ପାଞ୍ଚୋଟି ଚେକ୍‌ ଡ୍ୟାମ୍‌ର ପୁନରୁଦ୍ଧାର ଦାବି

ପୋଲସରା, ୨୦।୪: ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନାଥପୁର ଡାବୁରିଆ ନାଳରେ ନିର୍ମିତ ପାଞ୍ଚୋଟି ଚ୍ୟାକ୍‌ ଡ୍ୟାମ୍‌ର ମାଟି ବ୍ୟାଙ୍କ, ଗାର୍ଡ ୱାଲ, ପଥର ପ୍ୟାକିଙ୍କି, ଆବଶ୍ୟକ କଂକ୍ରିଟ କେନାଲ ନିର୍ମାଣ କରିବା, କାଶୀନାଥପୁର ଚ୍ୟାକ୍‌ ଡ୍ୟାମ୍‌ ଅର୍ଥାତ ପ୍ରାୟ ୧ ମିଟର ଉଚ୍ଚା କରିବା, କାଶୀନାଥପୁର ଡ଼ାବୁରିଆ ନାଳ ଏମଆଇପି ଓ ହରିଜନ ଆଗୁଳ ଏମଆଇପି, କେନ୍ଦୁବଗଡ ଚ୍ୟକ୍‌ ଡ୍ୟାମ ପୁନଃଉଦ୍ଧାର ପାଇଁ ଅଭିଯୋଗ ଆଣିଲେ ଋଷିକୂଲ୍ୟା ରୟତ ମହାସଭାର ସଭାପତି ସତ୍ୟବାନ ପ୍ରଧାନ। ଅଭିଯୋଗ ପ୍ରକାରେ ଡ଼ାବୁରିଆ ନାଳ ଓ କଇଁଫୁଲିଆ ନାଳ (ଖଜୁରିଆ) ଚିରସ୍ରୋତ ନାଳ ଅଟେ। ଖରାଦିନେ ମଧ୍ୟ ଯଥେଷ୍ଟ ଜଳ ପ୍ରଭାବିତ ହୁଏ। ଡ଼ାବୁରିଆ ନାଳର ଉଭୟ ପାଶର୍‌ବରେ ଥିବା ବାଲିଘାଇ, ସିଦ୍ଧିପୁର, କାଶୀନାଥପୁର, ପୋଲସରା ଓ ପାଟିଗଡ ଏହି ପାଞ୍ଚ ଗୋଟି ଗ୍ରାମର ବହୁ ଚାଷୀ ଏହି ନାଳ ଉପରେ ନିର୍ଭର କରନ୍ତି। ଉକ୍ତ ନାଳ ପାଣି ଦ୍ୱାରା ରବି ଓ ଖରିଫ ଫସଲ ହୋଇଥାଏ। ସରକାର ଉକ୍ତ ନାଳରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରି ୫ଟି ଚ୍ୟାକ୍‌ଡ୍ୟାମ ନିର୍ମାଣ କରାଇଛନ୍ତି। କିନ୍ତୁ ଚାଷୀମାନେ ନିଜ ଜମିରେ ଜଳସେଚନ କରିବା ପାଇଁ ଟୋପାଏ ପାଣି ମିଳିବା ତ ଦୂରର କଥା, ଡ଼ାବୁରିଆ ନାଳର ବନ୍ୟା ଜଳ ଦ୍ୱାରା ନାଳର ଉଭୟ ପାଶର୍‌ବରେ ଥିବା ଜମିଗୁଡ଼ିକ ଅତଡ଼ା ଖାଇ ଫାଳେଫାଳେ ହୋଇ ନାଳରେ ମିଶିଗଲାଣି। ବହୁବାର ଗଞ୍ଜାମ ଜିଲାପାଳ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, କ୍ଷୁଦ୍ର ଜଳସେଚନ ବିଭାଗ, ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀମାନଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଦୀର୍ଘ ୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ଉକ୍ତ କାର୍ଯ୍ୟଗୁଡ଼ିକ ନିର୍ମାଣ ହୋଇପାରିଲା ନାହିଁ। ଶୀଘ୍ର ଡ଼ାବୁରିଆ ନାଳ ଓ ଶାଖା ଖଜୁରିଆ ନାଳ ଉଭୟ ନାଳର ହୁଡ଼ା ମାଟି ବ୍ୟାଙ୍କ୍‌ ନିର୍ମାଣ କରାଯାଇ ଭାଙ୍ଗିଯାଇଥିବା ନାଳର ହୁଡାକୁ ବନ୍ଧାଇ ଆବଶ୍ୟକ ଆଉଟ୍‌ ଲେଟ୍‌ ଗାର୍ଡ ୱାଲ୍‌ ନିର୍ମାଣ କଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି। ଅନ୍ୟପଟେ କ୍ଷୁଦ୍ର ଜଳସେଚନ ବିଭାଗ ଗଞ୍ଜାମ (୨) କନିଷ୍ଠ ଯନ୍ତ୍ରୀ ସତୀଶ ଜେନା ଅନୁଧ୍ୟାନ କରି ପ୍ରପୋଜାଲ ୪ ମାସ ହେବ ଦେଇଛୁ। କିନ୍ତୁ ଫଣ୍ଡ କିଛି ଆସି ନାହିଁ। ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri