ପାଟକୁରା: ବୁଝାମଣାରୁ ଲଢ଼େଇ ଦୁର୍ବଳ; ଆସିବେନି ମୋଦି-ଶାହ, ଭାଜପାକୁ କେବଳ ରାଜ୍ୟ ନେତୃତ୍ୱ ଭରସା

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟ ରାଜନୀତି ବର୍ତ୍ତମାନ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ରିତ। ୨୦୧୯ ସାଧାରଣ ନିର୍ବାଚନରେ ୧୪୬ ଆସନ ପାଇଁ ଭୋଟ ହୋଇଥିବାବେଳେ କେବଳ ପାଟକୁରା ଆସନ ଏଥିରୁ ବାଦ୍‌ ପଡିଥିଲା। ଏହି ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ କାରଣରୁ ଏଠାରେ ନିର୍ବାଚନ ଆସନ୍ତା ୨୦ରେ ହେବାକୁ ଯାଉଛି। ଏହି ଗୋଟିଏ ଆସନ ହାତେଇବା ସକାଶେ ଯେମିତି ରାଜ୍ୟ ଯାକର ନେତା ପାଟକୁରାରେ ଏକତ୍ରିତ ହୋଇଯାଇଛନ୍ତି। ବିଜେଡିର ଗଣ୍ଡାଗଣ୍ଡା ନେତା ପଞ୍ଚାୟତଓ୍ବାରି ଦାୟିତ୍ୱ ପାଇ ସେଠାରେ କିଛିଦିନ ହେବ ଡେରା ପକାଇଥିବାବେଳେ ଭାଜପା ନେତାମାନେ ଏବେ ସେହି ଦିଗକୁ ଗଡିବା ଆରମ୍ଭ କରିଛନ୍ତି। ଭାଜପା ଟିକେଟରେ ନିର୍ବାଚନ ଲଢି ପ୍ରଥମଥର ଲାଗି ଏମ୍‌ପି ହୋଇଥିବା ନେତାମାନେ ହିଁ ଦଳର ପ୍ରମୁଖ ଚେହେରା ଭାବେ ସେଠାରେ ପ୍ରଚାର ଚଳାଇଛନ୍ତି। ହେଲେ କଳେବଳେ ଏହି ଆସନ ହାତେଇବା ଲାଗି ବିଜେଡି ପୂରା ଦମ୍‌ରେ ଲାଗିପଡିଛି। ଶାସକ ଦଳର ଜଣେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଗୋଟିଏ ଲେଖା ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ(ବେଦ ପ୍ରକାଶଙ୍କ ସ୍ତ୍ରୀ) ପାଇଁ ଦୁଇଦିନ ପ୍ରଚାର କରିବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏହି ନିର୍ବାଚନ ପୂର୍ବରୁ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ପ୍ରଚାର କରିବାକୁ ଆସିବାର କୌଣସି କାର୍ଯ୍ୟକ୍ରମ ରଖାଯାଇନାହିଁ। ଫଳରେ ଦୁଇନେତାଙ୍କ ଓଡିଶା ଗସ୍ତ ନ ହେବା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଥିବା ଚର୍ଚ୍ଚା ଜୋର୍‌ ଧରିବାକୁ ଲାଗିଲାଣି। ଯଦି ପ୍ରଧାନମନ୍ତ୍ରୀ ଏବଂ ଶାହଙ୍କ ମଧ୍ୟରୁ କେହି ହେଲେ ଜଣେ ନ ଆସନ୍ତି ତେବେ ରାଜ୍ୟ ସଭା ଆସନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ବୁଝାମଣା ହେବା କଥା ଆହୁରି ଜୋର୍‌ ଧରିବ ବୋଲି ଦଳର ଗୋଟିଏ ଗୋଷ୍ଠୀ କହିବା ଆରମ୍ଭ କରିଦେଲେଣି। ସେହିପରି ଏହି ଦୁଇ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ନ ଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ନିରଞ୍ଜନ କହିଛନ୍ତି, ଭାଜପା ପାଟକୁରାରେ ସମ୍ପୂର୍ଣ୍ଣଭାବେ ବିଜେଡି ନିକଟରେ ଆତ୍ମସମର୍ପଣ କରିଛି। ରାଜ୍ୟ ସଭା ଆସନ ବୁଝାମଣା ଏହାର ଉଦାହରଣ। ରାଜ୍ୟ ସଭା ଆସନ ବୁଝାମଣା କଥାକୁ ଏ ପର୍ଯ୍ୟନ୍ତ ଭାଜପା ନେତାମାନେ ବୁଝିପାରି ନାହାନ୍ତି। ଏତେସବୁ ପରେ ପ୍ରଧାନମନ୍ତ୍ରୀ ଏବଂ ଶାହଙ୍କ ଆସିବା କଥା କାହିଁକି ଆଲୋଚନା ହେବ ବୋଲି ସେ କହିଛନ୍ତି।
ପାଟକୁରା ନିର୍ବାଚନ ଲାଗି ବିଜେଡି ଓ ଭାଜପା ମଧ୍ୟରେ ବୁଝାମଣା ସରିଛି ନା ଲଢ଼େଇ ହେଉଛି ସେକଥା ବୁଝିବା କଷ୍ଟକର ବ୍ୟାପାର ବୋଲି ରାଜନୈତିକ ମହଲରେ ଆଲୋଚନା ହେବାରେ ଲାଗିଛି। ସମୀକ୍ଷକଙ୍କ ମତରେ ବୁଝାମଣାରୁ ଲଢ଼େଇ ଦୁର୍ବଳ ସ୍ତରକୁ ଚାଲିଗଲାଣି।
ଅନ୍ୟପଟେ ପାଟକୁରା ଦାୟିତ୍ୱ ବଣ୍ଟନ କଥା ଆସିଲେ ରାଜ୍ୟ ସଭା ଆସନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ହୋଇଥିବା ବୁଝାମଣା କଥା ଉଠାଇ ଗୈରିକ ଦଳର କେତେଜଣ ନେତା ଛିଗୁଲେଇବା ଆରମ୍ଭ କରିଦେଇଛନ୍ତି। ସେପଟେ ବିଜେଡିର କେତେଜଣ ନେତା ମଧ୍ୟ ରାଜ୍ୟ ସଭା ଆସନ ବୁଝାମଣା କଥାକୁ ନେଇ ଭିତରେ ଭିତରେ ପ୍ରବଳ ଅସନ୍ତୁଷ୍ଟ ଅଛନ୍ତି। ତେବେ ବିଜେଡି ପକ୍ଷରୁ ଯେପରି ନେତାମାନଙ୍କ ମଧ୍ୟରେ ପାଟକୁରାର ସମସ୍ତ ପଞ୍ଚାୟତ ବାଣ୍ଟି ଦିଆଯାଇଛି, ଭାଜପା କ୍ଷେତ୍ରରେ ସେପରି ଦେଖିବାକୁ ମିଳୁନାହିଁ। ଭାଜପାର କେତେଜଣ ବିଧାୟକ ପ୍ରଚାର କରିବା ପାଇଁ ଯାଉଥିଲେ ସୁଦ୍ଧା ବିଜେଡି ଭଳି ଏହି ଆସନକୁ ଗୁରୁତ୍ୱ ସହ ନେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁନାହିଁ। ରାଜ୍ୟରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇବା ପରେ ଭାଜପା ନେତାମାନଙ୍କ ଲାଗି ପାଟକୁରା ଆସନ ହାତେଇବା ଏକ ସ୍ବାଭିମାନର ପ୍ରସଙ୍ଗ ପାଲଟିଛି। ସେପଟେ ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ଲଢି ମୁଖ୍ୟମନ୍ତ୍ରୀ ଉଭୟ ନିର୍ବାଚନମଣ୍ଡଳୀରେ ବିଜୟ ହୋଇଥିଲେ। ନିକଟରେ ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଏହି ଆସନରେ ଖୁବ୍‌ଶୀଘ୍ର ଉପନିର୍ବାଚନ ହେବ। ତେଣୁ ପାଟକୁରା ନିର୍ବାଚନ ଫଳାଫଳର ପ୍ରଭାବ ନିଶ୍ଚିତଭାବେ ବିଜେପୁର ଉପନିର୍ବାଚନ ଉପରେ ପଡିବ ବୋଲି ଚର୍ଚ୍ଚା ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଓ ଶାହଙ୍କ ଗସ୍ତ ନେଇ ପଚାରିବାରୁ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଏହି ଆସନ ଲାଗି ଉଭୟେ ଆସିବାଭଳି କାର୍ଯ୍ୟକ୍ରମ ନାହିଁ। ଏଠି ଓଡିଶାର କର୍ମୀ ଓ ନେତାମାନେ ମିଶିକି ନିର୍ବାଚନ ଲଢିବୁ ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପାଟକୁରା ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଧର୍ମେନ୍ଦ୍ର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ୧୮ଟି ସ୍ଥାନରେ ରୋଡ୍‌ ଶୋ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଦୁଇ ଦଳର ଲଢେଇ ମଧ୍ୟରେ କଂଗ୍ରେସର କାର୍ଯ୍ୟଧାରା ନେଇ ସେମିତି କିଛି ଜଣାପଡୁନାହିଁ। ଅନ୍ୟପଟେ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ଏବଂ ନେତାମାନଙ୍କ ମଧ୍ୟରେ ବ୍ଲକଓ୍ବାରି ଦାୟିତ୍ୱ ବଣ୍ଟନ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri