ପାକ୍‌ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ

ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଚେତାବନୀ ପରେ ଇସ୍‌ଲାମାବାଦ ନରମିଛି। ପାକ୍‌ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଯଥାସାଧ୍ୟ ଉଦ୍ୟମ କରାଯାଉଛି ଓ ସମସ୍ତ ତାକତକୁ ଲଗାଯାଇଛି ବୋଲି ଏହାର ସେନାମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜଓ୍ବା ଦାବି କରିଛନ୍ତି। ଇସ୍‌ଲାମାବାଦ ଦୀର୍ଘମିଆଦୀ ଶାନ୍ତି ଓ ସ୍ଥିରତା ଲାଗି ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି। ଲଣ୍ଡନର ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ (ଆଇଆଇଏସ୍‌ଏସ୍‌)ରେ ଉଦ୍‌ବୋଧନ ଦେଇ ପାକ୍‌ ସେନାମୁଖ୍ୟ କହିଛନ୍ତି, ଆତଙ୍କବାଦ ସମସ୍ତଙ୍କର ଶତ୍ରୁ ହୋଇଥିବାରୁ ଆମ ପଡୋଶୀଙ୍କ ସମେତ ସବୁ ଦେଶ ଏକାଠି ହୋଇ ଏହାର ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରିବା ଉଚିତ। ଆତଙ୍କବାଦ ଯୋଗୁ ପାକିସ୍ତାନ ଅତୀତରେ ଅନେକ ଭୋଗିଲାଣି, ଭବିଷ୍ୟତରେ ଆଉ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ଚାହେଁନି ବୋଲି ବାଜଓ୍ବା କହିଛନ୍ତି। ଲଶ୍କର-ଇ-ତୋଇବା, ଜୈଶ୍‌-ଇ-ମହମ୍ମଦ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନକୁ ମିଳୁଥିବା ପାଣ୍ଠି ବନ୍ଦ କରିବାରେ ପାକ୍‌ ସରକାର ବିଫଳ ହୋଇଥିବାରୁ ଏହାକୁ ଧୂସର (ଗ୍ରେ) ତାଲିକାଭୁକ୍ତ କରିବା ଲାଗି ଏଫ୍‌ଏଟିଏଫ୍‌ ନିଷ୍ପତ୍ତି ନେଇଛି। ଆତଙ୍କବାଦ ବିରୋଧରେ ୨୭ ସୂତ୍ରୀ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ଲାଗି ପାକିସ୍ତାନକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri