Posted inଖେଳ

ପୁଣି ଚମକିଲେ ପୃଥ୍ବୀ, ଭାରତ ଏ’ ବିଜୟୀ

ଲିଙ୍କନ(ନ୍ୟୁଜିଲାଣ୍ଡ),୨୨।୧- ଫର୍ମରେ ଥିବା ଯୁବ ଓପନର ପୃଥ୍ବୀ ଶ’ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’ ୫ ଉଇକେଟରେ ଜିତିନେଇଛି। ଆହତ ଶିଖର ଧାଓ୍ବନଙ୍କ ସ୍ଥାନରେ ପ୍ରଥମ ଥର ପାଇଁ ଦିନିକଆ ଦଳରେ ସ୍ଥାନ ପାଇବାର ଗୋଟିଏ ଦିନ ପରେ ୨୦ ବର୍ଷୀୟ ପୃଥ୍ବୀ ୩୫ ବଲରେ ୪୮ ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସରେ ଥିଲା ୫ ଚୌକା ଓ ୩ ଛକା। ସେହିଭଳି ଜାତୀୟ ଟି୨୦ ଦଳକୁ ଫେରିବା ପରେ ସଞ୍ଜୁ ସାମସନ ୨୧ ବଲରେ ୩୯ (୩ ଚୌକା ଓ ୨ ଛକା) ରନ୍‌ ଓ ସୂର୍ଯ୍ୟକୁମାର ଯାଦବ ୧୯ ବଲରେ ୩୫ (୬ ଚୌକା ଓ ଗୋଟିଏ ଛକା) ରନ୍‌ର ଇନିଂସ ଖେଳିଥିଲେ। ୨୩୧ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରୁଥିବା ଭାରତ ଏ’ ୨୦ ଓଭର ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ନ୍ୟୁଜିଲାଣ୍ଡ ଏ’ ୪୮.୩ ଓଭରରେ ୨୩୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ରଚିନ ରବୀନ୍ଦ୍ର ୪୯, ଅଧିନାୟକ ଟମ ବ୍ରୁସ ୪୭ ଓ କୋଲେ ମ୍ୟାକ୍‌କୋନଚି ୩୪ ରନ୍‌ କରିଥିଲେ। ଭାରତ ଏ’ ପକ୍ଷରୁ ମହମ୍ମଦ ସିରାଜ ୩ ଉଇକେଟ ନେଇ ସଫଳତମ ବୋଲର ସାବ୍ୟସ୍ତ ହୋଇଥିବାବେଳେ ଅକ୍ଷର ପଟେଲ ଓ ଖଲିଲ ଅହମ୍ମଦ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ୨୯.୩ ଓଭରରେ ୫ ଉଇକେଟ ହରାଇ ୨୩୧ ରନ୍‌ କରି ବିଜୟ ହାସଲ କରିଥିଲା। ଭ୍ରମଣକାରୀ ଦଳ ଲାଗି ପୃଥ୍ବୀ, ସାମସନ, ସୂର୍ଯ୍ୟକୁମାରଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ଏମାନଙ୍କ ଛଡ଼ା ମୟଙ୍କ ଅଗ୍ରଓ୍ବାଲ ୨୯, ଅଧିନାୟକ ସୁବମନ ଗିଲ ୩୦, ବିଜୟ ଶଙ୍କର ୨୦ ଓ କ୍ରୁନାଲ ପାଣ୍ଡ୍ୟା ୧୫ ରନ୍‌ କରିଥିଲେ। ଘରୋଇ ଦଳର ଜେମ୍ସ ନିଶାମ ୨ ଉଇକେଟ ନେଇଥିଲେ। ସିରିଜ୍‌ର ଦ୍ୱିତୀୟ ଅନ୍‌ ଅଫିସିଆଲ ମ୍ୟାଚ୍‌ ୨୪ ତାରିଖରେ ଖ୍ରୀଷ୍ଟଚର୍ଚ୍ଚଠାରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri