ପାଣିରେ ପଡ଼ିଲା ଓପିଟିସିଏଲ୍‌ର ୧୫ କୋଟି

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): ସାମୁଦ୍ରିକ ଝଡ଼ ’ଫନୀ’କୁ ବର୍ଷେ ପୂରିଗଲା। ବର୍ଷକ ତଳେ ଏହି ଝଡ଼ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ବିଦ୍ୟୁତ୍‌ ଭିତ୍ତିଭୂମି ଉଜାଡି ଦେଇଥିଲା। ଶକ୍ତି ବିଭାଗ ଆକଳନ ଅନୁଯାୟୀ ୧୪ ଜିଲାରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ପୁରୀ, ଖୋର୍ଦ୍ଧା, କଟକ ଜିଲାର ବିଦ୍ୟୁତ୍‌ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଖୋର୍ଦ୍ଧା ଜିଲାର ପାଣ୍ଡିଆବିଲ ଠାରୁ ପୁରୀ ସମଗରା ପର୍ଯ୍ୟନ୍ତ ୨୨୦ କେଭିର ୭୦ଟି ବିଦ୍ୟୁତ୍‌ ଟାୱାର ସମ୍ପୂର୍ଣ୍ଣ ଭୁଶୁଡି ପଡ଼ଲା । ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌(ଓପିଟିସିଏଲ୍‌)ର ଏଥିଯୋଗୁ ୧୫ କୋଟି ଟଙ୍କା ପାଣିରେ ପଡ଼ିଲା। ଓପିଟିସିଏଲ୍‌ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁ ନୂତନ ଟାୱାରଗୁଡିକ ଭୂଲୁଣ୍ଠିତ ହୋଇଗଲା। ବିଡମ୍ବନାର ବିଷୟ ଯେ ୪୦ ବର୍ଷର ପୁରୁଣା ଟାୱାର ଛିଡା ହୋଇଥିବା ବେଳେ ମାତ୍ର ୫ ବର୍ଷର ନୂଆ ଟାୱାରଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଗଲା। ଏହି ଟାୱାର କେଳେଙ୍କାରୀ ବିଷୟରେ ୨୦୧୯ ସେପ୍ଟେମ୍ବର ୩ ତାରିଖରେ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏ ନେଇ ଶକ୍ତି ବିଭାଗ ତପତ୍ର ହେବା ସହ ଟାୱାରଗୁଡିକର ମାନ ଯାଞ୍ଚ କରିବା ଏବଂ ଭୁଶୁଡ଼ିବା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ୬ ମାସ ବିତିଯାଇଥିଲେ ମଧ୍ୟ ଏହି ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କାୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହଁି। ତଦନ୍ତ ଆଳରେ ଏହି ର୍ଦୁ୍‌ନୀତିକୁ ଚାପି ଦେବାକୁ ଗୋଟିଏ ଗୋଷ୍ଠୀ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

୨୦୧୫ରେ ପୁରୀ ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ଦେଖି ପାଣ୍ଡିଆବିଲ ପାୱାର ଗ୍ରୀଡ୍‌ ଷ୍ଟେଶନରୁ ପୁରୀ ସମଗରା ଷ୍ଟେଶନକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇବାକୁ ଓପିଟିସିଏଲ୍‌ ପକ୍ଷରୁ ୭୦ଟି ବିଦ୍ୟୁତ୍‌ ଟାୱାର ନିର୍ମାଣ କରାଯାଇଥିଲା। ଏଥିପାଇଁ ପ୍ରତି ବର୍ଗ କିଲୋମିଟରକୁ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଟେଣ୍ଡର ଜରିଆରେ ଏକ ଘରୋଇ କମ୍ପାନୀକୁ ଟାୱାର ବସାଇବା ଦାୟିତ୍ୱ ଦିଆଯାଇଥିଲା। ତେବେ ସେହି କମ୍ପାନୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ନ କରିବାରୁ ଓପିଟିସିଏଲ୍‌ ନିଜେ ଏହି ଟାୱାର ନିର୍ମାଣ କରିଥିଲା। ନିମାପଡ଼ାରୁ ପୁରୀ ଯାଇଥିବା ୪୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୧୪ଟି ଟାୱାରର ଆଂଶିକ କ୍ଷତି ହୋଇଥିବା ବେଳେ ଖୋର୍ଦ୍ଧାରୁ ପୁରୀ ଯାଇଥିବା ସମସ୍ତ ଟାୱାର ବାତ୍ୟାରେ ଭୁଶୁଡି ପଡିଥିଲା।

ଅଧିକାଂଶ ସମୟରେ ବାତ୍ୟା ଯୋଗୁ ଉପକୂଳ ଜିଲାଗୁଡିକରେ ବିଦ୍ୟୁତ୍‌ ଭିତ୍ତିଭୂମିର ବ୍ୟାପକ କ୍ଷତି ହେଉଛି। ୨୦୧୩ ଫାଇଲିନ ବାତ୍ୟା ଯୋଗୁ ଗଞ୍ଜାମ ଓ ଗଜପତି ଜିଲାରେ ବହୁ କ୍ଷୟକ୍ଷତି ହୋଇଥିଲା। ରେଲ୍‌ଓ୍ବେର ଟାୱାରଗୁଡିକ କ୍ଷତିଗ୍ରସ୍ତ ହୋଇ ନ ଥିବା ବେଳେ ଶକ୍ତି ବିଭାଗର ଟାୱାରଗୁଡିକ କାହିଁକି କ୍ଷତିଗ୍ରସ୍ତ ହେଲା ସେ ନେଇ ତତ୍କାଳୀନ ଶକ୍ତି ସଚିବ ପ୍ରଦୀପ କୁମାର ଜେନା ତଦନ୍ତ କରାଇଥିଲେ। ଅଭିଜ୍ଞ ଯନ୍ତ୍ରୀମାନଙ୍କୁ ନେଇ ଏହି ତଦନ୍ତ କମିଟି ଗଠନ କରାଯାଇଥିଲା। ଉପକୂଳ ଓ ବାତ୍ୟାପ୍ରବଣ ଜିଲାଗୁଡିକରେ ୧୭୦ କି.ମି.ରୁ ୨୭୦ କି.ମି. ବେଗର ପବନ ମାଡ଼କୁ ସମ୍ଭାଳି ପାରିବା ଭଳି ଟାୱାର ନିର୍ମାଣ କରିବାକୁ କମିଟି ବିଭାଗକୁ ସୁପାରିସ କରିଥିଲା। ଟାୱାରଗୁଡିକର ମୂଳଦୁଆ ସୁଦୃଢ଼ କରିବା ସହ ଉନ୍ନତମାନର ଲୁହା(ପ୍ରଥମ ଉପତ୍ାଦନ)ରେ ତିଆରି କରିବାକୁ ପରାମର୍ଶ ଦିଆଯାଇଥିଲା। ଶକ୍ତି ବିଭାଗରୁ ପ୍ରଦୀପ ଜେନା ଅନ୍ୟ ବିଭାଗକୁ ବଦଳି ହୋଇଗଲେ। କମିଟିର ସେହି ସୁପାରିସକୁ ସମ୍ପୂର୍ଣ୍ଣ ଅଣଦେଖା କରି ଓପିଟିସିଏଲ୍‌ ଟର୍ନ କି ବେସିସ୍‌ରେ ଏକ ଘରୋଇ ଠିକାଦାର ଜରିଆରେ ଟାୱାର ନିର୍ମାଣ କଲା। ଟାୱାରଗୁଡିକର ଗୁଣବତ୍ତାକୁ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଲେ ନାହିଁ। ଏହାର ମାନ ଯାଞ୍ଚ ମଧ୍ୟ କରାଗଲା ନାହିଁ। ଠିକାଦାର ଉପରେ ଟାୱାର ଡିଜାଇନ ଓ ନିର୍ମାଣ ସାମଗ୍ରୀ ଯୋଗାଣ ଦାୟିତ୍ୱ ସମ୍ପୂର୍ଣ୍ଣ ଛାଡି ଦିଆଗଲା। ରାୟପୁରରୁ ନିମ୍ନମାନର ଉକ୍ତ ଟାୱାରଗୁଡିକୁ କ୍ରୟ କରାଯାଇ ନିର୍ମାଣ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି। ଜାଣିଶୁଣି ଏଭଳି ନିମ୍ନମାନର କାର୍ଯ୍ୟ କରାଯାଇଥିଲା ବୋଲି ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ ଅଭିଯୋଗ କରିିଛି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଏହାକୁ ଚାପି ଦିଆଯାଇଛି। ମହାସଂଘ ପକ୍ଷରୁ ଏହି ଘଟଣାର ତଦନ୍ତ କରିବାକୁ ଦୁଇ ଥର ଓପିଟିସିଏଲ୍‌ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ମଧ୍ୟ ତଦନ୍ତ ବଦଳରେ ଦୁର୍ନୀତିଗତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ମସୁଧା ଚାଲିଛି ବୋଲି ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ଅଭିଯୋଗ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡାଯାଇଛି।
ଏ ସମ୍ପର୍କରେ ଓପିଟିସିଏଲ୍‌ ସିଜିଏମ(କନଷ୍ଟ୍ରକ୍ସନ) ଗୋପାଳ ପତି କହିଛନ୍ତି ଯେ ଟାଓ୍ବାରଗୁଡିକର ମାନ ଯାଞ୍ଚ କରାଯାଇଥିଲା। ତେବେ କେଉଁ କାରଣରୁ ସମସ୍ତ ଟାଓ୍ବାର ନଷ୍ଟ ହେଲା ତାହାର ଯାଞ୍ଚ କରିବାକୁ ଏକ କମିଟି ଗଠନ କରାଯାଇଛି। କରୋନା ଲକ୍‌ଡାଉନ୍‌ ଯୋଗୁ ତଦନ୍ତ ରିପୋର୍ଟ ମିଳି ପାରି ନାହିଁ। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା: ମୁଖ୍ୟମନ୍ତ୍ରୀଙ୍କ ସହ ଲିଷ୍ଟରେ ଅଛନ୍ତି…

ଭୁବନେଶ୍ୱର,୧୦।୪: ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ମାସେ ଘୁଞ୍ଚିଲା ଓଟିଇଟି-୨୦୨୬ ଅନଲାଇନ୍‌ ଆବେଦନ ସମୟସୀମା

ଭୁବନେଶ୍ୱର,୧୦।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି-୨୦୨୬)ଅନଲାଇନ୍‌ ଆବେଦନ ସମୟସୀମା ମେ’ ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର…

ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେନି ପୋଲିସ ବାବୁ, ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର,୧୦।୪: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri