ପିତବାସପୁରରେ ବହପୁଛେ କିଡ଼୍‌ନୀ ରୋଗ୍‌: ଚେତି ଶୁଇଛେ ସୁଆସ୍‌ତିଅ ବିଭାଗ

କୋକସରା, ୮ା୭( ଡି.ଏନ୍‌.ଏ):  କୋକସରା ବ୍ଲକ ଲଡ଼ୁଗାଁ ପଁଚେତ୍‌ ପିତବାସପୁର ଗାଁରେ କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। ଇ ରୋଗ୍‌ରେ ବଛ୍‌ରେ ଭିତରେ ଝନ୍‌କର ମୁରତୁ ହେଇଥିଲାବେଲେ କଟକ ବଡ଼ ମେଡିକାଲରେ ଝନେ ମୁରତୁ ସଂଗେ ଯୁଝୁଛନ୍‌। ସେନ୍‌ତା ୧୦ରୁ ଅଧ୍‌କା ରୁଗୀ ଜିଲାର ଭିନେ ଭିନେ ଡାକ୍‌ତରଖାନାରେ ଚିକିତ୍ସିତ ହେଇ ନିରାଶ ହେଲାରୁ ବିଶାଖାପାଟଣା ଯାଇ ପରୀକ୍ଷା ନିରୀକ୍ଷା କରି ଏଭେ ଗାଁକେ ଫିରିଛନ୍‌। ସେମାନେ ସଭେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଡାକ୍‌ତର କହିଥିବାର ରୁଗୀମାନେ କହିଛନ୍‌।
ସୂଚନା ଅନ୍‌ସାରେ ଲଡ଼ୁଗାଁ ପଁଚେତ୍‌ ପିତବାସପୁର ଗାଁର ରଏନୁ ନିଆଲ(୬୦) ଗଲା ୬ ମାସ ତଲେ କିଡ଼୍‌ନୀ ରୋଗ୍‌ରେ ମରିଥିବାର ଅଭିଯୋଗ ହେଇଛେ। ସେନ୍‌ତା ଭାଗିରଥି ନିଆଲ(୫୮) କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ଏହେଦେ କଟକ ବଡ଼ ଡାକ୍‌ତରଖାନାରେ ଚିକିତ୍ସିତ ହେଉଛନ୍‌। ଗାଁର ଜଗଦିଶ ନିଆଲକଁର ମାଏକିନା ହୀରାମଣି ନିଆଲ(୪୮) ବଛ୍‌ରେ ହେଲା ଦିହିପା ଖରାପ ହେଲାରୁ ଚିକିତ୍ସିତ ହେଉଥିଲେ। ହେଲେ ରୋଗ୍‌ ଧରା ନାଇଁପଡ଼ଲାରୁ ସେ ବିଶାଖାପାଟଣାର ଗୁଟେ ଘରୋଇ ଡାକ୍‌ତରଖାନାରେ ପରୀକ୍ଷା ନିରୀକ୍ଷା କଲାରୁ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ସେନ୍‌ତା ଗଁାର ଯଦୁ ନିଆଲ(୬୫), ବୁଧ ନିଆଲ(୬୫), ଫଗନୁ ନିଆଲ(୫୮), ଭାନୁମତି ନିଆଲ(୫୦), ଉର୍ବଶୀ ନିଆଲ(୩୭), ରସିକ ନିଆଲ(୪୦), ଶନ୍ଦର ନିଆଲ(୫୦), ପୁରୁଷୋତ୍ତମ ନିଆଲ(୩୩), ପୂର୍ଣ୍ଣମୀ ନିଆଲ(୪୫) ପରମୁଖ ଲଡ଼ୁଗାଁ ଆର ଜିଲାର ଭିନେ ଭିନେ ଡାକ୍‌ତରଖାନାରେ ଚିକିତ୍ସିତ ହେଇ ନିରାଶ ହେଇଥିଲେ। ଶେଷେ ଇମାନେ ସଭେ ବିଶାଖାପାଟଣା ଯାଇ ସେଠାନେ ପରୀକ୍ଷା କଲାରୁ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜାନବାକେ ପାଇଥିଲେ। ଏହେଦେ ଦିନୁଦିନ୍‌କେ ଗାଁରେ କିଡ଼୍‌ନୀ ରୁଗୀକର ସଂଖ୍ୟା ବଢ଼ବାରେ ଲାଗିଥିଲାବେଲେ ଗାଁରେ ଗୁଟେ ଭଏର ବାତାବରନ୍‌ ସୁରୁଷ୍‌ଟି ହେଇଛେ। ହେଲେ କାଇଁଥିର ଲାଗି ଗାଁରେ ଇ ରୋଗ୍‌ ବହପୁଛେ କେହି ଜାନି ନାଇଁପାରବାର। ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗ ଇ ଦିଗେ ଦୁରୁଷ୍‌ଟି ଦେଇ ରୋଗ୍‌ର ନିରାକରନ୍‌ ଦିଗେ ପଦକ୍ଷେପ ନେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ କଳାହାଣ୍ଡି ଜିଲା ମୁଖିଆ ଚିକିତ୍ସା ଅଧ୍‌କାରୀ ବନଲତା ଦେବୀକୁଁ ପଚରାଲାରୁ ଘଟନାର ତଦଁତ୍‌ କଲେ କାରନ୍‌ ଜନାପଡ଼ବା। ପରୀକ୍ଷା ନିରୀକ୍ଷା ଲାଗି ବହୁତ୍‌ ଜଲଦି ଗାଁକେ ଗୁଟେ ଡାକ୍‌ତରି ଦଲ ପଠାଯିବା। ଗାଁରେ ଥିବାର ନଲ୍‌ଚୁଆଁମାନକର ପାଏନ୍‌ ପରୀକ୍ଷା କରବାର ସଂଗେ ରୁଗୀମାନକର ଦିହିପା ପରୀକ୍ଷା କରାଯିବା। ତା’ପରେ ଆଗ୍‌କେ କାଣା ପଦକ୍ଷେପ ନିଆଯିବା ସେ ଉପରେ ଚିନ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri