Posted inଜାତୀୟ

ପାର୍ଲାମେଣ୍ଟରେ ଉନ୍ନାଓ ଝଡ଼

ବଳାତ୍କାର କରି ଜେଲ୍‌ ଯାଇଥିଲେ। ଜାମିନରେ ଫେରି ଜାଳିଦେଲେ। ମାନବିକତାକୁ ଲଜ୍ଜିତ କରି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ପୁଣି ଏକ ବର୍ବରକାଣ୍ଡ ଘଟିଛି ଉତ୍ତରପ୍ରଦେଶର ଉନ୍ନାଓରେ। ଜଣେ ବଳାତ୍କାର ପୀଡ଼ିତାଙ୍କୁ ଗୁରୁବାର ସକାଳେ ନିଆଁରେ ଜାଳି ମାରିଦେବା ପାଇଁ ଉଦ୍ୟମ କରିଛନ୍ତି ଅଭିଯୁକ୍ତମାନେ। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏକ ବିମାନରେ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲକୁ ନିଆଯାଇଛି। ସେପଟେ ମାମଲାର ମୁଖ୍ୟ ଅଭିଯୁକ୍ତ ଆମତ୍ସମର୍ପଣ କରିଥିବାବେଳେ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରି ତନାଘନା କରୁଛି ପୋଲିସ। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ଓ ହତ୍ୟା ପରେ ପୋଡ଼ିଦିଆଯିବା ଘଟଣାକୁ ନେଇ ସାରା ଦେଶରେ ଜନାକ୍ରୋଶ ଲାଗିରହିଥିବାବେଳେ ଦିନକୁ ଦିନ ଯୌନ ବିକୃତ ପୁରୁଷଙ୍କ ନୂଆ ନୂଆ ବର୍ବରତା ସାମ୍ନାକୁ ଆସିବାରେ ଲାଗିଛି। ଏହିକ୍ରମରେ ୨୦୧୭ରେ ତତ୍କାଳୀନ ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କ କାର୍‌ନାମାକୁ ନେଇ ଚର୍ଚ୍ଚାରେ ଥିବା ଉନ୍ନାଓ ପୁଣିଥରେ ମୁଣ୍ଡାଇଛି ବଦନାମର କଳଙ୍କ।

ନୂଆଦିଲ୍ଲୀ,୬।୧୨(ପି.ଟି./ଆଇଏଏନ୍‌ଏସ୍‌):ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ କରାଯିବା ନେଇ ଗୁରୁବାର ପାର୍ଲାମେଣ୍ଟରେ ଝଡ଼ ଉଠିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଉଭୟ ଗୃହରେ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଛନ୍ତି। ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସଭାକୁ ଅଧଘଣ୍ଟା ପାଇଁ ମୁଲତବୀ କରାଯାଇଥିଲା। ଉଚ୍ଚ ସଦନରେ ଟିକସ ଆଇନ (ସଂଶୋଧନ) ବିଲ୍‌, ୨୦୧୯ ଆଲୋଚନା ଆରମ୍ଭ ହୋଇଥିବାବେଳେ ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗକୁ ଯାଇ ହୋହଲ୍ଲା କରିଥିଲେ। କଂଗ୍ରେସ ନେତା ଆନନ୍ଦ ଶର୍ମା ଉନ୍ନାଓ ପୀଡ଼ିତାଙ୍କ ସମ୍ପର୍କରେ ଆଲୋଚନା ଲାଗି ବିରୋଧୀଙ୍କ ଦାବି ଶୁଣିବା ପାଇଁ ଉପାଧ୍ୟକ୍ଷ ହରିବଂଶଙ୍କୁ ଅନୁରୋଧ କରିଥିଲେ। ହେଲେ ଉପାଧ୍ୟକ୍ଷ ସେମାନଙ୍କ ଦାବିକୁ ଗୁରୁତ୍ୱ ଦେଇ ନ ଥିଲେ। ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ୟୁପିର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଯୋଗୀ ସରକାରଙ୍କୁ ଘେରିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରିଥିଲେ। ପରେ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡ଼ୁ ମଧ୍ୟ ଏହାକୁ ନିନ୍ଦା କରିଥିଲେ। ସେ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ତାଙ୍କୁ ଅବଗତ କରାଇଛନ୍ତି। ତେବେ କେବଳ ଗିରଫଦାରି ପର୍ଯ୍ୟାପ୍ତ ନୁହେଁ । ଏଭଳି ଘଟଣାରେ ତୁରନ୍ତ ତତ୍ପରତା ସହ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ଯେପରି କି ସମାଜ ଓ ଦେଶକୁ ଏକ ସନ୍ଦେଶ ଯିବ ବୋଲି ନାଇଡ଼ୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri