ପୁଣି ବିବାଦରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ:ପ୍ରସବବେଳେ ନବଜାତକର ଦୁଇ ଗୋଡ଼ ଭାଙ୍ଗିଲା

ପୁରୀ ଅଫିସ, ୧୮।୧୨:ବିଭିନ୍ନ କାରଣକୁ ନେଇ ବିବାଦରେ ରହୁଥିବା ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ସୁଧୁରିବାର ନାଁ ଧରୁନି। ପୁଣି ଏକ ସାଂଘାତିକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଡାକ୍ତରଙ୍କ ଅନୁପସ୍ଥିତିରେ ଡ୍ୟୁଟିରେ ଥିବା କେତେଜଣ ଷ୍ଟାଫ ନର୍ସ ଏକ ପ୍ରସବ କରାଇଥିଲେ। ମାତ୍ର ଚିକିତ୍ସାରେ ଅବହେଳାରୁ ଶିଶୁଟି ଜନ୍ମହେବା ପରେ ତା’ର ଦୁଇ ଗୋଡ ଭାଙ୍ଗିଯାଇଥିବା ପରିବାର ଲୋକେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଏହା ସହ ସମ୍ପୃକ୍ତ ଷ୍ଟାଫ ନର୍ସମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ସିଡିଏମ୍‌ଓ ନୀଳକଣ୍ଠ ମିଶ୍ର କୁହନ୍ତି, ଏହି ଘଟଣାକୁ ଗୁରୁତର ସହିତ ନିଆଯାଇଛି। ଅଭିଯୋଗ ପାଇବାରେ ଘଟଣାର ତଦନ୍ତ ଲାଗି ୪ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌କୁ ୩ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। କଟକ ବଡ଼ ମେଡିକାଲରେ ଶିଶୁର ଚିକିତ୍ସା ଲାଗି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଶିଶୁର ଚିକିତ୍ସାରେ ସମସ୍ତ ସହଯୋଗ କରାଯିବ। ପ୍ରାଥମିକ ତଦନ୍ତ ସ୍ବରୂପ ସେହିଦିନ ଡ୍ୟୁଟିରେ ଥିବା ନର୍ସ ଓ ଡାକ୍ତରଙ୍କୁ ନୋଟିସ ଜାରି କରାଯିବ। ମାତ୍ର ଶିଶୁପୁତ୍ର ଜନ୍ମ ସମୟରେ ଡାକ୍ତରଙ୍କ ଅନୁପସ୍ଥିତି ଅଭିଯୋଗକୁ ସିଡିଏମ୍‌ଓ ଖଣ୍ଡନ କରିଛନ୍ତି। ପ୍ରସବ ରୁମ୍‌ରେ ଡାକ୍ତରଙ୍କ ୨୪ ଘଣ୍ଟିଆ ଡ୍ୟୁଟି ରହିଥାଏ। ଦୈନିକ ୧୦ରୁ ୧୫ ପ୍ରସବ ହୋଇଥାଏ। ତଦନ୍ତ ପରେ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।
ପ୍ରକାଶ ଯେ, କଣାସ ଥାନା ଅନ୍ତର୍ଗତ ବାଦଲପୁର ଗ୍ରାମର ହେମନ୍ତ ବେହେରାଙ୍କ ସ୍ତ୍ରୀ ସୁକୁମାରୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଡିସେମ୍ବର ୮ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେହିଦିନ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଜନ୍ମ ହେବା ପରେ ଶିଶୁ ନିରନ୍ତର ଭାବେ କାନ୍ଦିବାକୁ ଲାଗିଥିଲା। କାନ୍ଦ ବନ୍ଦ ନ ହେବାରୁ ହେମନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲେ। ମାତ୍ର ଡାକ୍ତର ଏଥିପ୍ରତି ଗୁରୁତ୍ୱ ନ ଦେଇ ଡିସେମ୍ବର ୧୧ତାରିଖରେ ଡିସ୍‌ଚାର୍ଜ କରିଦେଇଥିଲେ। ଘରକୁ ଫେରିବା ପରେ ଶିଶୁର କାନ୍ଦ ବନ୍ଦ ହୋଇ ନ ଥିଲା। ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ପୁଣି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ତାଙ୍କୁ କଟକ ନେଇ ଯିବାକୁ କହିଥିଲେ। ତେବେ ହେମନ୍ତ ପୁରୀର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରିଥିଲେ। ସେଠାରେ ଶିଶୁର ଏକ୍ସ-ରେ କରାଯିବାରୁ ଦୁଇ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଥିଲା। ପ୍ରସବ ଦିନ ଅପରେଶନ ଗୃହରେ କୌଣସି ଡାକ୍ତର ଉପସ୍ଥିତ ନ ଥିବାରୁ କେତେଜଣ ଷ୍ଟାଫ ନର୍ସ ତାଙ୍କ ପ୍ରସବ କରାଇଥିଲେ। ପ୍ରସବ ପରେ ଶିଶୁ ତାଙ୍କ ହାତରୁ ଖସି ତଳେ ପଡ଼ିଯାଇଥିଲା। ଫଳରେ ଶିଶୁର ଏଭଳି ଅବସ୍ଥା ହୋଇଥିବା ହେମନ୍ତ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri