ପାରୁଲଙ୍କୁ ମିଳିଲା ବଡ଼ ବ୍ରେକ୍‌: ୧୫ ବର୍ଷ ପରେ…

ମୁମ୍ବାଇ:ଟିଭି ଅଭିନେତ୍ରୀ ପାରୁଲ ଗୁଲାଟିଙ୍କୁ ମିଳିଛି ବଡ଼ ବ୍ରେକ୍‌। ପ୍ରାୟ ୧୫ ବର୍ଷ ମନୋରଞ୍ଜନ ଶିଳ୍ପରେ କାମ କରିବା ପରେ ସେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ ୨’ ଜରିଆରେ ସେ ବଲିଉଡରେ ପାଦ ଥାପିବେ। ଏହି ଫିଲ୍ମରେ ସେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ।
ସମ୍ପର୍କରେ ପାରୁଲ କୁହନ୍ତି, କଠିନ ପରିଶ୍ରମର ପ୍ରତିଟି ଛୋଟ ପଦକ୍ଷେପ ଏବେ ଏକ ସୁନ୍ଦର ପୁରସ୍କାରରେ ପରିଣତ ହୋଇଛି। ମୋର ସ୍ବପ୍ନ ସାକାର ହେବାକୁ ଯାଉଛି। ପ୍ରଥମ ଥର ପାଇଁ କମେଡି ଜଗତରେ ପ୍ରବେଶ କରୁଥିବାରୁ ବେଶ୍‌ ଉତ୍ସାହିତ। ଏହି ଫିଲ୍ମ ମାଧ୍ୟମରେ ମୁଁ ଦର୍ଶକଙ୍କୁ ଶିଖିବା ଏବଂ ବଞ୍ଚିବାର ନୂଆ ଉପାୟ ବତାଇବି। ଏହା କେବଳ ଏକ ଫିଲ୍ମ ନୁହେଁ ବରଂ ଏକ ନୂତନ ଅଧ୍ୟାୟ, ଯାହା ମୋର କ୍ୟାରିୟରକୁ ଦୃଢ କରିବ।
‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ ୨’ରେ ପାରୁଲ-କପିଲଙ୍କ ସହିତ ହୀରା ୱାରିନା, ତ୍ରିଧା ଚୌଧୁରୀ ଏବଂ ଆୟେଶା ଖାନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଅକ୍ଟୋବର ୨୩ରେ ଫିଲ୍ମର ମୋଶନ ପୋଷ୍ଟର ରିଲିଜ୍‌ ହୋଇଥିଲା।
ଅନୁକଲ୍ପ ଗୋସ୍ବାମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ରତନ ଜୈନ, ଗଣେଶ ଜୈନ ଏବଂ ଆବାସ-ମସ୍ତାନଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଡିସେମ୍ବର ୧୨ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।ସିନେମା ହଲରେ ମୁକ୍ତିଲାଭ କରିବ। ଏହି ଫିଲ୍ମଟି କପିଲ ଶର୍ମାଙ୍କ ୨୦୧୫ରେ ଆସିଥିବା ପ୍ରଥମ ଫିଲ୍ମ ‘କିସ କିସ କୋ ପ୍ୟାର୍‌ କରୁଁ’ର ସିକ୍ୱେଲ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri