ପାସେଞ୍ଜର ଯାନ ବିକ୍ରି ୨୦% କମିଲା

ନୂଆଦିଲ୍ଲୀ,୧୯-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୨୦% ହ୍ରାସ ଘଟିଛି। ଏହି ସମୟରେ ଯାନ ବିକ୍ରି ୨୦.୧% ହ୍ରାସ ଘଟି ୧,୫୭,୯୭୨ ୟୁନିଟ ରହିଛି। ଅଟୋ ନିର୍ମାତାମାନେ ଗ୍ରାହକଙ୍କୁ ଚଳିତ ବର୍ଷ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି। ମାତ୍ର ଗତ ବର୍ଷ ସମାନ ସମୟ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ଯାନ ବିକ୍ରି କମ୍‌ ହୋଇଛି। ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଯାନ ବିକ୍ରି ପ୍ରଭାବିତ ସ୍ଥିତିରେ ରହିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ଶୁକ୍ରବାର କହିଛି। ଗତ ବର୍ଷ ସେପ୍ଟେମ୍ବରରେ ଯାନ ବିକ୍ରି ୧,୯୭,୬୫୩ ୟୁନିଟ ରହିଥିଲା।
ଫାଡା ସୂଚନା ମୁତାବକ, ଦୁଇ ଚକିଆ ଯାନ ବିକ୍ରି ୧୨.୧ ହ୍ରାସ ଘଟିଛି। ଗତ ମାସରେ ଏହି ବର୍ଗରେ ବିକ୍ରି ୧୦,୯୮,୨୭୧ ୟୁନିଟ ରହିଛି। ଯାହା ଗତ ବର୍ଷ ସେପ୍ଟେମ୍ବରରେ ୧୨,୪୮,୯୯୮ ୟୁନିଟ ରହିଛି। ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୧୮.୫% ଖସିଛି। ଗତ ବର୍ଷ ଏହା ୭୭,୯୮୦ ୟୁନିଟ ଥିବା ବେଳେ ଚଳିତ ବର୍ଷ ୬୩,୫୧୮ ୟୁନିଟକୁ କମିଛି। ଏହି ସମୟରେ ତିନି ଚକିଆ ଯାନ ବିକ୍ରି ୧.୮% ବଢିଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୫୪,୫୬୦ ୟୁନିଟ ରହିଥିଲା। ଯାହା ବଢି ୫୫,୫୫୩ ୟୁନିଟ ରହିଛି। ବିଭିନ୍ନ ବର୍ଗ ଯାନ ବିକ୍ରି କଥା ବିଚାରକୁ ନେଲେ ଏହା ୧୨.୯% ଖସିଛି। ୨୦୧୮ ସେପ୍ଟେମ୍ବରରେ ବିିଭିନ୍ନ ବର୍ଗରେ ୧୫,୭୯,୧୯୧ ୟୁନିଟ ଯାନ ବିକ୍ରି ହୋଇଥିଲା। ଏହା ଗତ ମାସରେ ୧୩,୭୫, ୩୧୪ ୟୁନିଟ ରହିଛି।
ଯାନ ବିକ୍ରି ଏବେ ପ୍ରଭାବିତ ଥିବା ବେଳେ ଆଗାମୀ ଦିନରେ ବିକ୍ରି ଅଭିବୃଦ୍ଧି ନେଇ ଆଶାବାଦୀ ରହିଛୁ ବୋଲି ଫାଡାର ସଭାପତି ଆଶିଷ ହର୍ଷରାଜ କାଲେ କହିଛନ୍ତି। ପାର୍ବଣ ସମୟରେ ଲଗାଣ ବର୍ଷା ଯାନ ବିକ୍ରି ଉପରେ ପଡିଛି। ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ଏବେ ମଧ୍ୟ ଯାନ ବିକ୍ରି ଉପରେ ଦେଖାଯାଇନାହିଁ ବୋଲି କାଲେ ମତ ଦେଇଛନ୍ତି। ସୂଚନା ଯୋଗ୍ୟ, ଫାଡା ପକ୍ଷରୁ ୧୪୬୧ ଆଟିଓ ମଧ୍ୟରୁ ୧,୧୮୮ରୁ ଡାଟା ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri