Posted inଫୁରସତ

ପିତାଙ୍କ ସ୍ମୃତିରେ ୧୩ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ପୁଅ

ଆସାମ ଦିବ୍ରୁଗଡ଼ର ଏକ ସଡ଼କରେ ଚାଲିଲେ, ଆପଣଙ୍କୁ ବିଦେଶରେ ଭ୍ରମଣ କରିବାର ଅନୁଭୂତି ପ୍ରାପ୍ତ ହେବ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ସଡ଼କର ନିର୍ମାଣ ସ୍ଥାନୀୟ ଅଞ୍ଚଳର ଗୌତମ ବାରଦାଲୋଇ କରିଛନ୍ତି। ପିତାଙ୍କ ନାମାନୁସାରେ ସଡ଼କର ନାମକରଣ କରିଛନ୍ତି ହେରମ୍ବା ବାରଦାଲୋଇ। ତାଙ୍କ ପିତା ଜଣେ ସାମ୍ବାଦିକ ସାଙ୍ଗକୁ ସମାଜସେବୀ। ନିଜ ଜୀବନର ଅନେକ ମୂଲ୍ୟବାନ ସମୟକୁ ସେ ଅସହାୟ, ନିଃସହାୟ, ଦୁଃଖିଦରିଦ୍ରଙ୍କ ସେବାରେ ଅତିବାହିତ କରିଛନ୍ତି। ତେବେ ସେମାନେ ବାସ କରୁଥିବା ଅଞ୍ଚଳର ସଡ଼କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମିଯାଏ। ଗୌତମଙ୍କ ପିତାଙ୍କ ମୃତ୍ୟୁ ପରେ ନଗରପାଳିକା ରାସ୍ତାର ଉନ୍ନତିକରଣ ପାଇଁ ଚେଷ୍ଟା ଚଳାଇଲେ। ହେରମ୍ବାଙ୍କ ନାମାନୁସାରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। କିନ୍ତୁ ସଡ଼କ କାମ ଏତେ ବି ଉନ୍ନତ ନ ଥିଲା। ଏଣୁ ପିତାଙ୍କ ନାମକୁ ଉଚ୍ଚ କରିବାକୁ ଯାଇ ତାଙ୍କ ସ୍ମୃତିରେ ଗୌତମ କିଛି ଯୁବକଙ୍କ ସହ ମିଶି ଅଞ୍ଚଳର ସଡ଼କକୁ ଏଭଳି ଆକାର ଦେଲେ, ଦେଖୁଥିବା ଲୋକଙ୍କ ପଲକ ପଡୁନାହଁି ଏବେ। ସେ ପ୍ରାୟ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଥମେ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ କାମ କଲେ। ପରେ ରାସ୍ତାକୁ ଦେଢ଼ ଫୁଟ୍‌ ଉଚ୍ଚ କଲେ। ୧୭୮ ମିଟର ଲମ୍ବ ରାସ୍ତାର ଉଭୟ ପାର୍ଶ୍ୱରେ ଅମୃତଭଣ୍ଡା, ହଳଦୀ ଏବଂ ଧନିଆ ଗଛ ଲଗାଇଲେ। ବିଭିନ୍ନ ରଙ୍ଗଦେଇ ରାସ୍ତାକୁ ଏକ ଆଦର୍ଶ ବିଶ୍ୱସ୍ତରୀୟ ସଡ଼କରେ ପରିଣତ କଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri