Posted inଖେଳ

ପିଲାଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଗାଭାସ୍କରଙ୍କ ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୧୮।୯(ପି.ଟି.)- ହାର୍ଟ ଟୁ ହାର୍ଟ (ଏଚ୍‌ ଟୁ ଏଚ୍‌) ଫାଉଣ୍ଡେଶନ ସହ ଜଡିତ ରହିଥିବା ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ୬୦୦ ଗରିବ ପିଲାଙ୍କ ହାର୍ଟ ସର୍ଜରୀ ବା ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ପାଣ୍ଠି ସଂଗ୍ରହ କରିଛନ୍ତି। ଆମେରିକା ଗସ୍ତରେ ସେ ବିଭିନ୍ନ ସହରକୁ ଯାଇ ଏହି ପାଣ୍ଠି ସଂଗ୍ରହ କରିଛନ୍ତି। ଭାରତର ସତ୍ୟ ସାଇ ସଞ୍ଜୀବନୀ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯିବ। ୨୦୧୨ଠାରୁ ଏହି ହସ୍ପିଟାଲ ମାଗଣାରେ ଏପର୍ଯ୍ୟନ୍ତ ୧୦,୦୦୦ ଅସ୍ତ୍ରୋପଚାର କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଥି ମଧ୍ୟରୁ ୪୦୦ ଅସ୍ତ୍ରୋପଚାର ହାର୍ଟ ଟୁ ହାର୍ଟ ଫାଉଣ୍ଡେଶନ ଦ୍ୱାରା ସମ୍ଭବ ହୋଇପାରିଛି। ଗାଭାସ୍କର ଏଥିମଧ୍ୟରୁ ୩୪ ଆସ୍ତ୍ରୋପଚାର ପାଇଁ ପାଣ୍ଠି ସଂଗ୍ରହ କରିଛନ୍ତି। ଅର୍ଥାଭାବରୁ ଭାରତରେ ପ୍ରତିଦିନ ୨୫୦ ପିଲା ହୃଦୟ ଜନିତ ସମସ୍ୟାରେ ମୃତ୍ୟୁବରଣ କରୁଛନ୍ତି। ମହାରାଷ୍ଟ୍ର, ଛତିଶଗଡ଼ ଓ ହରିୟାଣାରେ ସତ୍ୟ ସାଇ ସଞ୍ଜିବନୀ ହସ୍ପିଟାଲର ଶାଖା ରହିଛି। ଏବେ ୩୬,୦୦୦ ପିଲା ଚିକିତ୍ସା ପାଇଁ ତାଲିକାଭୂକ୍ତ ହୋଇଛନ୍ତି। ଠିକ୍‌ ସମୟରେ ଚିକିତ୍ସା ନ ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ମୃତ୍ୟୁ ବରଣ କରିବେ ବୋଲି ସଞ୍ଜୀବନୀ ହସ୍ପିଟାଲର ଅଧ୍ୟକ୍ଷ ସି. ଶ୍ରୀନିବାସ କହିଛନ୍ତି। ଆମେରିକା ଗସ୍ତରେ ଏହି ସଂସ୍ଥାକୁ କାଲିଫର୍ନିଆ, ମିଲପିଟାସ, ସାନ ଫ୍ରାନନ୍ସିକୋ ଓ ସିକାଗୋରେ ସମର୍ଥନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri