: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଯେଉଁଠି ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି ସେଠାରେ ରହୁ ବୋଲି ଦାବି ହୋଇଛି। ଏ ନେଇ ବୁଧବାର ପୁରୀ ଓକିଲ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଆବଶ୍ୟକ ପଡ଼ିଲେ ସଂଘ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।
ବାର୍‌ ସଭାପତି ପ୍ରଶାନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଉପସଭାପତି ଦେବେନ୍ଦ୍ରନାଥ ମିଶ୍ର, ସମ୍ପାଦକ ବିଭୂତି ଭୂଷଣ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସଂଗ୍ରାମ ଦାଶ, କାର୍ଯ୍ୟକାରୀ ସଦସ୍ୟ ଅଶୋକ ପାଣିଗ୍ରାହୀ, ଅନୁପ ପୃଷ୍ଟି, ଅସୀମ ବାନାର୍ଜୀ, ଚିତ୍ତରଞ୍ଜନ ବିଶ୍ୱାଳ, ରତିକାନ୍ତ ପ୍ରତିହାରୀ, ପୂର୍ବତନ ସଭାପତି ଆଦିତ୍ୟ ହୃଦୟ ମିଶ୍ର, ପୂର୍ବତନ ସାଧାରଣ ସମ୍ପାଦକ ସାରଦା ସାମଲ ପ୍ରମୁଖ ଯୋଗଦେଇ ଉକ୍ତ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ସାଧାରଣ ଲୋକେ ହଇରାଣ ହେବେ। ବହୁ ଦୂରରୁ କୌଣସି କାମରେ ଆସୁଥିବା ଗରିବ, ଖଟିଖିଆ ଲୋକ ଅଧିକ ଖର୍ଚ୍ଚାନ୍ତ ହେବେ। ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ରହିଛି ବୋଲି ଉପସ୍ଥାପନ କରିଥିଲେ। ବାର୍‌ ସମ୍ପାଦକ ତ୍ରିପାଠୀ କହିଛନ୍ତି, ଏ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ଜିଲାପାଳଙ୍କ ସହ ଆଲୋଚନା କରାଯିବ। ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଆଗାମୀ ପନ୍ଥା ସ୍ଥିର ହେବ। ଆବଶ୍ୟକ ପଡ଼ିଲେ, ସାଧାରଣ ଜନତାଙ୍କ ସ୍ବାର୍ଥ ଲାଗି ଓକିଲମାନେ ରାସ୍ତାକୁ ଓହ୍ଲାଇବେ। ତେଣୁ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନଃ ତଜର୍ର୍ମା କରନ୍ତୁ ବୋଲି ତ୍ରିପାଠୀ ପ୍ରକାଶ କରିଛନ୍ତି। ସେହିପରି ଆଇନଜୀବୀ ପୁଷ୍କର ମହାପାତ୍ର, ପ୍ରେମାନନ୍ଦ ମହାନ୍ତି, ଶ୍ୟାମ ସୁନ୍ଦର ହୋତା, ରମେଶ କୁମାର ସିଂହ୍ନା, ବିମଳେନ୍ଦୁ ଦାଶ, ଜ୍ୟୋତି ପ୍ରକାଶ ମିଶ୍ର, ଏମ୍‌.ଶିବ ପ୍ରସାଦ ରାଓ, ବିଶ୍ୱନାଥ ଜଗଦ୍ଦେବ, ଚିନ୍ମୟ ଦାଶ, ଶରତ ରାୟଗୁରୁ, ଅଶୋକ ଦାସ, ବିଶ୍ୱଜିତ ପ୍ରଧାନ ପ୍ରମୁଖ ଏଭଳି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଉଚିତ ବୋଲି ଯୁକ୍ତି ବାଢିଥିଲେ।
ରାଜ୍ୟ ସରକାର ଅବଢା ଯୋଜନାରେ ପୁରୀ ସହରର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିଲାଗି ୨୬୫ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରାୟ ୧୦ ଏକର ଜମିରେ ଲୋକସେବା ଭବନ ନିର୍ମାଣ ପ୍ରସ୍ତାବ ରହିଛି। ଏହି ଭବନରେ ଜିଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟ ରହିବ। ଏଥିସହିତ ପୁରୁଣା ଜେଲ, ଦିଗବାରେଣୀ ଖୁଣ୍ଟି, ଯାତ୍ରିକା ନିକଟରେ ବହୁତଳବିଶିଷ୍ଟ ପାର୍କିଂସ୍ଥଳ ନିର୍ମାଣ କରାଯିବ। ପୌରସଂସ୍ଥା ମାର୍କେଟ କମ୍ପ୍ଲେକ୍ସ ଓ ମହୋଦଧି ମାର୍କେଟ ପୁନରୁଦ୍ଧାର ନିର୍ମାଣ ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଲୋକସେବା ଭବନ ବଳିଆପଣ୍ଡା କିମ୍ବା ଶିପସରୁବାଲି ମୌଜାରେ ନିର୍ମାଣର ସମ୍ଭାବନା ରହିଛି। ଗୋଟିଏ କୋଠା ତଳେ ସମସ୍ତ କାର୍ଯ୍ୟାଳୟ ଓ ଅଫିସର ରହିଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ବୋଲି ସରକାର ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri