ପାରିପାର୍ଶ୍ୱିକ ଉନ୍ନୟନରେ ଫେଲ୍‌ ମାରିଛି ଫେରୋକ୍ରୋମ କାରଖାନା: ୨୩ରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା

ଡୁବୁରୀ,୨୦ା୮(ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବାଳିଆପାଳ ମୌଜାରେ ପ୍ରତିଷ୍ଠିତ ବାଲିଆପାଳ ଫେରୋକ୍ରୋମ କାରଖାନା ଉପତ୍ାଦନ କ୍ଷମ ହେବାର ଦୀର୍ଘ ବର୍ଷ ବିତି ଥିଲେ ମଧ୍ୟ ସ୍ଥାନୀୟ ପାରିପାର୍ଶ୍ୱିକ ଉନ୍ନୟନ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କାରଖାନା ପାଇଁ ବିସ୍ଥାପିତ ହୋଇଥିବା ପରିବାରକୁ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଇ ନାହଁି ା ପଞ୍ଚାୟତର ମୁଖ୍ୟ ରାସ୍ତାକୁ କାରଖାନା କର୍ତ୍ତୃପକ୍ଷ ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର ପ୍ରଦୂଷଣ ସମସ୍ୟା ସୃଷ୍ଟି କରୁଛନ୍ତି। ଏ ନେଇ ଗତ ଜୁଲାଇ ୧୧ରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଗ୍ରାମବାସୀ ବିକ୍ଷୋଭ କରିଥିଲେ। ୧୫ ଦିନ ମଧ୍ୟରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାକୁ କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଦୀର୍ଘ ୧ ମାସରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦାବି ପୂରଣ ଦିଗରେ କାରଖାନା କର୍ତ୍ତୃପକ୍ଷ ସକ୍ଷମ ହୋଇପାରି ନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୩ ତାରିଖରୁ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଅଞ୍ଚଳବାସୀ ଗଣଧାରଣା ଦେବେ ବୋଲି ସୋମବାର ଡୁବୁରୀ ଶାରଳା ପ୍ୟାଲେସଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲାପାଳ ଓ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବେକାରି ଯୁବତୀ ଓ ଯୁବକଙ୍କୁ କାର ଖାନାରେ ନିଯୁକ୍ତି , ପ୍ରଦୂଷଣ ସମସ୍ୟା ଓ ପାରପାର୍ଶ୍ୱିକ ଉନ୍ନୟନ, ଭୂତଳଜଳ ବ୍ୟବହାର ବନ୍ଦ, ପ୍ରଦୂଷଣ ପାଇଁ ପ୍ରଭାବିତ ଗ୍ରାମଗୁଡିକରେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ, ସ୍ବାସ୍ଥା, ପାନୀୟଜଳ ଓ ବିଦ୍ୟୁତ୍‌ ସେବା କାରଖାନା ପକ୍ଷରୁ ଯୋଗାଇଦିଆଯାଉ, କାରଖାନାକୁ ଆସୁଥିବା ପଣ୍ୟଦ୍ରବ୍ୟ ମେଶିନରେ ନ କରି ଲୋକଙ୍କ ଦ୍ୱାରା କରିବା, ଜମି ଓ ଘରବାଡି ହରାଇ ନ ଥାଇ କାରଖାନାରେ ଚାକିରି ପାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବା ଆଦି ବିଭିନ୍ନ ୧୨ ଦଫା ଦାବି ଯଥାଶୀଘ୍ର ପୁରଣ ପାଇଁ ପଞ୍ଚ ପକ୍ଷରୁ ଦାବି କରାଯାଇଛି।
ପ୍ରକାଶ ଯେ, ଫେରୋକ୍ରୋମ କାରଖାନା ଯୋଗୁ ଦାନଗଦୀ ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା, ଶାଳିଜଙ୍ଗା ଓ ରଣାଗୁଣ୍ଡି ପଞ୍ଚାୟତର ବାଲିଆପାଳ, ଶାଳିଜଙ୍ଗା, ମଣ୍ଡପଡା, ରଣାଗୁଣ୍ଡି, ନକୂଳସାହି ଓ ଶୁଳିଆ ଆଦି ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି ା କାରଖାନା ଆରମ୍ଭ ସମୟରେ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥିଲେ। କାରଖାନା ଉପତ୍ାଦନ କ୍ଷମ ହେବା ପରେ ପ୍ରତିଶ୍ରୁତି ପୂରଣ କରିବାରେ କାରଖାନା କର୍ତ୍ତୃପକ୍ଷ ଅଣଦେଖା କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜିଲାପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ, ସରପଞ୍ଚ ସୀତା ପୂର୍ତ୍ତି, ସମିତି ସଭ୍ୟ ଛବିତା ଦେହୁରୀ, ପୂର୍ବତନ ସରପଞ୍ଚ ପ୍ରମୋଦ ମହାନ୍ତ, ଆଞ୍ଚଳିକ ସୁରକ୍ଷା ମଞ୍ଚର ସମ୍ପାଦକ ଜଗବନ୍ଧୁ ମହାନ୍ତ, ବିଜୟ ଓଝାଙ୍କ ସମେତ ୩ ଟି ପଞ୍ଚାୟତର ଜନ ପ୍ରତିନିଧି ଓ ସାଧାରଣ ଲୋକେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଫେରୋକ୍ରୋମ କାରଖାନାର ଜିଏମ୍‌ ବିଭାସ ମହାନ୍ତିଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗୁ ଅସ୍ବୀକାର କରିଥିଲେ। କେତେକ ସମସ୍ୟା ନେଇ କାରଖାନା ପକ୍ଷରୁ ସ୍ଥାନୀୟ ଜନପ୍ରତିନିଧି, ବିଧାୟକ ଓ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନେଇ ଦୁଇ ତିନି ଦିନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଫଟୋ–


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri