ପାଥୋଲାବ୍‌ରେ ଯୁବତୀଙ୍କୁ ଅସଦାଚରଣ

ବୈଶିଙ୍ଗା/ବଡ଼ସାହି,୧୪ା୧୦(ଡି.ଏନ୍‌.ଏ./ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରଠାରେ ଥିବା ଏକ ପାଥୋଲୋଜି ସେଣ୍ଟରକୁ ରବିବାର ରକ୍ତ ପରୀକ୍ଷା କରିବା ପାଇଁ ଆସିଥିବା ଜନୈକା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଏକ ଘରେ ବନ୍ଦ କରି ମାଡ଼ ମାରିଥିଲେ। ଖବରପାଇ ପୋଲିସ ଘଟଣାର ତଦନ୍ତ କରିବା ସହିତ ପାଥୋଲାବ ମାଲିକ ବିଦ୍ୟାଧର ପ୍ରଧାନଙ୍କୁ ଗିରଫ କରିିଛି।
ପୋଲିସ ସୂଚନା ଅନୁଯାୟୀ, ବଡ଼ସାହି ଥାନା ଅଞ୍ଚଳର ଉକ୍ତ ଯୁବତୀ ମାଣତ୍ରୀ ବଜାରସ୍ଥିତ ପ୍ରଧାନ ହେଲ୍‌ଥ କେୟାର ନାମକ ପାଥୋଲୋଜି ସେଣ୍ଟରକୁ ରକ୍ତ ପରୀକ୍ଷା ପାଇଁ ଆସିଥିଲେ। ତାଙ୍କୁ ଏକୁଟିଆ ଦେଖି ପାଥୋଲୋଜି ମାଲିକ ବିଦ୍ୟାଧର ଅସଦାଚରଣ କରିଥିଲେ। ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପହଞ୍ଚତ୍ ବିଦ୍ୟାଧରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିନେଇ ମାଣତ୍ରୀ ବଜାର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବଜାର ମଧ୍ୟରେ ଥିବା ଇନ୍ଦିରା ଗାନ୍ଧୀ ମୂର୍ତ୍ତି ତଳେ ତାଙ୍କୁ ଆଣ୍ଠେଇ ଦେଇଥିଲେ ା ମାଡ଼ ଖାଉଥିବା ସମୟରେ ବିଦ୍ୟାଧର ନିଜ ଭୁଲ ସ୍ବୀକାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଣତ୍ରୀ ଫାଣ୍ଡି ଅଧିକାରୀ ନିର୍ମଳ କୁମାର ପୃଷ୍ଟି କହିଛନ୍ତି। ଏଥିନେଇ ବୈଶିଙ୍ଗା ଥାନାରେ ଏକ ମାମଲା (ନଂ.୨୦୮/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri