ପାକିସ୍ତାନରେ ଚିହ୍ନଟ ହେଲେ ୭ କରୋନା ଭାଇରସ ରୋଗୀ

ଇସ୍‌ଲାମାବାଦ,୯।୩: ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ରବିବାର ଟୁଇଟ୍‌ କରି ଜଣାଇଛନ୍ତି କି ଏବେସୁଦ୍ଧା ପାକିସ୍ତାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର କରାଚିରେ ଜଣେ ବ୍ୟକ୍ତି କୋଭିଡ-୧୯ ପଜିଟିଭ ମିଳିବା ପରେ ଏହି ସଂଖ୍ୟା ୭ରେ ପହଞ୍ଚିଥିବା ସେ କହିଛନ୍ତି। ସମସ୍ତଙ୍କୁ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଲେଣି ଓ ଅନ୍ୟଜଣେ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଘରକୁ ଫେରିବେ ବୋଲି ଜଣାପଡିଛି। ସମସ୍ତେ ମିଳିମିଶି କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟିକଲେ ଏହା ପାକିସ୍ତାନରେ କାୟା ବିସ୍ତାର କରିପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଏବେ ବିଶ୍ୱରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୧,୦୯,୦୦୦ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୩,୮୦୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆସାମରେ ୪୦ ପ୍ରତିଶତ ବାଂଲାଦେଶ ମୁସଲିମ’, ଆଶ୍ଚର୍ଯ୍ୟଜନକ ଦାବି କଲେ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୨୭।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ କାର୍ଯ୍ୟକ୍ରମରେ ଦାବି କରିଥିଲେ ଯେ ରାଜ୍ୟର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ବାଂଲାଦେଶୀ ମୁସଲମାନ। ସେ...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଟ୍ରମ୍ପ-ଜିନପିଙ୍ଗ ମୁହାଁମୁହିଁ: ଆମେରିକା ବିରୁଦ୍ଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୨୭।୧୨: ଆମେରିକା ଏବଂ ଚାଇନା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, “ଡ୍ରାଗନ” ନିକଟରେ ଏକ ପଦକ୍ଷେପ ନେଇଛି। ସି ଜିନପିଙ୍ଗ ଆମେରିକା ବିରୁଦ୍ଧରେ ଏପର୍ଯ୍ୟନ୍ତ ସବୁଠାରୁ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

ଆମେରିକାରେ ବିମାନସେବା ପ୍ରଭାବିତ, ୧୧୦୦ ଉଡାଣ ରଦ୍ଦ, ୪୦୦୦ ବିମାନ ବିଳମ୍ବ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୨୭।୧୨: ଶୁକ୍ରବାର (ଡିସେମ୍ବର ୨୬) ଖ୍ରୀଷ୍ଟମାସ ଛୁଟି ସତ୍ତ୍ୱେ ଆମେରିକାର ବିମାନ କମ୍ପାନୀଗୁଡ଼ିକ ୧୦୦୦ ରୁ ଅଧିକ ଉଡ଼ାଣ ବାତିଲ କରିଛନ୍ତି, କାରଣ ଦେଶର ଅଧିକାଂଶ...

କୋଭିଡ୍‌ ପରେ ପ୍ରଦୂଷଣ ସବୁଠୁ ବିପଦ: ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭ା୧୨(ପି.ଟି.):ଭାରତରେ କୋଭିଡ୍‌-୧୯ ମହାମାରୀ ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri