ପାର୍ବଣରେ ଋଣ ଯୋଗାଣ ଲକ୍ଷ୍ୟ;୩ରୁ ବ୍ୟାଙ୍କଗୁଡିକର ଗ୍ରାହକ ସମ୍ପର୍କ ଅଭିଯାନ

 

ନୂଆଦିଲ୍ଲୀ,୧-୧୦:ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଘରୋଇ କ୍ଷେତ୍ର ବିତ୍ତ ପ୍ରତିଷ୍ଠାନଗୁଡିକ ପକ୍ଷରୁ ଋଣ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟ ଗ୍ରାହକ ସମ୍ପର୍କ ଅଭିଯାନ ଅକ୍ଟୋବର ୩ରୁ ଆରମ୍ଭ ହେଉଛି। ଏହା ଦେଶର ୨୫୦ ସହରରେ ଆୟୋଜନ କରାଯିବ। ପାର୍ବଣ ସମୟରେ ଲୋକଙ୍କ ଚାହିଦାକୁ ଧ୍ୟାନରେ ରଖି ଋଣ ଯୋଗାଣ ନେଇ ବ୍ୟାଙ୍କଗୁଡିକ ଲକ୍ଷ୍ୟ ରଖିଛନ୍ତି। ୪ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଖୁଚୁରା, କୃଷି, ଯାନବାହନ, ବାସଗୃହ, ଶିକ୍ଷା, ପର୍ସନାଲ ବର୍ଗରେ ଋଣ ପ୍ରଦାନ କରାଯିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ଦେଶର ୧୫୦ ସହରରେ ଆୟୋଜନ କରାଯିବାକୁ ଯୋଜନା ରଖାଯାଇଛି। ଦୀପାବଳି ସମୟରେ ଅକ୍ଟୋବର ୨୧ରୁ ୨୫ ଯାଏ ଏହା ଅନୁଷ୍ଠିତ ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବ୍ୟାଙ୍କିଙ୍ଗ ସଂସ୍କାର ସହ ବ୍ୟାଙ୍କ ସେବାକୁ ଲୋକାଭିମୁଖୀ କରିବା ଏବଂ ସେବା ଯୋଗାଣ ଧାରାକୁ ଉନ୍ନତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ଗତ ମାସରେ ବାର୍ଷିକ କାର୍ଯ୍ୟଧାରା ସମୀକ୍ଷା ବେଳେ ଦେଶର ୪୦୦ ଜିଲାରେ ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ଧାରାରେ ଘରୋଇ ବ୍ୟାଙ୍କଗୁଡିକ ଯୋଡି ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। କ୍ୟାମ୍ପଗୁଡିକ ଏମ୍‌ଏସ୍‌ଏମ୍‌ଇ, କ୍ଷୁଦ୍ର ଖୁଚୁରା ବାଣିଜ୍ୟ, ଏଣ୍ଡ କଷ୍ଟମରଙ୍କୁ ସମସ୍ତ ପ୍ରକାରର ଋଣ ସେବା ଯୋଗାଣ ଲାଗି ଓ୍ବାନଷ୍ଟପ ସଲ୍ୟୁଶନ ଭାବେ କାର୍ଯ୍ୟ କରିବ। ପାର୍ବଣ ସମୟରେ ବାଣିଜି୍ୟକ ସଂସ୍ଥାଗୁଡିକୁ ପ୍ରୋତ୍ସାହନ ଏବଂ ଗ୍ରାହକଙ୍କ ନିକଟରେ ନଗଦ ଉପଲବ୍ଧ କରାଇବାକୁ ଏଭଳି କ୍ୟାମ୍ପ ସହାୟକ ହେବ। କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇବା ଲାଗି ଜିଲାସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିଲାଗି ସ୍ଥାନୀୟ ଭେଣ୍ଡର ଆସୋସିଏଶନ, ବାଣିଜି୍ୟକ ପ୍ରତିଷ୍ଠାନ, ଚାମ୍ବର ଅଫ କମର୍ସଙ୍କୁ ମଧ୍ୟ ସାମିଲ କରାଯିବ। ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ ବିଭିନ୍ନ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri