ପିଆର୍‌ଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ: ସଫେଇ ସଂସ୍ଥାଠାରୁ ଦାୟିତ୍ୱ ପ୍ରତ୍ୟାହାର

ବାରିପଦା ଅଫିସ,୧୪।୯- ବଣପାହାଡ଼ ଘେରା ତଥା ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲାର ଅପହଞ୍ଚ ଇଲାକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନରେ ବାରିପଦା ରଙ୍ଗାମାଟିଆଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନୀତ କରାଯାଇ ମେଡିକାଲ କଲେଜସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସୀମାରେ ଏହି ମେଡିକାଲ ଥିବାରୁ ପ୍ରତିଦିନ ଉକ୍ତ ଦୁଇ ରାଜ୍ୟର ରୋଗୀମାନେ ମଧ୍ୟ ଏଠାକୁ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଆସିଥାନ୍ତି। ସେହିପରି ପଡୋଶୀ ଜିଲାର ଲୋକେ ମଧ୍ୟ ଏହା ଉପରେ ଭରସା କରି ଆସିଥାନ୍ତି। ତେବେ ବିଭିନ୍ନ ସମୟରେ କର୍ତ୍ତୃୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁ ଚିକିତ୍ସାଳୟ ବହୁ ଅବ୍ୟବସ୍ଥାରେ ଗତି କରୁଛି। ବିଶେଷ କରି ଚିକିତ୍ସାଳୟରେ ସଫେଇ କାର୍ଯ୍ୟ କ୍ଷେତ୍ରରେ ଅନିୟମିତତା ଦେଖାଯାଉଛି। ଜିଲାର ବହୁ ସାମାଜିକ ସଂଗଠନ ଏ ନେଇ ଅଭିଯୋଗ ତଥା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ମଧ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶୁୁନାହିଁ। ମେଡିକାଲ କର୍ତ୍ତୃପକ୍ଷ ତଥା ଚିଫ୍‌ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ପବ୍ଲିକ ହେଲ୍‌ଥ ଅଫିସର ସଫେଇ ଦାୟିତ୍ୱରେ ଥିବା ଏମ/ଏସ ସୁମିତ ସିକ୍ୟୁରିଟି ସର୍ଭିସକୁ ପତ୍ର ସଂଖ୍ୟା-୩୦୬୩ ,ତା୧୭ା୭ା୨୦୧୯ରେ କାରଣ ଦର୍ଶାଅ ନୋଟିସ ଜାରି କରି ଚୁପ ହୋଇ ବସିଥିଲେ। ଏ ନେଇ ‘ଧରିତ୍ରୀ’ରେ ଗତ ଅଗଷ୍ଟ ୧୫ ତାରିଖରେ ଏକ ତଥ୍ୟ ଓ ମତାମତ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା। ପରେ ଏହି ଘଟଣାର ସ୍ଥାୟୀ ସମାଧାନ ଦିଗରେ ମେଡିକାଲ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଏହି ସଂସ୍ଥାକୁ ଜିଲା ମୁଖ୍ୟ ଚିକିତ୍ସାଳୟର ସଫେଇ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏ ନେଇ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତିି। ଏହି ସଂସ୍ଥାକୁ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ସଂସ୍ଥା ୩ ବର୍ଷ ପାଇଁ ମେଡିକାଲ କଲେଜ ସହିତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲାରେ ଥିବା ୨୬ ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱ ମଧ୍ୟ ନେଇଛି। ତେବେ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଆବଶ୍ୟକ ମୁତାବକ ସଫେଇ କର୍ମଚାରୀ ନ ଥିବାରୁ ସଫେଇ କାର୍ଯ୍ୟ ଠିକ ହେଉନାହିଁ। ମେଡିକାଲ ସଫେଇରେ ଏହି ସଂସ୍ଥା ବିଫଳ ହୋଇଥିବା ବେଳେ ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ଉପକରଣ ତଥା ୟୁନିଫର୍ମ, ଆଇଡି କାର୍ଡ, ମାସ୍କ, ଗ୍ଲୋଭ୍‌ସ, ଯୋତା ଆଦି ପ୍ରଦାନ କରି ନ ଥିବା ଅଭିଯୋଗ ହୋଇ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...

ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ

ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ...

ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…

ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri