ପିଏମ୍‌ସି ବ୍ୟାଙ୍କ ଠକେଇ ଆଖି ଖୋଲିଛି: ଅନୁରାଗ

ନୂଆଦିଲ୍ଲୀ,୧-୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କରେ ହୋଇଥିବା ବଡ ଧରଣର ଠକେଇ ବ୍ୟାଙ୍କ ଶିଳ୍ପର ଆଖି ଖୋଲିଛି। ରିଜର୍ଭ ବ୍ୟାଙ୍କ ଏସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ନଜର ରଖିଛି। ସେହିଭଳି ଅଡିଟରଙ୍କ ଦ୍ୱାରା ହୋଇଥିବା ଭୂଲକୁ ମଧ୍ୟ ବିଚାର କରାଯାଉଥିବା ସୋମବାର କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଆର୍ଥତ୍କ ଅନୀୟମିତତା ଯୋଗୁ ବ୍ୟାଙ୍କ ଏହାର ପରିଚାଳନା କ୍ଷେତ୍ରରେ ବିଭିନ୍ନ ଅସୁବିଧା ସାମ୍ନା କରିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ମୁମ୍ବାଇ ଭିତ୍ତିକ ଉକ୍ତ ବ୍ୟାଙ୍କ ଉପରେ ବର୍ତ୍ତମାନ କଟକଣା ଜାରି କରିଛି। ଏକ୍ଷେତ୍ରରେ ନିୟାମକ ଭାବେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି ଅନୁରାଗ କହିଛନ୍ତି। ଏହାବାଦ ଅଡିଟର, ନିର୍ଦ୍ଦେଶକ ଏବଂ ବ୍ୟାଙ୍କ ଅଧିକାରୀଙ୍କର ମଧ୍ୟ ସମାନ ଦାୟିତ୍ୱ ରହିଥିବା ସେ ମତ ଦେଇଛନ୍ତି।
ଏଭଳି ଘଟଣା ଘଟୁଥିବା ବେଳେ ଏହା କେବଳ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। ଏହା ସମଗ୍ର ବ୍ୟାଙ୍କି ଶିଳ୍ପର ଆଖି ଖୋଲିଛି। ଏଭଳି ଘଟଣା କେବେ ବି ବାହାରର ଲୋକଙ୍କୁ ନେଇ ହୋଇ ନାହିଁ। ଏଥିରେ ବିଭିନ୍ନ ଅଂଶୀଦାରଙ୍କ ଭୂମିକା ରହିଛି ବୋଲି ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଠାକୁର ଏହା ପ୍ରକାଶ କରିଛନ୍ତି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଭୂମିକା ଏହି ପ୍ରସଙ୍ଗରେ କ’ଣ ରହିବ ବୋଲି ଖବରଦାତାଙ୍କ ଏକ ପ୍ରଶ୍ନରେ ଠାକୁର କହିଛନ୍ତି ଏହା ସାଧାରଣ ଲୋକଙ୍କ ସମସ୍ୟା ସହ ଜଡିତ ଥିବାରୁ ସରକାର ସମସ୍ତ ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ପିଏମ୍‌ସି ଉପରେ ଆର୍‌ବିଆଇ କଟକଣା ଲଗାଇଥିବାରୁ ଏଠାରେ ଟଙ୍କା ଜମା କରିଥିବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବ୍ୟାଙ୍କକୁ ନୂଆ ଋଣ ପ୍ରଦାନ ଲାଗି ବାରଣ କରାଯାଇଛି। ୬ ମାସ ଲାଗି ଗ୍ରାହକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିବା ନେଇ ନିର୍ଦ୍ଦେଶ ରହିଛି। ବ୍ୟାଙ୍କ ନିକଟରେ ବର୍ତ୍ତମାନ ୧୧,୦୦୦ କୋଟି ଟଙ୍କାର ଲୋକଙ୍କ ଜମା ରହିଛି। ସେହିଭଳି ଅନାଦାୟ ଋଣ ଆକାଉଣ୍ଟ ସମାଧାନ ଲାଗି କମ୍ପାନୀ ଲ ଟ୍ରିବ୍ୟୁନାଲ କାର୍ଯ୍ୟପନ୍ଥା ଉପରେ ସେ ମତ ରଖିଛନ୍ତି। ବିଭିନ୍ନ ବିକଳ୍ପ ପନ୍ଥା ଗ୍ରହଣ କରି ବ୍ୟାଙ୍କ ଏହାର ଋଣକୁ ଆଦାୟ କଲେ ଏହା ଅଂଶୀଦାରଙ୍କ ଲାଗି ଲାଭକାରି ହେବ। ୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ ଲାଗି ବ୍ୟାଙ୍କିଙ୍ଗ ଶିଳ୍ପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଠାକୁର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri