ପାର୍କିଂ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ କଲେ ମଲ୍‌ ଖୋଲିବା ମନା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଉଦ୍‌ଘାଟନ ଅପେକ୍ଷାରେ ଥିବା ଉତ୍କଳ କଳିକା ମଲ୍‌କୁ ଲାଗିଛି ଝଟ୍‌କା। ପାର୍କିଂ ସହ ଅନ୍ୟ କେତେକ ବ୍ୟବସ୍ଥା ନ ଥିବାରୁ ମଲ୍‌ ସଂକ୍ରାନ୍ତରେ ଟ୍ରାଫିକ ଡିସିପି ସାଗରିକା ତାଡ଼ ବିଡିଏକୁ ଅବଗତ କରାଇଛନ୍ତି। ପାର୍କିଂ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ କରାଯିବା ପର୍ଯ୍ୟନ୍ତ ମଲ୍‌ ଖୋଲିବାକୁ କମିଶନରେଟ ପୋଲିସ ପକ୍ଷରୁ ମନା କରାଯାଇଛି।
ସୂଚନାଯୋଗ୍ୟ, ଜନଗହଳିପୂର୍ଣ୍ଣ କଳ୍ପନା ଛକରେ ଉତ୍କଳ କଳିକା ମଲ୍‌ ରହିଛି। ଉକ୍ତ ଛକଦେଇ ପ୍ରତିଦିନ ହଜାର ହଜାର ଗାଡ଼ିମୋଟର ଯିବାଆସିବା କରୁଛି। ଗ୍ରାହକ ଓ ବୁଲିବାକୁ ଆସୁଥିବା ଲୋକଙ୍କ ଗାଡିମୋଟର ପାଇଁ ମଲ୍‌ ପକ୍ଷରୁ ସେପରି କୌଣସି ପାର୍କିଂ ବ୍ୟବସ୍ଥା କରାଯାଇ ନାହଁ। ସମ୍ମୁଖରେ ବିଏମ୍‌ସିର ଯେଉଁ ଜାଗା ରହିଛି ତାହାକୁ ମଧ୍ୟ ମଲ୍‌ ସେଲ୍‌ଫି ଜୋନ୍‌ କରିଦେଇଛି। ମଲ୍‌ ସମ୍ମୁଖ ରାସ୍ତାରୁ ଯାତ୍ରବାହୀ ଗାଡ଼ିଗୁଡିକ ଲୋକଙ୍କୁ ଉଠାଇଥାନ୍ତି। ଏହାସହ ଆର୍‌ ଆଣ୍ଡ୍‌ ବି ମଧ୍ୟ ଉକ୍ତ ଛକକୁ ଆହୁରି ପ୍ରଶସ୍ତ କରିବାର ଯୋଜନା ରଖିଛି। ରାସ୍ତା ଚଉଡ଼ା ହେଲେ ମଲ୍‌ ସମ୍ମୁଖ ସଙ୍କୁଚିତ ହୋଇଯିବ। ମଲ୍‌ ଖୋଲିବା ପରେ ସେଠାରେ ଏକ ପ୍ରକାର ଜଟିଳ ଟ୍ରାଫିକ ସମସ୍ୟା ଦେଖାଦେବ। ଭବିଷ୍ୟତକୁ ଦୁଷ୍ଟିରେ ରଖି ଟ୍ରାଫିକ ଡିସିପି ବିଡିଏକୁ ଏସମ୍ପର୍କରେ ଅବଗତ କରାଇବା ପରେ ମଲ୍‌କୁ ନୋଟିସ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମଲ୍‌ କର୍ତ୍ତୃପକ୍ଷ ତରବରିଆ ଭାବେ ଖୋଲିବା ପାଇଁ ଯୋଜନା କରୁଛନ୍ତି। ମଲ୍‌ ଥିବା ସ୍ଥାନରେ ବିଭିନ୍ନ ସମସ୍ୟା ଥିବାରୁ ଆଗାମୀ ଦିନରେ ଏହାକୁ ନେଇ ଏକ ବୈଠକ ବସିବ। ମଲ୍‌ ବନ୍ଦ ହେବ ନା ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଇ ଖୋଲାଯିବ ତାହା ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଡିସିପି ନାଥ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri