Posted inଜାତୀୟ

ପିଆଜ କିଲୋ ୧୩୦ ଟଙ୍କା

ନୂଆଦିଲ୍ଲୀ, ୪।୧୨: ପିଆଜ ଦର ବୃଦ୍ଧି ରୋକିବାକୁ ସରକାର ଯେତେ ପଦକ୍ଷେପ ନେଉଥିଲେ ମଧ୍ୟ ତାହା କମିବାର ନାଁ ନେଉନି। ବୁଧବାର ଦେଶର ଅଧିକାଂଶ ସ୍ଥାନରେ ପିଆଜ ଦର କିଲୋ ପିଛା ୧୩୦ ଟଙ୍କାରେ ପହଞ୍ଚିଛି। ବେପାରୀଙ୍କ କହିବା ମୁତାବକ, ଆଗାମୀ ଜାନୁୟାରୀ ମାସ ପର୍ଯ୍ୟନ୍ତ ପିଆଜ ଦର କମିବା ଆଶା କ୍ଷୀଣ। ସୂଚନାଯୋଗ୍ୟ, ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି ୧୧୦ରୁ ୧୩୦ ଟଙ୍କାରେ ପହଞ୍ଚିଛି। ତେଣୁ ପିଆଜ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ତୁର୍କୀରୁ ୧୧ ହଜାର ଟନ ପିଆଜ ଆମଦାନୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାରୀ କମ୍ପାନୀ ଏମଏମଟିସି ମାଧ୍ୟମରେ ତୁର୍କୀରୁ ପିଆଜ ମଗାଯାଇଛି। ଏମଏମଟିସି ମାଧ୍ୟମରେ ଦ୍ୱିତୀୟଥର ପାଇଁ ଏଭଳି ବରାଦ ଦିଆଯାଇଛି। ପୂର୍ବରୁ ଏମଏମଟିସି ଇଜିପ୍ଟରୁ ୬୦୯୦ ଟନ ପିଆଜ ଆମଦାନୀ କରିବା ପାଇଁ ବରାଦ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଦୀପିକା

ବଲିଉଡର ସବୁଠାରୁ ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦୀପିକା ପାଦୁକୋଣ ଅନ୍ୟତମ। ଦୀପିକି ନିଜ ଜନ୍ମଦିନ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଜଣେ ଅଭିନେତ୍ରୀ, ପ୍ରଯୋଜକ,...

ବବି ଦାସଙ୍କୁ କଡ଼ା କାଉଣ୍ଟର କଲେ ପ୍ରୀତିରଞ୍ଜନ ଘଡ଼ାଇ, କହିଲେ କୋରେଇରେ ଯେଉଁମାନେ ଥିଲେ ସମସ୍ତେ…

ଯାଜପୁର,୫ା୧: ବିଜେଡି ନେତା ବବି ଦାସଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବବି କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌...

ଶିକ୍ଷା ସହିତ ମନୋରଞ୍ଜନ ନିତ୍ୟାନ୍ତ ଆବଶ୍ୟକ କହିଲେ ବିଧାୟକ

ପରଜଙ୍ଗ,୫।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ପିଏମ୍‌ ଶ୍ରୀ ମହେଶ୍ଚନ୍ଦ୍ର ସୁବହୁସିଂହ ନୋଡାଲ ବିଦ୍ୟାପୀଠଠାରେ ସୋମବାର ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପରଜଙ୍ଗ ବିଧାୟକ...

ମୁସ୍ତାଫିଜୁରଙ୍କୁ KKR ବାଦ୍ ଦେବାପରେ ପାଲଟା ପଦକ୍ଷେପ, ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୫।୧: ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାସନ୍ଦ କରାଯିବା ପରେ ବାଂଲାଦେଶ ବିଚଳିତ ଅବସ୍ଥାରେ ଅଛି। ଏହି ଘଟଣାର ପ୍ରତିକ୍ରିୟାରେ ବାଂଲାଦେଶ କ୍ରିକେଟ୍ ଅଜବ...

ଗାଁରେ ପଶି ଦଳିତଙ୍କୁ କରାଉଥିଲେ ଧର୍ମ ପରିବର୍ତ୍ତନ : ପହଞ୍ଚିଗଲେ ଲୋକେ, ପରେ..

ପରଜଙ୍ଗ, ୫।୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ପଞ୍ଚାୟତର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦଳିତ ବସ୍ତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ...

ଜଣ୍ଡିସ୍‌ ଆକ୍ରାନ୍ତ ଘଟଣା: ଜବାହର ନବୋଦୟ ବିଦ୍ୟାଳୟରେ ପହଞ୍ଚିଲା ବିଶେଷଜ୍ଞ ଟିମ୍‌

ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍‌ ଆକ୍ରାନ୍ତ ଘଟଣାରେ ସ୍କୁଲରେ ପହଞ୍ଚିଛନ୍ତି ଭୁବନେଶ୍ୱର ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଓ୍ବାଟ୍‌କୋ ଟିମ୍‌। ୧୨ଟି...

ଫେବୃଆରୀ ୫ରୁ ସତ୍ୟବାଦୀ ମହୋତ୍ସବ: ପଞ୍ଚସଖା ଜ୍ୟୋତି ଯାତ୍ରା ହେବ ଆକର୍ଷଣ

ସାକ୍ଷୀଗୋପାଳ,୫ା୧(କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ/ଭରତ ରାଉତ) ଚଳିତ ବର୍ଷ ୧୦ମ ସତ୍ୟବାଦୀ ମହୋତ୍ସବ ଫେବୃଆରୀ ୫ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।...

ଆମ ବସରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର, କହିଲେ ବିଳମ୍ବ ହେଲେବି ବେଗ….

ଭୁବନେଶ୍ୱର,୫ା୧: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ । ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri