Posted inଜାତୀୟ

ପିଓକେରେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ: ୩୫ ଆତଙ୍କବାଦୀ, ୫ ସୈନ୍ୟ ନିହତ

ଶ୍ରୀନଗର/ଇସ୍‌ଲାମାବାଦ, ୨୧ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଥିବା ପାକିସ୍ତାନକୁ ରବିବାର ଶକ୍ତ ଝଟ୍‌କା ଲାଗିଛି। ଭାରତୀୟ ସେନାର ଏକ ବଡ଼ଧରଣର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ୭ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଯବାନଙ୍କ ଗୁଳି ଓ ମୋର୍ଟାର ମାଡ଼ରେ ଅନୂ୍ୟନ ୩୫ ଜଣ ଜୈଶ୍‌ ଓ ହିଜ୍‌ବୁଲ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ୫ ପାକିସ୍ତାନୀ ସୈନ୍ୟ ଟଳିପଡ଼ିଥିବାବେଳେ ଅନେକେ ଆହତ ହୋଇଥିବା ସୂଚନା ମିଳିଛି।
ସୂତ୍ରରୁ ଜଣାପଡ଼ିଛି ଯେ, ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ସନ୍ନିକଟ ତଙ୍ଗ୍‌ଧାର ସେକ୍ଟରରେ ପାକିସ୍ତାନୀ ସେନା ଶନିବାର ରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପ୍ରତିପକ୍ଷ ସେନାର ଗୁଳିବର୍ଷା ଓ ମୋର୍ଟାର ମାଡ଼ରେ ୨ ଯବାନ ଶହୀଦ ହୋଇଥିବାବେଳେ ମହମ୍ମଦ ସାଦିକ୍‌ ନାମକ ଜଣେ ୫୫ ବର୍ଷୀୟ ସାଧାରଣ ନାଗରିକ ନିହତ ହୋଇଥିଲେ। ଏହାବ୍ୟତୀତ ଗୁଳିମାଡ଼ରେ ଆହତ ହୋଇଥିବା ଅନ୍ୟ ୨ ଯବାନ ଓ ୩ ନାଗରିକ(ମହମ୍ମଦ ମକ୍‌ବୁଲ, ମହମ୍ମଦ ସାଫି ଓ ୟୁସୁଫ୍‌ ହମିଦ୍‌)ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନ ପଟୁ ରାତି ସାରା ଆଖିବୁଜା ଗୁଳିବର୍ଷା ଜାରି ରହିଥିବାବେଳେ ରବିବାର ଭୋର୍‌ ସମୟରେ ଭାରତୀୟ ସେନା ତୋପରେ ଏହାର ଜବାବ ଦେଇଛି। ଜବାବୀ କାର୍ଯ୍ୟାନୁଷ୍ଠାନରେ ପିଓକେସ୍ଥିତ ନୀଲମ୍‌ ଉପତ୍ୟକାରେ ଆତଙ୍କବାଦୀଙ୍କ ୭ଟି ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସେଠାରେ ଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମଧ୍ୟରୁ ୩୫ ଜଣ ନିହତ ହୋଇଛନ୍ତି। ଏହାକୁ ନେଇ ଉଭୟ ପଟୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ଲାଗି ରହିଥିଲା। ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ପାକିସ୍ତାନୀ ସେନାର କେତେକ ଶିବିର ଧ୍ୱଂସ ହୋଇଯିବା ସହ ୫ ସୈନ୍ୟ ଓ କେତେଜଣ ଅଧିକାରୀ ମଧ୍ୟ ନିହତ ହୋଇଥିବା ଖବର ମିଳିଛି, ଯାହାକୁ ପାକିସ୍ତାନ ଖଣ୍ଡନ କରିଛି। ପାକିସ୍ତାନୀ ସେନାର ଇଣ୍ଟର-ସର୍ଭିସେସ୍‌ ପବ୍ଲିକ୍‌ ରିଲେଶନ୍ସ (ଆଇଏସ୍‌ପିଆର୍‌) ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ପିଓକେସ୍ଥିତ ଜୁରା, ଶାଖୋଟ ଓ ନୌଶେରୀ ସେକ୍ଟରରେ ଜଣେ ସୈନ୍ୟ ଓ ୪ ସାଧାରଣ ନାଗରିକ ନିହତ ହୋଇଥିବାବେଳେ ୨ ସୈନ୍ୟ ଏବଂ ୫ ନାଗରିକ ଆହତ ହୋଇଛନ୍ତି। ଅଧିକ ସଂଖ୍ୟକ ସୈନ୍ୟ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନା ମିଛ ପ୍ରଚାର ଚଳାଇଥିବା ଆଇଏସ୍‌ପିଆର ମହାନିର୍ଦ୍ଦେଶକ ମେଜର ଜେନେରାଲ ଆସିଫ୍‌ ଗଫୁର ଟୁଇଟ୍‌ କରିଛନ୍ତି। ତେବେ ପିଓକେ ପ୍ରଧାନମନ୍ତ୍ରୀ ରଜା ଫାରୁକ୍‌ ହାଇଦର ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପ୍ରତିପକ୍ଷ ସୈନ୍ୟଙ୍କ ମୃତାହତ ଖବର ସତ ବୋଲି ସ୍ବୀକାର କରିଛନ୍ତି।
ଉତ୍ତର-ପୂର୍ବ କେନ୍ଦ୍ରଶାସିତ ଅଞ୍ଚଳର ଲଦାଖ ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ର ଲେହ-କାରାକୋରମ ରୋଡ୍‌ ଉପରେ ଏକ ନବନିର୍ମିତ ବ୍ରିଜ୍‌ ସୋମବାର ଉଦ୍‌ଘାଟନ କରାଯିବ। ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ଏକ ବ୍ରିଜ୍‌ ଉଦ୍‌ଘାଟନ ପାଇଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍‌ ଯିବେ। ସେମାନଙ୍କ ଗସ୍ତର ଦିନକ ପୂର୍ବରୁ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ଉପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାକୁ ନେଇ ସୀମାରେ ଉତ୍ତେଜନା ଦେଖାଦେଇଥିବାବେଳେ ରାଜନାଥ ଫୋନ୍‌ରେ ସେନାମୁଖ୍ୟ ରାଓ୍ବତ୍‌ଙ୍କ ସହ ଆଲୋଚନା କରିଛନ୍ତି। ଏଲ୍‌ଓସିର ସ୍ଥିତି ଉପରେ ପ୍ରତିରକ୍ଷାମନ୍ତ୍ରୀ ବ୍ୟକ୍ତିଗତ ଭାବେ ନଜର ରଖିଥିବାବେଳେ ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ଆଗକୁ ମଧ୍ୟ ଅବଗତ କରାଇବାକୁ ସେନାମୁଖ୍ୟଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri