Posted inଖେଳ

ପିଲାଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଗାଭାସ୍କରଙ୍କ ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୧୮।୯(ପି.ଟି.)- ହାର୍ଟ ଟୁ ହାର୍ଟ (ଏଚ୍‌ ଟୁ ଏଚ୍‌) ଫାଉଣ୍ଡେଶନ ସହ ଜଡିତ ରହିଥିବା ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ୬୦୦ ଗରିବ ପିଲାଙ୍କ ହାର୍ଟ ସର୍ଜରୀ ବା ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ପାଣ୍ଠି ସଂଗ୍ରହ କରିଛନ୍ତି। ଆମେରିକା ଗସ୍ତରେ ସେ ବିଭିନ୍ନ ସହରକୁ ଯାଇ ଏହି ପାଣ୍ଠି ସଂଗ୍ରହ କରିଛନ୍ତି। ଭାରତର ସତ୍ୟ ସାଇ ସଞ୍ଜୀବନୀ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯିବ। ୨୦୧୨ଠାରୁ ଏହି ହସ୍ପିଟାଲ ମାଗଣାରେ ଏପର୍ଯ୍ୟନ୍ତ ୧୦,୦୦୦ ଅସ୍ତ୍ରୋପଚାର କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଥି ମଧ୍ୟରୁ ୪୦୦ ଅସ୍ତ୍ରୋପଚାର ହାର୍ଟ ଟୁ ହାର୍ଟ ଫାଉଣ୍ଡେଶନ ଦ୍ୱାରା ସମ୍ଭବ ହୋଇପାରିଛି। ଗାଭାସ୍କର ଏଥିମଧ୍ୟରୁ ୩୪ ଆସ୍ତ୍ରୋପଚାର ପାଇଁ ପାଣ୍ଠି ସଂଗ୍ରହ କରିଛନ୍ତି। ଅର୍ଥାଭାବରୁ ଭାରତରେ ପ୍ରତିଦିନ ୨୫୦ ପିଲା ହୃଦୟ ଜନିତ ସମସ୍ୟାରେ ମୃତ୍ୟୁବରଣ କରୁଛନ୍ତି। ମହାରାଷ୍ଟ୍ର, ଛତିଶଗଡ଼ ଓ ହରିୟାଣାରେ ସତ୍ୟ ସାଇ ସଞ୍ଜିବନୀ ହସ୍ପିଟାଲର ଶାଖା ରହିଛି। ଏବେ ୩୬,୦୦୦ ପିଲା ଚିକିତ୍ସା ପାଇଁ ତାଲିକାଭୂକ୍ତ ହୋଇଛନ୍ତି। ଠିକ୍‌ ସମୟରେ ଚିକିତ୍ସା ନ ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ମୃତ୍ୟୁ ବରଣ କରିବେ ବୋଲି ସଞ୍ଜୀବନୀ ହସ୍ପିଟାଲର ଅଧ୍ୟକ୍ଷ ସି. ଶ୍ରୀନିବାସ କହିଛନ୍ତି। ଆମେରିକା ଗସ୍ତରେ ଏହି ସଂସ୍ଥାକୁ କାଲିଫର୍ନିଆ, ମିଲପିଟାସ, ସାନ ଫ୍ରାନନ୍ସିକୋ ଓ ସିକାଗୋରେ ସମର୍ଥନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

‘ପାରସ୍ୟ ଉପସାଗରର ଦୟନୀୟ ଜଳଦସ୍ୟୁ’: ମିମ୍ସ ଆଉ ଭିଡିଓ ମାଧ୍ୟମରେ ଟ୍ରମ୍ପଙ୍କୁ ଉପହାସ କଲା ଇରାନ

ତେହରାନ,୧୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ଅନିଶ୍ଚିତ ଶାନ୍ତି ଆଲୋଚନା ମଧ୍ୟରେ, ଇରାନ ଏକ ନୂତନ ପ୍ରକାରର କୂଟନୈତିକ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri