ପାହାଡ଼ ଉପରେ ବିତୁଛି ଜୀବନ

ଝୁମ୍ପୁରା, ୧୭।୪(ଡି.ଏନ୍‌.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା, ହରିଡ଼ାଯୋଡ଼ି, ଦେଓଝରକୁ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଏ ନେଇ ଲୋକେ ଚଳିତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ପାହାଡ଼ ଉପରେ ଅବସ୍ଥିତ ଏହି ୩ ଗ୍ରାମର ଦୂରତା ପରସ୍ପରଠାରୁ ୨ରୁ ୩ କି.ମି. ମଧ୍ୟରେ। ଚାରିଆଡ଼େ ଜଙ୍ଗଲ। ଏକ ପାର୍ଶ୍ୱର ପାହାଡ଼ ତଳେ ପ୍ରବାହିତ ବୈତରଣୀ। ହାତୀ ସହ ଭାଲୁ, ଅନ୍ୟ ବନ୍ୟପ୍ରାଣୀଙ୍କ ଆବାସ ସ୍ଥାନ ଭାବେ କନକନା ଜଙ୍ଗଲ ପରିଚିତ।

କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ୧ନଂ ବୁଥ ହେଉଛି କନକନା। ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଏହି ବୁଥ। ଏଠାରେ ଭୋଟ ଦେଇଥାନ୍ତି କନକନା, ହରିଡାଯୋଡି ଓ ଦେଓଝର ଗ୍ରାମବାସୀ। ୩ ଗ୍ରାମର ଲୋକସଂଖ୍ୟା ୧୨ଶହରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଭୋଟରଙ୍କ ସଂଖ୍ୟା ୮ଶହରୁ ଊର୍ଦ୍ଧ୍ୱ। ସେଠାରେ ରହିଛି ୧୨ରୁ ଊର୍ଦ୍ଧ୍ୱ ବସ୍ତି। ସାଧାରଣତଃ ମୂଲ, ମଜୁରି ସହିତ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକରି ଏଠାକାର ଲୋକେ ଚଳନ୍ତି। ବର୍ଷସାରା ହାତୀ ଭୟ ଲାଗି ରହିଥିବାରୁ ଚାଷକାର୍ଯ୍ୟ ଠପ୍‌ ହୋଇଥାଏ।

ଏହି ଗ୍ରାମଗୁଡ଼ିକରେ ରାସ୍ତା, ପାନୀୟ ଜଳ, ଶିକ୍ଷା ଆଦି ସମସ୍ୟା ରହିଛି। ପାନୀୟଜଳ ପାଇଁ ନଳକୂପ ଥିଲେ ହେଁ ନାଲିପାଣି ବାହାରୁଛି। ତାହା ପାନୀୟ ଉପଯୋଗୀ ହୋଇପାରୁନି। ପୁଣି କେତେକାଂଶରେ ନଳକୂପ ଅଚଳ ହୋଇ ଦୀର୍ଘଦିନ ଧରି ପଡ଼ି ରହୁଛି। ରାସ୍ତା ନାହିଁ। ଏଠାକାର ବସିନ୍ଦା ପିଡିଏସ୍‌ ସାମଗ୍ରୀ (ଚାଉଳ, ଗହମ) ନେବା ପାଇଁ ୭ କି.ମି. ଜଙ୍ଗଲ ରାସ୍ତାରେ ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି। କାନ୍ଧରେ ବୋହି ବିପଦସଙ୍କୁଳ ଭାବେ ପିଡିଏସ୍‌ ସାମଗ୍ରୀ ନେଇଥାନ୍ତି। ସ୍ବାସ୍ଥ୍ୟସେବା ଏଠାରେ ଅପହଞ୍ଚ ହୋଇଛି। ୧୦୮, ୧୦୨ ଆମ୍ବଲାନ୍ସ ସେବା କଙ୍କଡ଼ାଯୋଡ଼ି ଘାଟି ରାସ୍ତା ଦେଇ କନକନା ଗ୍ରାମରେ ପହଞ୍ଚି ପାରୁଥିଲେ ହେଁ ଦେଓଝର, ହରିଡ଼ାଯୋଡି ଗ୍ରାମକୁ ପହଞ୍ଚିପାରେ ନାହିଁ। ବିଦ୍ୟୁତ୍‌ ଆଲୋକ ଗ୍ରାମ ଗୁଡିକ ପାଇଁ ସାତସପନ ହୋଇଛି। ନିର୍ବାଚନ ପାଖେଇ ଆସିଥିଲେ ହେଁ କୌଣସି ପ୍ରାର୍ଥୀଙ୍କ ଏହି ଗାଁକୁ ପାଦ ପଡିନି। ନେତାମାନେ ଆସିଲେ ଖାଲି ପ୍ରତିଶ୍ରୁତି ଦେଇଥାନ୍ତି। କୌଣସି କାମ ହୁଏ ନାହିଁ। ଏଥର ଭୋଟ ଦେବାକୁ ସେମାନେ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri