ପୁରୀ ଜିଲା: ବିଧାନସଭାକୁ ୩ ପୁରୁଣା, ୩ ନୂଆ ନିର୍ବାଚିତ

ପୁରୀ ଅଫିସ, ୨୪ା୫: ପୁରୀ ଜିଲାର ୬ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏଥର ବିଜେଡି ଖାତାକୁ ୪ଟି ସିଟ୍‌ ଯାଇଥିବା ବେଳେ ୨ଟିରେ ଭାଜପା ଜିତିଛି। ୨୦୧୪ ନିର୍ବାଚନରେ ବିଜେଡି କ୍ଲିନ ସୁଇପ୍‌ କରିଥିଲା। ହେଲେ ଏଥର ଭାଜପା ବିଜେଡିଠାରୁ ଦୁଇଟି ସିଟ୍‌ ଛଡାଇ ନେଇଛି। ଏହି ଦୁଇଟି ସିଟ୍‌ ହେଉଛି ପୁରୀ ଏବଂ ବ୍ରହ୍ମଗିରି। ତେବେ ଯାହା ହେଉନା କାହିଁକି ଏଥର ପୁରୀ ଜିଲାର ଭୋଟର ବିଧାନସଭା ଲାଗି ୩ ନୂଆମୁହଁ ବାଛିଥିବା ବେଳେ ୩ ପୁରୁଣାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଅର୍ଥାତ୍‌ ଏଥର ବିଧାନସଭାରେ ଜିଲାର ୩ ନୂଆମୁହଁ ଏବଂ ସମାନ ସଂଖ୍ୟକ ପୁରୁଣା ମୁହଁ ପ୍ରତିନିଧିତ୍ୱ କରିବେ। ୩ ନୂଆମୁହଁ ହେଲେ କାକଟପୁର ନିର୍ବାଚନମଣ୍ଡଳୀରୁ ତୁଷାରକାନ୍ତି ବେହେରା, ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀରୁ ଜୟନ୍ତ ଷଡ଼ଙ୍ଗୀ। ସେହିପରି ୩ ପୁରୁଣା ମୁହଁ ହେଲେ ପିପିଲରୁ ପ୍ରଦୀପ ମହାରଥୀ, ସତ୍ୟବାଦୀରୁ ଉମାକାନ୍ତ ସାମନ୍ତରାୟ ଏବଂ ନିମାପଡ଼ାରୁ ସମୀର ରଞ୍ଜନ ଦାଶ।
୩ ନୂଆମୁହଁ ମଧ୍ୟରେ କାକଟପୁରର ତୁଷାରକାନ୍ତି ବେହେରା ୪୫,୬୯୧ ଭୋଟରେ କଂଗ୍ରେସର ବିଶ୍ୱଭୂଷଣ ଦାସଙ୍କୁ ପରାସ୍ତ କରି ପ୍ରଥମଥର ଲାଗି ବିଧାନସଭାକୁ ଯିବା ଲାଗି ପଥ ପରିଷ୍କାର କରିଛନ୍ତି। ଜଣେ ଯୁବ ଇଞ୍ଜିନିୟର ଭାବେ ପରିଚିତ ତୁଷାରକାନ୍ତି ୯୧,୮୯୭ ଭୋଟ ପାଇଥିବା ବେଳେ ବିଶ୍ୱଭୂଷଣଙ୍କୁ ମିଳିଛି ୪୬,୨୦୬ ଖଣ୍ଡ ଭୋଟ। ଏଠାରେ ଭାଜପା ପ୍ରାର୍ଥୀ ରବି ମଲ୍ଲିକ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୩୦,୭୭୧ ଭୋଟ ପାଇଛନ୍ତି। ସେହିପରି ବ୍ରହ୍ମଗିରିରରେ ଭାଜପାର ଲଳିତେନ୍ଦୁ ବିଜେଡିର ହେଭିୱେଟ୍‌ ସଞ୍ଜୟ ଦାସବର୍ମାଙ୍କୁ ପରାସ୍ତ କରି ବିଧାନସଭା ଯିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଲଳିତେନ୍ଦୁ ୮୮,୨୫୬ ଭୋଟ ପାଇଥିବା ବେଳେ ସଞ୍ଜୟଙ୍କୁ ମିଳିଛି ୮୬,୧୨୬ ଭୋଟ। ଏଠାରେ ବିଜୟ ବ୍ୟବଧାନ ରହିଛି ୨,୧୩୦ ଭୋଟ। କଂଗ୍ରେସର ଉମାକାନ୍ତ ବରାଳ ୨,୫୦୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ପୁରୀରେ ବିଜେଡିର ଅଭିଜ୍ଞ ମହେଶ୍ୱରଙ୍କୁ ୪,୦୦୮ ଖଣ୍ଡ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଭାଜପାର ଜୟନ୍ତ। ଜୟନ୍ତଙ୍କୁ ୭୬,୭୪୭ ଭୋଟ ମିଳିଥିବା ବେଳେ ମହେଶ୍ୱର ୭୨,୭୩୯ ଭୋଟରେ ସୀମିତ ରହିଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ଅରୋପ୍ରସାଦ ମିଶ୍ର ୨,୯୩୪ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ଅଛନ୍ତି।
ପୁରୁଣା ମୁହଁ ଭାବେ ପିପିଲିରୁ ବିଜେଡିର ପ୍ରଦୀପ୍ତ ମହାରଥୀ ସପ୍ତମ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମହାରଥୀ ୮୮,୫୧୮ ଭୋଟ ପାଇଥିବା ବେଳେ ଭାଜପାର ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୭୨,୭୩୧ ଭୋଟ। ମହାରଥୀ ୧୫,୭୮୭ ଭୋଟରେ ଜିତିଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯,୮୩୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସତ୍ୟବାଦୀରୁ ବିଜେଡିର ଉମାକାନ୍ତ ସାମନ୍ତରାୟ ଭାଜପାର ଓମ୍‌ପ୍ରକାଶ ମିଶ୍ରଙ୍କୁ ୧୭,୮୧୨ ଭୋଟରେ ହରାଇ ଦ୍ୱିତୀୟଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଉମାକାନ୍ତ ୮୦,୫୩୭ ଭୋଟ ପାଇଥିବା ବେଳେ ଓମ୍‌ପ୍ରକାଶଙ୍କୁ ମିଳିଛି ୬୨,୭୨୫। ନିମାପଡ଼ାରୁ ବିଜେଡିର ସମୀର ରଞ୍ଜନ ଦାଶ ହ୍ୟାଟ୍ରିକ୍‌ କରିଛନ୍ତି। ସମୀର ଏଠାରେ ଭାଜପାର ହେଭିୱେଟ୍‌ ତଥା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କୁ ୩୨,୦୦୮ ଖଣ୍ଡ ଭୋଟରେ ହରାଇଛନ୍ତି। ସମୀର ୯୧,୧୬୦ ଭୋଟ ପାଇଥିବା ବେଳେ ପ୍ରଭାତିଙ୍କୁ ମିଳିଛି ୫୯,୧୫୨ ଖଣ୍ଡ ଭୋଟ। କଂଗ୍ରେସର ଦିଲୀପ ନାୟକ ୩୩,୫୭୬ ଭୋଟ ପାଇ ଏଠାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri