Posted inଜାତୀୟ

ପାର୍ଲାମେଣ୍ଟରେ ବଢ଼ିଲା କର୍ନାଟକ ତାତି

ନଆଦିଲ୍ଲୀ,୧୦ା୭(ପି.ଟି.): କର୍ନାଟକର ମୋଟ ୧୭ ବିଧାୟକ ଅଦ୍ୟାବଧି ଇସ୍ତଫା ଦେଇଥିବାବେଳେ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏହି ତାତିର ଉଷ୍ମତା ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁଭୂତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏନେଇ ସ୍ଲୋଗାନ ଦେଇଛନ୍ତି।
ଲୋକ ସଭାରେ ପ୍ରଥମଥର ପାଇଁ ରାହୁଲଙ୍କ ସ୍ଲୋଗାନ ଶୁଣିବାକୁ ମିଳିଛି। ରାହୁଲ ମଧ୍ୟାହ୍ନରେ ନିମ୍ନ ସଦନକୁ ଆସିଥିଲେ। ସେହି ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କର୍ନାଟକ ପ୍ରସଙ୍ଗ ଉଠାଇ ଶାସକ ଦଳ ବିଧାୟକଙ୍କୁ ଶିକାର କରୁଛି ବୋଲି ଅଭିଯୋଗ କରିଥିଲେ। ଅଭିଯୋଗର ଉତ୍ତର ସୋମବାର ଗୃହର ଉପନେତା ରାଜନାଥ ସିଂ ଦେଇସାରିଥିବାରୁ ବାଚସ୍ପତି ଓମ୍‌ ବିର୍ଲା ଏହି ପ୍ରସଙ୍ଗରେ ବିତର୍କ ପାଇଁ ଅନୁମତି ଦେଇ ନ ଥିଲେ। ଫଳରେ ଅଧୀର ପୁଣିଥରେ ପ୍ରସଙ୍ଗ ଉଠାଇ ଗଣତନ୍ତ୍ରର ସୁରକ୍ଷା ଆପଣଙ୍କ କର୍ତ୍ତବ୍ୟ ବାଚସ୍ପତିଙ୍କୁ କହିଥିଲେ। କଂଗ୍ରେସ ସଦସ୍ୟମାନେ ତାଙ୍କ ପଛରେ ଛିଡ଼ାହୋଇ ‘ଏକଚ୍ଛତ୍ରବାଦ ବନ୍ଦ କର’ ଓ ‘ଶିକାର ରାଜନୀତି ବନ୍ଦ କର’ ବୋଲି କହୁଥିବାବେଳେ ରାହୁଲ ସେମାନଙ୍କ ସହ ମିଶି ଅନୁରୂପ ସ୍ଲୋଗାନ ଦେଇଥିଲେ। ପରେ ସମସ୍ତ ସଦସ୍ୟ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ। ରାଜ୍ୟ ସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ଅନୁରୂପ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ଟାରେ କଂଗ୍ରେସ, ଟିଏମ୍‌ସି, ସିପିଆଇ ଏବଂ ସିପିଆଇଏମ୍‌ ସଦସ୍ୟମାନେ ବିକ୍ଷୋଭ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ। ଏଥିରୁ କ୍ଷାନ୍ତ ରହିବାକୁ ଉପାଧ୍ୟକ୍ଷ ହରିବଂଶ ଅନୁରୋଧ କରିଥିଲେ ହେଁ ସେମାନେ ମାନି ନ ଥିଲେ। ଶେଷରେ ଉଚ୍ଚ ସଦନର ଗୃହକାର୍ଯ୍ୟକୁ ବୁଧବାର ଯାଏ ସ୍ଥଗିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri