ଜମ୍ମୁ,୧୨ା୧୦(ପି.ଟି.): ପାକ୍-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ତାଲିମ ଶିବିରଗୁଡ଼ିକରେ ପ୍ରାୟ ୫୦୦ ଆତଙ୍କବାଦୀ ଅଛନ୍ତି। ସେମାନେ ଏଲ୍ଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି ବୋଲି ଶୁକ୍ରବାର ସେନା ପକ୍ଷରୁ କୁହାଯାଇଛି। ନର୍ଦ୍ଦର୍ନ କମାଣ୍ଡ ମୁଖ୍ୟ ଲ୍ୟୁଟ୍ନାଣ୍ଟ ଜେନେରାଲ ରଣବୀର ସିଂ କହିଛନ୍ତି, ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନେ ପାକିସ୍ତାନ ସମର୍ଥନରେ ଉପତ୍ୟକାରେ ଅସ୍ଥିରତା ସୃଷ୍ଟି ପାଇଁ ଯୋଜନା ଚଳାଇଛନ୍ତି। ସେହିପରି ପିଓକେସ୍ଥିତ ତାଲିମ ଶିବିରଗୁଡ଼ିକରେ ଥିବା ଆତଙ୍କବାଦୀଙ୍କ ସଂଖ୍ୟା ତାଲିମ ନିର୍ଘଣ୍ଟ ଅନୁସାରେ ସଂଖ୍ୟା ବଦଳୁଥାଏ। ସେମାନଙ୍କ ସଂଖ୍ୟା ଯେତେ ହୋଇଥାଉନା କାହିଁକି ଅନୁପ୍ରବେଶ ରୋକିବା ପାଇଁ ଭାରତୀୟ ସୁରକ୍ଷା ବଳ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଉପତ୍ୟକାରେ ଶାନ୍ତି ବଜୟ ରଖିବା ପାଇଁ ଆତଙ୍କବାଦୀଙ୍କୁ ନିପାତ କରାଯିବ ବୋଲି ସେ କହିଛନ୍ତି।


