‘ପିଲାମାନେ ପ୍ରାରମ୍ଭିକ ଶିକ୍ଷାରୁ ଇଂଲିଶ କୁହନ୍ତୁ ବୋଲି ଅଭିଭାବକ ଚାହୁଁଛନ୍ତି’

ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନେଇ ସରକାରୀସ୍ତରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି। ତଥାପି ଅଭିଭାବକମାନେ ନିଜ ପିଲାର ଉତ୍ତମ ଭବିଷ୍ୟତ ଗଢିବା ପାଇଁ ସରକାରୀ ବିଦ୍ୟାଳୟ ପରିବର୍ତ୍ତେ ଘରୋଇ ବିଦ୍ୟାଳୟ ଉପରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି। ସମ୍ପ୍ରତି ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକଙ୍କ ଆସ୍ଥା ବଢାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଧରିତ୍ରୀର ଆଳାପ।

ସିବିଏସ୍‌ଇ କର୍ତ୍ତୃପକ୍ଷ ନିକଟରେ ପରୀକ୍ଷା ଫି’ ବୃଦ୍ଧି କରିଛନ୍ତି। ଏହା ଅଭିଭାବକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ନୁହେଁ କି?
ଉତ୍ତର: ସିବିଏସ୍‌ଇର ଏଭଳି ନିଷ୍ପତ୍ତି ଅଭିଭାବକଙ୍କୁ ନିଶ୍ଚିତ ଭାବେ ବାଧିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଫି’ କମାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ଫି’ ବୃଦ୍ଧିକୁ ରାଜ୍ୟ ସରକାର ନିଜ ନିୟନ୍ତ୍ରଣାଧୀନ ରଖିବା ପାଇଁ ଯେଉଁ ଫି’ ନିୟନ୍ତ୍ରିତ କମିଟି ଗଠନ କରିବା କଥା ସେଥିରେ କାହିଁକି ବିଳମ୍ବ ଘଟୁଛି?
ଅଭିଭାବକ ମହାସଂଘ ପକ୍ଷରୁ ଏନେଇ ବାରମ୍ବାର ଦାବି କରାଯାଉଛି। ସରକାର ମଧ୍ୟ ଏବିଷୟରେ ସଚେତନ ଅଛନ୍ତି, ଆସନ୍ତା ଶିକ୍ଷା ବର୍ଷ ଆରମ୍ଭ ବେଳକୁ ଫି’ ନିୟନ୍ତ୍ରିତ କମିଟି ନିଶ୍ଚିତ ଭାବେ ଗଠନ କରାଯିବ।
ସରକାରୀ ବିଦ୍ୟାଳୟ ଅପେକ୍ଷା ଅଭିଭାବକମାନେ କାହିଁକି ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢାଇବାକୁ ଅଧିକ ଇଚ୍ଛା କରୁଛନ୍ତି?
ଉତ୍ତର: ସାଧାରଣଭାବେ ଅଭିଭାବକମାନେ ଚାହାନ୍ତି ଯେ, ସେମାନଙ୍କ ପିଲାମାନେ ପ୍ରାରମ୍ଭିକ ଶିକ୍ଷାରୁ ହିଁ ଇଂଲିଶ କହିବା ଶିଖନ୍ତୁ, ଯାହାକି ସରକାରୀ ବିଦ୍ୟାଳୟଗୁଡ଼ିକରେ ହୋଇପାରେ ନାହିଁ। ଏବେ ଆଦର୍ଶ ବିଦ୍ୟାଳୟରେ ଇଂଲିଶ ବିଷୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ଯାହାକି ଅଭିଭାବକଙ୍କୁ ଅଧିକ ଆକୃଷ୍ଟ କରିପାରୁଛି।
ମନ୍ତ୍ରୀ ହେବା ପୂର୍ବରୁ କିମ୍ବା ପରେ ସରକାରୀ ସ୍କୁଲରେ ପାଠପଢ଼ା କିପରି ଭଲ ହୋଇପାରିବ ସେ ଦିଗରେ କିଛି ସ୍ବତନ୍ତ୍ର କରିବାକୁ ଚିନ୍ତା କରିଛନ୍ତି?
ଉତ୍ତର: ଗଣଶିକ୍ଷା ବିଭାଗର ମନ୍ତ୍ରୀ ପଦ ପାଇବା ପରେ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଛି। ସେଠାରେ ଅନୁଭବ କରିଛି ଯେ, ସରକାରୀ ସ୍କୁଲର ପିଲାମାନେ ଗଣିତ, ବିଜ୍ଞାନ ଏବଂ ଇଂଲିଶରେ ଦୁର୍ବଳ ରହୁଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ସମୟର ଅଭାବ। ଶିକ୍ଷକମାନେ ଗୋଟିଏ ବିଷୟ ୪୫ମିନିଟ୍‌ ପାଇଁ ପଢାଉଛନ୍ତି। ସେଥିରୁ ୧୦ରୁ ୧୫ମିନିଟ୍‌ ଯିବା ଆସିବା ଆଦିରେ ସରିଯାଉଛି। ଫଳରେ ପିଲାଙ୍କୁ ପଢ଼ିବା ପାଇଁ ମାତ୍ର ଅଧଘଣ୍ଟା ମିଳୁଛି, ଯାହାକି ପର୍ଯ୍ୟାପ୍ତ ନୁହେଁ। ତେଣୁ ଏହି ବିଷୟଗୁଡ଼ିକର ସମୟକୁ ୪୫ ମିନିଟରୁ ଦେଢ଼ଘଣ୍ଟା କରିବାକୁ ଚିନ୍ତା କରାଯାଉଛି।
ଗତ ନିର୍ବାଚନରେ ପୁରୀ ଜିଲାରେ ଏକାଧିକ ଟାଣୁଆ ନେତା ହାରି ଯାଇଥିବାବେଳେ ଆପଣ ଏକ ବଡ଼ ବ୍ୟବଧାନରେ ଜିତିଛନ୍ତି, ଏହା କିପରି ସମ୍ଭବ ହେଲା?
ଉତ୍ତର: ନିର୍ବାଚନ ଏକ ପ୍ରକ୍ରିୟା। ଏଥିରେ ଜଣେ ଜିତିବ ଆଉ କିଏ ହାରିବ। ଜଣେ ହାରିଗଲେ ଯେ ଦୁର୍ବଳ ନେତା, ସେ କଥା ଭାବିବା ଭୁଲ୍‌।
ଜଗତ୍‌ସିଂହପୁର ଲୋକ ସଭା କ୍ଷେତ୍ର ମଧ୍ୟରେ ଆସୁଥିବା ସମସ୍ତ ବିଧାନସଭା ଆସନରେ ବିଜେଡି ବାଜିମାତ୍‌ କଲା, ମାତ୍ର ପୁରୀ ଲୋକ ସଭା କ୍ଷେତ୍ରର ଦୁଇଟି ଆସନ ଶାସକ ଦଳ ହରାଇଲା, ଏହା ପଛରେ କାରଣ କ’ଣ?
ଉତ୍ତର: ସର୍ଜିକାଲ ଷ୍ଟ୍ରାଇକ କଥା ଉଠିଲା ପରେ ଏହାକୁ ନେଇ ଏକ ଭିନ୍ନଧରଣର ପ୍ରଚାର ପ୍ରସାର ଆରମ୍ଭ ହେଲା। ମୋଦିଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଏହାକୁ ରଣକୌଶଳ ଭାବେ ଗ୍ରହଣ କରାଗଲା, ଯାହାର ଶିକାର ପୁରୀ ଜିଲାର ଦୁଇଟି ଆସନରେ ବିଜେଡିକୁ ହରାଇବାକୁ ପଡ଼ିଲା।
– ସାକ୍ଷାତ୍‌: ସୁନୀତ ମିଶ୍ର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଦେଖି ଏମିତି କହିଦେଲେ ମେଲୋନି: ସରା ବିଶ୍ୱରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦୀର୍ଘ ଦିନ ଧରି ନିରନ୍ତର କାର୍ଯ୍ୟକାଳ ପାଇଁ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ମୁଖ୍ୟ ଭାବରେ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri