ପୁଣି ସବୁଜ ସୁନ୍ଦର ହେବ ଭୁବନେଶ୍ୱର: ଆଳଙ୍କାରିକ ବୃକ୍ଷ ସହରର ଶୋଭା ବଢ଼ାଇବ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଯିବ। ରାସ୍ତାକଡ଼, ଫ୍ଲାଏ ଓଭର ତଳ ଓ ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟଭରା ଓ ଆଳଙ୍କାରିକ ବୃକ୍ଷ, ଲତା ଜାତୀୟ ଗଛ ଓ ଫୁଲ ନ ଥିବା ଗଛକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ଥାନିତ କରିବ। ଯାହାକି ସହରର ସବୁଜିମା ଫେରାଇବା ସହ ଭୁବନେଶ୍ୱରକୁ ଏକ ନୂଆ ରୂପ ଦେବ। ଫ୍ଲାଇ ଓଭର୍‌ ତଳେ ଫୁଲ ନ ଥିବା ଗଛ ଓ ରାସ୍ତା ପାର୍ଶ୍ୱରେ ଲତା ଜାତୀୟ ଗୁଳ୍ମ ଓ ଉଦ୍ଭିଦ ସହରର ଶୋଭା ବଢାଇବ। ସାରା ଭୁବନେଶ୍ୱରର ଭୂଚିତ୍ରକୁ ଏହି ପ୍ରକାର ପ୍ରାକୃତିକ ସୈନ୍ଦର୍ଯ୍ୟଭରା କରାଯିବ ବୋଲି ଏକ ବିଜ୍ଞପ୍ତିରେ ବିଡିଏ ବୁଧବାର ପ୍ରକାଶ କରିଛି।
କେବଳ ଯେ ସୌନ୍ଦର୍ଯ୍ୟ ପାଇଁ ଏହା ସହାୟକ ହେବ ତାହା ନୁହେଁ, ବରଂ ମୃତ୍ତିକାକୁ ସଂରକ୍ଷଣ କରିବାକୁ ଏବଂ ଜଙ୍ଗଲୀ ଘାସ ଇତ୍ୟାଦିକୁ ବଢ଼ିବାକୁ ନ ଦେବାରେ ଲତା ରୋପଣ ସହାୟକ ହେବ। ପ୍ରକୃତି ଅନୁଯାୟୀ ଲତାଗୁଡିକ ଶୀଘ୍ର ବଢ଼ିଥାନ୍ତି ଏବଂ ବଢ଼ିବା ପାଇଁ କମ୍‌ ଭୂପୃଷ୍ଠର ଆବଶ୍ୟକତା ଥାଏ। ତେଣୁ ଫୁଲ ନ ଥିବା ଗଛରେ ଏହା ମାଡିଚାଲିଲେ ଖୁବ୍‌ ସୁନ୍ଦର ଦେଖାଯାଇଥାଏ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ପ୍ରାଥମିକଭାବେ ଏହି ପ୍ରକଳ୍ପ ୧୧ଟି ପାର୍କରେ କରାଯିବ, ଯେଉଁଥିରେ କି ୫ଟି ସିଟି ପାର୍କ ଏବଂ ୬ଟି କଲୋନୀ ପାର୍କ ଅନ୍ତର୍ଭୁକ୍ତ ରହିଛି। ପରେ ଅନ୍ୟ ପାର୍କକୁ ଏଭଳି କରାଯିବ। ରାସ୍ତାକଡରେ ଥିବା ଗଛରେ ଲତା ବଢ଼ିବା ପାଇଁ ଏବଂ ବିଶେଷକରି ଶୀତଋତୁରେ ବଢୁଥିବା ଲତାକୁ ଏବେ ସ୍ଥାନିତ କରିବାକୁ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଏହା ସହରର ସୌନ୍ଦର୍ଯ୍ୟକରଣ କ୍ଷମତାକୁ ଅଧିକ ତ୍ୱରାନ୍ବିତ କରିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
ଉଭୟ ବିଡିଏ ଏବଂ ବିଏମ୍‌ସିର ହର୍ଟିକଲ୍ଚରିଷ୍ଟ୍‌ ଓ ଲ୍ୟାଣ୍ଡ୍‌ ସ୍କେପ୍‌ ଏକ୍ସପର୍ଟ୍‌ ମାନେ ଅନୁଧ୍ୟାନରୁ ଜାଣିଛନ୍ତି ଯେ, କେବଳ ପାର୍କ ଏବଂ ରାସ୍ତାକଡର ଝଙ୍କାଳିଆ ଗଛ ଯାହା ଫୁଲଶୂନ୍ୟ ସେଗୁଡିକୁ ପ୍ରକୃତିର ରୂପ ଦେବା ପାଇଁ ଏବଂ ସହରର ପ୍ରକୃତିକୁ ଅଧିକ ସୁନ୍ଦର ଓ ସ୍ମାର୍ଟ୍‌ କରିବାପାଇଁ ଏ ପ୍ରକାରର ପଦକ୍ଷେପ ସହାୟକ ହେବ। ଦିଲ୍ଲୀ ସମେତ ଅନେକ ସ୍ଥାନରେ ଫ୍ଲାଇଓଭର ତଳେ ଥିବା ବଡବଡ ଖମ୍ବରେ, ଛକସ୍ଥାନ ଇତ୍ୟାଦିରେ ସବୁଜିମାର ଶୋଭା ଖୁବ୍‌ ମନୋହର। କିଛିଦିନ ତଳେ ପ୍ରଳଙ୍କରୀ ବାତ୍ୟା ‘ଫନୀ’ ହେତୁ ରାଜଧାନୀର ସବୁଜିମା କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଲତାର ଶୋଭା ଖୁବ୍‌ଶୀଘ୍ର ପ୍ର୍ରାକୃତିକ ରୁଚି ଦେବ ବୋଲି ବରିଷ୍ଠ ନାଗରିକ ଏନ୍‌. କେ. ପଟ୍ଟନାୟକ କହିଛନ୍ତି। ଏହାର ସଫଳତାକୁ ନେଇ ଅନ୍ୟ ସହରରେ ମଧ୍ୟ ସମାନ କାର୍ଯ୍ୟ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri