ପୁଣି ଲାଗୁ ହେଉ ସମ୍ପତ୍ତି ଟିକସ: ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ, ୨୯- ୧ : ବର୍ତ୍ତମାନ ଲୋକଙ୍କ ମଧ୍ୟରେ ରହିଥିବା ଅସମାନତାକୁ ବିଚାର କରି ଭାରତ ଆଗାମୀ ସାଧାରଣ ବଜେଟରେ ସମ୍ପତ୍ତି ଟିକସ ଲାଗୁ କରିବାର ଆବଶ୍ୟକତା ରହିଥିବା ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜୀତ ବାନାର୍ଜୀ କହିଛନ୍ତି। ଏହା ସହ ସମ୍ପତ୍ତିର ପୁନଃ ବିତରଣକୁ ମଧ୍ୟ ସରକାର ଫୋକସ କରିବା ଉଚିତ ବୋଲି କଲିକତାଠାରେ ଏକ କାର୍ଯ୍ୟକ୍ରମରେ ବାନାର୍ଜୀ ମତ ରଖିଛନ୍ତି।
୧୯୫୭ରେ ସମ୍ପତ୍ତି ଟିକସ ଆଇନ ପାସ୍‌ ହୋଇଥିଲା। ବ୍ୟକ୍ତି ବିଶେଷ, ହିନ୍ଦୁ ଅଣ ବିଭାଜିତ ପରିବାର ଏବଂ କର୍ପୋରେଟଗୁଡିକର ଭାଲ୍ୟୁଏଶନକୁ ବିଚାରକରି ଏହି ଟିକସ ଲାଗୁ କରାଯାଉଥିଲା। ୨୦୧୬ରେ ଏହି ଟିକସକୁ ଉଚ୍ଛେଦ କରାଯାଇଛି। ବର୍ତ୍ତମାନର ସରକାର ଏହି ଆଇନକୁ ପୁନର୍ବାର ଆଣିବେ କି ନାହିଁ ସେ ନେଇ ସନ୍ଦିହାନ ଥିବା ସେ ମତ ଦେଇଛନ୍ତି। ସେ କହିଛନ୍ତି, କର୍ପୋରେଟ ଟିକସ ହ୍ରାସ ହେବା ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଯେଉଁ ପରିମାଣର ଲାଭ ମିଳିବା କଥା ତାହା ମିଳୁନାହିଁ। ଦେଶର କର୍ପୋରେଟ ଅର୍ଥକୁ ନିଜ ପାଖରେ ଧରି ବସି ପଡିଛି। ଦେଶର ବ୍ୟାଙ୍କିଙ୍ଗ ଶିଳ୍ପକୁ ପୁନଃ ପୁଞ୍ଜିପ୍ରଦାନ, ଭିତ୍ତିଭୂମି କ୍ଷେତ୍ରକୁ ଉତ୍ସାହିତ କରିବା ଉଚିତ। ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସହାୟତା ଯୋଗାଇ ଦେଲେ ଏହା ତ୍ୱରିତ ଭିତ୍ତିରେ ସଫଳତା ଦେବ ବୋଲି ଭାବି ବସିବା ଠିକ୍‌ ହେବ ନାହିଁ। ବରଂ ଏଥି ଲାଗି କିଛି ସମୟ ଲାଗିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସରକାରୀ ଯୋଜନା ଉପରେ ମତ ରଖି ସେ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଭଳି ଯୋଜନାରେ ଅନେକ ଖର୍ଚ୍ଚ ହେଉଛି। ଏହା ଠିକ୍‌ ଭାବେ କାର୍ଯ୍ୟକାରି ହେଲେ ଅନେକ ଲୋକଙ୍କ ଲାଗି ଲାଭକାରି ହେବ। ଉଜ୍ଜ୍ୱଳା ଏବଂ ସ୍ବଚ୍ଛ ଭାରତକୁ ସେ ବ୍ୟୟବହୁଳ ଯୋଜନା ବୋଲି ମତ ଦେଇଛନ୍ତି। ସିଏଏ ଏବଂ ଏନଆର୍‌ସି ଉପରେ ଏକ ପ୍ରଶ୍ନର ଉତ୍ତରେ ସେ କହିଛନ୍ତି, ପ୍ରବାସୀ ମାନେ ଅର୍ଥବ୍ୟବସ୍ଥା ଲାଗି ଖରାପ ନୁହନ୍ତି। ସ୍ଥାନୀୟ ଜନସଂଖ୍ୟା ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ସେମାନେ ଆପ୍ରାଣ ଉଦ୍ୟମ ଜାରି ରଖିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri