ପୁଞ୍ଜି ପ୍ରତ୍ୟାହାରରୁ ୧.୦୫ ଲକ୍ଷ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨-୧୦: ସରକାର ଚଳିତ ବର୍ଷ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଯୋଜନା ରଖିଛନ୍ତି। ଚଳିତ ଆର୍ଥତ୍କବର୍ଷ ଏହି ଉଦ୍ୟୋଗଗୁଡିକର ଅଂଶଧନ ବିକ୍ରିରୁ ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ପ୍ରସ୍ତାବ ରହିଛି। ଏହାକୁ ଧ୍ୟାନରେ ରଖି ସରକାର ନିଜର ମେଗା ଦିଓ୍ବାଲି ସେଲ ପ୍ରସ୍ତୁତିରେ ଅଛନ୍ତି। ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) , ବିଇଏମ୍‌ଏଲ୍‌, କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆ (କନଙ୍କର),ଶିପିଂ କର୍ପୋରେଶନ ଅଫ୍‌ ଇଣ୍ଡିଆର ଭଳି କମ୍ପାନୀର ଷ୍ଟ୍ରାଟେଜିକ ସେଲ୍‌କୁ ସଚିବ ସ୍ତରୀୟ ଗ୍ରୁପ ମଞ୍ଜୁରୀ ପ୍ରଦାନ କରିଛି। ଏହାବାଦ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ଲାଗି ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ପ୍ରସ୍ତୁତ ହେଉଛି। ସେହିଭଳି ଟିଏଚ୍‌ଡିସି ଇଣ୍ଡିଆ ଏବଂ ନେପ୍‌କୋ ଭଳି ୨ ଶକ୍ତି କମ୍ପାନୀର ଅଂଶଧନ ବିକ୍ରିକୁ ଅନୁମୋଦନ ମିଳିଛି। ଏହା ରାଷ୍ଟ୍ରାୟତ୍ତ ଏନ୍‌ଟିପିସି ଦ୍ୱାରା ଅଧିଗ୍ରହଣ ହୋଇପାରେ।
ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶୀଘ୍ର ଶେଷ କରାଯିବ। ଏହା ପରେ ଇଓଆଇ ଜାରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଉଦ୍ୟୋଗଗୁଡିକର ଅଂଶଧନ ବିକ୍ରି ପ୍ରକ୍ରିୟା କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ କରାଯାଉଥିବା ପ୍ରକ୍ରିୟା ସହ ଜଡ଼ିତ ସରକାରଙ୍କ ୨ ବରିଷ୍ଠ ଅଧିକାରୀ କହିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଏୟାର ଇଣ୍ଡିଆର ଇଓଆଇ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ମେକାନିଜମ ମଞ୍ଜୁରୀ ପ୍ରଦାନ କରିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଏୟାର ଇଣ୍ଡିଆ ଉପରେ ୩୦,୦୦୦ କୋଟି ଟଙ୍କାର ଋଣ ଭାର ରହିଥିବା ବେଳେ ଏହା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହାକୁ କ୍ରୟ କରିବାକୁ ଚାହୁଁଥିବା ନିବେଶକଙ୍କ ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ସ୍ପଷ୍ଟ କରିବେ। ବିଇଏମ୍‌ଏଲ୍‌ ମଞ୍ଜୁରୀ ଚୂଡାନ୍ତ ସ୍ଥିତିରେ ରହିଛି। ଏହାବାଦ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦିପମ୍‌) ବିପିସିଏଲ୍‌, ଏସ୍‌ସିଆଇ ଏବଂ କନଙ୍କରର ଅଂଶଧନ ବିକ୍ରି ଲାଗି ସ୍ବତନ୍ତ୍ର ମେକାନିଜମ ସ୍ଥାପନ କରିବ।
ବିପିସିଏଲରେ ଥିବା ସରକାରଙ୍କ ଅଂଶଧନର ବର୍ତ୍ତମାନ ମାର୍କେଟ ଭାଲ୍ୟୁ ପ୍ରାୟ ୫୫,୦୦୦ କୋଟି ଟଙ୍କା ହେବ। ଷ୍ଟ୍ରାଟେଜିକ ନିବେଶକଙ୍କ ଦ୍ୱାରା କଣ୍ଟ୍ରୋଲ ପ୍ରିମିୟମ ଲାଭ କଲେ ଏହାର ପ୍ରକୃତ ମୂଲ୍ୟ ଆହୁରି ବଢିଯିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଉକ୍ତ କମ୍ପାନୀରେ ସରକାରଙ୍କ ୫୩.୩% ଅଂଶଧନ ରହିଛି। ଏହାର ଅଂଶଧନ ବିକ୍ରି ଦ୍ୱାରା ସରକାର ପ୍ରାୟ ୬୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିବାକୁ ଚାହୁଁଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଏଥିଲାଗି ସଂସଦର କୌଣସି ମଞ୍ଜୁରୀ ଲୋଡା ପଡିବ ନାହିଁ। ଏହି ପ୍ରସଙ୍ଗରେ ବିଚାର ବିମର୍ଷ କରିବା ପରେ ଏହା ଜଣାପଡିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହାବାଦ ବିଇଏମ୍‌ଏଲ୍‌ରେ ସରକାରଙ୍କ ୫୪% ଅଂଶଧନ ଥିବା ବେଳେ ଏହାର ବଜାର ମୂଲ୍ୟ ୨,୧୦୦ କୋଟି ହେବ। ସେହିଭଳି କଙ୍କରରେ ୫୪.୮% (ମୂଲ୍ୟ- ୨୦,୦୦୦ କୋଟି), ଏସ୍‌ସିଆଇରେ ୭୩.୭୫%(ମୂଲ୍ୟ- ୧୩୦୦ କୋଟି) ରହିଛି। ଚଳିତ ଆର୍ଥତ୍କ ବର୍ଷର ଆଉ ୬ ମାସ ସମୟ ବାକି ଥିବା ବେଳେ ଷ୍ଟ୍ରାଟେଜିକ ସେଲ୍‌ ଏବଂ ପବ୍ଲିକ ଅଫର ଲାଗି ସରକାର ପ୍ରକ୍ରିୟା ତ୍ୱରାନ୍ବିତ କରିଛନ୍ତି। କର୍ପୋରେଟ ଟିକସ ହ୍ରାସ ହେବା ପରେ ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି ସରକାର ପୁଞ୍ଜି ପ୍ରତ୍ୟାହାର ସହ ଅନ୍ୟ ଦିଗରୁ ଅର୍ଥ ଯୋଗାଡ କରୁଛନ୍ତି। ସୋମବାର ଆଇଆର୍‌ସିଟିସି ଲାଗି ଇନିସିଆଲ ପବ୍ଲିକ ଅଫର(ଆଇପିଓ) ଜାରି କରାଯାଇଛି। ସୂଚନା ଯୋଗ୍ୟ ସରକାର ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ୮୦,୦୦୦ କୋଟି ଟଙ୍କା ଏବଂ ୨୦୧୭-୧୮ ଲାଗି ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଚଳିତ ବର୍ଷର ଧାର୍ଯ୍ୟ ଲକ୍ଷ ଏହାଠାରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri