‘ପାଠକ କମୁ ଥିବାରୁ ପତ୍ରପତ୍ରିକା ପ୍ରସାରଣ କମୁଛି’

ଫୁଲବାଣୀ ଅଫିସ, ୧୮ା୨ – ‘ଉତ୍କଳ ଦୀପିକା’ ଓଡିଶାରେ ପ୍ରଥମ ଓଡ଼ିଆ ଖବରକାଗଜ। ବର୍ତ୍ତମାନ ଖାଲି ଖବରକାଗଜ ନୁହେଁ, ଅନେକ ପତ୍ରପତ୍ରିକା ପ୍ରକାଶ ପାଉଛି। ହେଲେ ସେଥିରୁ ଅଧିକାଂଶ ସମସ୍ୟା ଦେଇ ଗତି କରୁଛି। ପୂର୍ବରୁ ଖବରକାଗଜ ଓ ପତ୍ରପତ୍ରିକା ପଢ଼ିବାକୁ ଲୋକଙ୍କ ଆଗ୍ରହ ଥିଲା। ତେଣୁ ଏହାର ଚାହିଦା ଅଧିକ ଥିଲା। ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏହା ଉପରେ ଗଭୀର ପ୍ରଭାବ ପକାଇଛି। ଆଜିକାଲିର ସମାଜ ଅବା ପାଠକଙ୍କ ପଢ଼ା ଅଭ୍ୟାସ କମିଗଲାଣି। ପଢ଼ିବା ଆଗ୍ରହ କମୁଥିବାରୁ ପତ୍ରପତ୍ରିକାର ଚାହିଦା କମୁଛି। ତେଣୁ ପ୍ରସାରଣ କମୁଛି । ଫୁଲବାଣୀ କରୋନେଶନ ପଡିଆରେ ଚାଲିଥିବା ଏକାଦଶ କନ୍ଧମାଳ ପୁସ୍ତକ ଉତ୍ସବ ଓ ସାଂସ୍କୃତିକ ମେଳାର ରବିବାର ୫ମ ସନ୍ଧ୍ୟାରେ ଅନୁଷ୍ଠିତ ଓଡିଆ ପତ୍ରପତ୍ରିକାର ପ୍ରକାଶନ ସମସ୍ୟା ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୂଳମଣି ଓଝା ଏହା ପ୍ରକାଶ କରିଛନ୍ତି। ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡ.ସୂଚନା ପାଢ଼ୀ, ସମ୍ମାନିତ ଅତିଥି ଭାବେ ଡ.ହୃଷୀକେଷ ପଣ୍ଡା, ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ.ବୈରାଗୀ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ବିଷୟରେ ଆଲୋଚନା କରିବା ସହ ପୁସ୍ତକ ମେଳା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ପୁସ୍ତକ ପଠନ ହିଁ ମଣିଷକୁ ସାମାଜିକ ପଥରେ ଅଗ୍ରସର କରିଥାଏ। ଭଲ ସମାଜ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ଏବେ ପିଲାଙ୍କଠୁ ଆରମ୍ଭ କରି ଯୁବ ସମାଜ, ସାଧାରଣ ଜନତା ମୋବାଇଲ ଫୋନରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହୁଛନ୍ତି। ସେମାନଙ୍କ ପଢ଼ିବା ଅଭ୍ୟାସ କମିଗଲାଣି। ପୁସ୍ତକ ମେଳା ଏହି ଅଭ୍ୟାସକୁ ଭାଙ୍ଗି ପାରିବ। ପୁଣି ଲୋକେ ପୁସ୍ତକ ପଢ଼ିବାକୁ ମନ ବଳାଇବେ। ପାଠକୀୟ ଆଗ୍ରହ ସୃଷ୍ଟି କରିବା ପାଇଁ ପୁସ୍ତକ ମେଳାର ବହୁ ପ୍ରାସଙ୍ଗିକତା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ।
ଏହି ଅବସରରେ ଜିଲାର ୧୦ ଏବଂ ଜିଲା ବାହାରର ୨୪ ଜଣଙ୍କୁ ମିଶାଇ ମୋଟ ୩୪ ଜଣ ସ୍ବରଚିତ କବିତା ପାଠ କରିଥିଲେ। ଡ. ଶିତୁ ପ୍ରକାଶ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଫେସର ତୀର୍ଥ ଜାନୀ ସଭାପତିତ୍ୱ କରିଥିଲେ। ଡ. କାହ୍ନୁଚରଣ ଶତପଥୀ କାଯର୍ର୍‌ୟକ୍ରମ ସଞ୍ଚାଳନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri