ପଶ୍ଚିମବଙ୍ଗରୁ ଅବାଧରେ ଆସୁଛି ଚୋରା ମଦ

ବାଲିଆପାଳ, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟିଛି। ପଡ଼ୋଶୀ ପଶ୍ଚିମବଙ୍ଗରୁ ପ୍ରତିଦିନ ଚୋରାରେ ବହୁ ଦେଶୀ, ବିଦେଶୀ ମଦ ଏଠାକୁ ଆଣି ବିକ୍ରି କରାଯାଉଛି। ସେମାନେ ବିଭିନ୍ନ ଗ୍ରାମାଞ୍ଚଳ ରୁଟ୍‌ ଦେଇ ଅବାଧରେ ମଦ ଆଣି ପହଞ୍ଚାଉଛନ୍ତି। ବିଦେଶୀ ମଦ ନାଁରେ ନକଲି ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରତିକାର କରାଯାଉନାହିଁ।
ବାଲିଆପାଳ ବ୍ଲକରେ ୩ଟି ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ଏବଂ ଗୋଟିଏ ଠିପିଖୋଲା ବିଦେଶୀ ମଦ ଦୋକାନ ରହିଛି। ଏହାବାଦ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଚୋରା, ବେଆଇନ ମଦ ଦୋକାନ ଚାଲିଛି। ଅବକାରୀ ବିଭାଗ ଟାର୍ଗେଟ ପୂରଣ ଲକ୍ଷ୍ୟରେ ବ୍ୟସ୍ତ ରହୁଥିବାରୁ ଚୋରାମଦ କାରବାର ରୋକିବାକୁ ପଦକ୍ଷେପ ନେଉନାହିଁ। ମଦ ବିରୋଧରେ ଆନ୍ଦୋଳନ କରୁଥିବା ମହିଳାମାନଙ୍କୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି ସହାୟତା କରୁ ନ ଥିବା ଅଭିଯୋଗ ହେଉଛି। ଏପରି କି ମଦ ବିରୋଧୀ ମହିଳା ଚୋରା ବେପାରୀଙ୍କୁ ଧରି ଅବକାରୀ ବିଭାଗକୁ ଖବର ଦେଲେ କେହି ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହାନ୍ତି। ଏହି ବ୍ଲକ ଅଧୀନ ଅଳାଡ଼ିହା ଗ୍ରାମର ଜଣେ ଚୋରା ମଦ ବେପାରୀଙ୍କ ଘରକୁ ସମ୍ପ୍ରତି ମହିଳାମାନେ ଘେରାଉ କରି ଅବକାରୀ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଘଟଣାସ୍ଥଳକୁ କେହି ଆସି ନ ଥିଲେ। ଶେଷରେ ମହିଳାମାନେ ଜବତ ମଦକୁ ଧରି ୧୨ କି.ମି. ଦୂର ବାଲିଆପାଳ ଥାନାକୁ ଯାଇଥିଲେ । ‘ଆମ ନିକଟରେ କିଛି କ୍ଷମତା ନାହିଁ’ କହି ପୋଲିସ ସେମାନଙ୍କୁ ଫେରାଇ ଦେଇଥିଲା। ଏଭଳି ଘଟଣା ଆନ୍ଦୋଳନକାରୀଙ୍କ ମନୋବଳକୁ ଭାଙ୍ଗିଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଓଡ଼ିଶା ନିଶା ନିବାରଣ ଅଭିଯାନ ବାଲିଆପାଳ ଶାଖାର ସଭାପତି ନାରାୟଣ ପ୍ରସାଦ ସାହୁ, ରାଜ୍ୟ ଉପସଭାପତି ଡ. ଅଦୈତ୍ୟ ପାତ୍ର,ସଦସ୍ୟ ଅରବିନ୍ଦ ବେହେରା, ଧୀରେନ୍ଦ୍ର ନାଥ କରଣ, କ୍ଷିତୀଶ ଜେନା, ଜୀବନ ଦାସ, କୁଶଧ୍ୱଜ ଜେନା, ଅର୍ଜୁନ ବାରିକ, ବିଜୟ ଗିରି, ସନ୍ନ୍ୟାସୀ ବେହେରା ପ୍ରମୁଖ ଅନୁରୂପ ଅଭିଯୋଗ କରି ଚୋରା ମଦର ବନ୍ୟାକୁ ରୋକିବା ଲାଗି ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଉଲ୍ଲେଖନୀୟ ଯେ, ବାଲିଆପାଳ ଅଞ୍ଚଳରେ ଚୋରା ମଦର ପ୍ରସାର ଯୋଗୁ ବିଭିନ୍ନ ଅପରାଧ ଘଟଣା ଦିନକୁ ଦିନ ବଢି ଚାଲିଛି। ପଶ୍ଚିମବଙ୍ଗରୁ ଅଣାଯାଉଥିବା ବା ମଦ ଅସଲି କି ନକଲି ତାହାକୁ ଯାଞ୍ଚ କରାଯାଉନାହିଁ ା ଏହି କାରଣରୁ ଏଠାରେ ମଦମୃତ୍ୟୁ ଘଟିବା ଆଶଙ୍କା କରାଯାଉଛି। ମଦ ବିରୋଧୀ ସଙ୍ଗଠନର କେତେକ କର୍ମକର୍ତ୍ତା କହିଛନ୍ତି ଯେ, ଟାର୍ଗେଟ ପୂରଣ ଲାଗି ଅବକାରୀ ବିଭାଗ ଚାପ ପକାଉଥିବାରୁ କେତେକ ଲାଇସେନ୍ସପ୍ରାପ୍ତ ମଦଦୋକାନୀ ଗ୍ରାମାଞ୍ଚଳରେ ୨୦ରୁ ୩୦ଜଣ ଲେଖାଏ ଛୋଟ ମଦବେପାରୀଙ୍କୁ ନିଯୁକ୍ତି ଦେଇ ମଦ ବିକୁୁଛନ୍ତି। ଖୁଚୁରା ବେପାରୀମାନେ ବିଦେଶୀ ମଦ କିଣି ଗାଁଗଣ୍ଡାରେ ବୋତଲ ପିଛା ୧୦ରୁ ୨୦ଟଙ୍କା ଅଧିକ ଦାମ୍‌ରେ ବିକ୍ରି କରୁଛନ୍ତି। ପୂର୍ବରୁ ଚୋରା ମଦ ବେପାରୀଙ୍କୁ ଧରିବା ସକାଶେ ପୋଲିସ ମଝିରେ ମଝିରେ ଚଢ଼ାଉ କରୁଥିଲା। ବର୍ତ୍ତମାନ ତାହା ବନ୍ଦ ହୋଇଯିବାରୁ ମଦବେପାରୀଙ୍କୁ ବେଶ୍‌ ସୁହାଉଛି। ବସ୍ତା ଓ ବାଲେଶ୍ୱରରୁ ଅବକାରୀ କର୍ମଚାରୀ ଆସି ବାଲିଆପାଳରେ ପହଞ୍ଚିବା ବେଳକୁ ଚୋରା ବେପାରୀମାନେ ସହଜରେ ଖସିଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri