ପିଡିଙ୍କ ଭାପୁର ବ୍ଲକ ଗସ୍ତସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ନେଇ ତାଗିଦ୍‌

ଦ୍ଭାପୁର/ଖଣ୍ଡପଡ଼ା,୨୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.): ନୟାଗଡ଼ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ରଙ୍କ ଭାପୁର ବ୍ଲକ ଗସ୍ତ ଅବସରରେ ଶନିବାର ବ୍ଲକ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବଚ୍ଛ ଭାରତ ମିଶନ ଯୋଜନାର କାର୍ଯ୍ୟକାରିତାରେ ଅବହେଳା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସେ ତାଗିଦ୍‌ କରିଥିଲେ। ଏହି ବୈଠକରେ ଭାପୁର ବ୍ଲକର ୨୦ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆର୍‌ଏସ୍‌, ସମସ୍ତ କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।  ଆଗାମୀ ଅଗଷ୍ଟ ୧୫ ସୁଦ୍ଧା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ହିତାଧିକାରୀମାନଙ୍କୁ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ କରିବା ଓ ସମସ୍ତ ପ୍ରକାର ସହଯୋଗ କରି ପାଇଖାନା ନିର୍ମାଣ କରିବାକୁ ପିଡିତାଗିଦ୍‌ କରିଥିଲେ।  ସୂଚନାଯୋଗ୍ୟ, ଏହି ବ୍ଲକରେ ସ୍ବଚ୍ଛ ଭାରତ ମିଶନ ଯୋଜନା ବାଟବଣା ହୋଇଥିବାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୯ ହଜାରରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ ନ ହୋଇ ପଡିରହିଛି। ବିଭାଗୀୟ ଅଧିକାରୀଙ୍କ ଅପାରଗତା ପ୍ରତି ଏହା ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ସେ ଦର୍ଶାଇଥିଲେ। ଉକ୍ତ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହା ଉକ୍ତ ବୈଠକ ପରେ ଲୋକଲୋଚନକୁ ଆସିପାରିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ସୂଚନାଯାଗ୍ୟ, ପାଇଖାନା ନିର୍ମାଣ କ୍ଷେତ୍ରରେ ପ୍ରଥମେ ହିତାଧିକାରୀଙ୍କୁ ନିଜେ ଏହା ତିଆରି କରିବା ପାଇଁ ଅନୁମତି ଦିଆଯିବ। ଦ୍ୱିତୀୟତଃ ସରକାରୀସ୍ତରରେ ବିଭାଗୀୟ ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କରିବେ। ଯଦି କୌଣସି ହିତାଧିକାରୀଏଥିରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପାଇଖାନା ନିର୍ମାଣ କରି ଯୋଗାଇ ଦିଆଯିବ ବୋଲି ପିଡି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରା, ସୁନ୍ଦରଗଡ଼ ଜିଲାରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ,୨୨ା୪(ଜୟ ନାରାୟଣ ମେଣ୍ଡୁଳି): ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସୁନ୍ଦରଗଡ ଜିଲାରେ ଜନ ଜୀବନ ଦୁର୍ବିସହ ହୋଇପଡିଛି । ଦିନର ତାପମାତ୍ରା ଏବେ ୪୧ଡିଗ୍ରୀ ଡେଇଁ ଲାଣି।…

ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ଯାଉଥିବା ଆମ୍ବୁଲାନ୍ସ ମଝି ରାସ୍ତାରେ ଘଟାଇଲା ଦୁର୍ଘଟଣା…

ମୁନିଗୁଡା,୨୧।୪ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଅଧୀନ ଆଙ୍କୁଲପଦର ଗ୍ରାମ ନିକଟରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ମୁନିଗୁଡ଼ାରୁ ଆମ୍ବୁଲାନ୍ସ…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୧।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

କେନ୍ଦ୍ରୀୟ ବିଦ୍ୟାଳୟର ଅଭିନବ ପ୍ରୟାସ: ଜନ୍ମଦିନରେ ଛାତ୍ର କଲେ ଏମିତି କାମ

ଭଞ୍ଜନଗର,୨୨/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ସମୟରେ କିଛି ନୂଆ ନୂଆ ପଦକ୍ଷେପ ନେଉଛନ୍ତି।…

ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

ବସ ଚକ ତଳେ ପଶିଗଲେ ବାଇକ ଆରୋହୀ: ଭୟଙ୍କର ଦୁର୍ଘଟଣା ସିସିଟିଭିରେ କଏଦ, ଜାଣନ୍ତୁ କ’ଣ ହେଲା

ବଲାଙ୍ଗୀର,୨୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା।…

କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବି ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri