ପିଡିଏସ୍‌ରେ ମିଳିବ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୭। ୩: ଲକ୍‌ଡାଉନ ସମୟରେ ଦେଶର ୮୦ କୋଟି ରାଶନକାର୍ଡଧାରୀ ଯେଭଳି କେହି ଭୋକିଲା ନ ରୁହନ୍ତି ତାକୁ ଧ୍ୟାନରେ ରଖି ସରକାର ଗୁରୁବାର ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟକ୍ତିପିଛା ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ଏବଂ ପରିବାର ପିଛା ଏକ କିଲୋ ଡାଲି ଆଗାମୀ ୩ ମାସ ଯାଏ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧିକାରୀ ଏବେ ଯେତେ ପରିମାଣର ସବସିଡି ଖାଦ୍ୟଶସ୍ୟ ଲାଭ କରୁଛନ୍ତି ତାଠାରୁ ଅତିରିକ୍ତ ଭାବେ ଲୋକଙ୍କୁ ସାମଗ୍ରୀ ପ୍ରଦାନ କରାଯିବ। ଏବେ ଲୋକମାନେ ସବସିଡି ଦରରେ କିଲୋ ପିଛା ୨ ଟଙ୍କା ଦାମରେ ଗହମ ଏବଂ କିଲୋ ପ୍ରତି ୩ ଟଙ୍କାରେ ଚାଉଳ ପାଇ ପାରୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ଏହି ସୁବିଧା ସୁଯୋଗ ପ୍ରଦାନ କରାଯିବ। ଦେଶର ୮୦ କୋଟି ଗରିବ ଲୋକଙ୍କୁ ଆଗାମୀ ୩ ମାସ ଯାଏ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମରେ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଲୋକମାନେ ସେମାନଙ୍କ ଆବଶ୍ୟକତା ମୁତାବକ ଡାଲି ଚୟନ କରିପାରିବେ। ୨ଟି କିସ୍ତିରେ ରାଶନକାର୍ଡଧାରୀମାନେ ଏହି ଖାଦ୍ୟଶସ୍ୟ ନେଇ ପାରିବେ। ସରକାରୀ ତଥ୍ୟ ମୁତାବକ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ନିକଟରେ ୫୮.୪୯ ଲକ୍ଷ ଟନର ଖାଦ୍ୟ ଶସ୍ୟ ରହିଛି। ଏହା ମଧ୍ୟରେ ୩୦.୯୭ ଲକ୍ଷ ଟନ୍‌ ଚାଉଳ ରହିଥିବା ବେଳେ ୨୭.୫୨ ଲକ୍ଷ ଟନ୍‌ ଗହମ ରହିଛି।
କରୋନା ପ୍ରଭାବକୁ କମ୍‌ କରିବା ଲାଗି ସାରା ଦେଶରେ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଦ୍ୱାରା ଦେଶର ବିଭିନ୍ନବର୍ଗ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବିଶେଷ କରି ଗରିବ ଲୋକଙ୍କ ସହାୟତା କରିବା ଲାଗି ସରକାର ଗୁରୁବାର ୧.୭ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଲକ୍‌ଡାଉନ ପରଠାରୁ କଟକଣା ବଢାଯାଇଛି। ଗରିବ ଲୋକ ଏବଂ ଶ୍ରମିକ ଶ୍ରେଣୀ ଯେଭଳି ଅସୁବିଧା ସାମ୍ନା ନ କରନ୍ତି ତାକୁ ଧ୍ୟାନରେ ରଖି ସରକାର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଘୋଷଣା ହୋଇଥିବା ୨୧ ଦିନିଆ ଲକ୍‌ଡାଉନ ସମୟରେ ଯେଭଳି କେହି ଭୋକିଲା ନ ରହି ଯାନ୍ତି ତାକୁ ସରକାର ଧ୍ୟାନରେ ରଖିଛନ୍ତି। ଖାଦ୍ୟ ଏବଂ ଅର୍ଥ ଯେଭଳି ଲୋକଙ୍କ ନିକଟରେ ପହଞ୍ଚିବ ତାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ସରକାର ଅନ୍ୟ ଦିଗଗୁଡିକୁ ମଧ୍ୟ ଧ୍ୟାନରେ ରଖିଛନ୍ତି ବୋଲି ସୀତାରାମନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri