ପଶ୍ଚିମ ଓଡ଼ିଶା ମତ୍ସ୍ୟଜୀବୀ ତିଅର ସମାଜର ମହାସଭା: ହକ୍‌ ପାଇଁ ଲଢେଇ ଦରକାର

ବଲାଙ୍ଗୀର ଅଫିସ,୧୩।୧: ବଲାଙ୍ଗୀରଠାରେ ପଶ୍ଚିମ ଓଡିଶା ମତ୍ସ୍ୟଜୀବୀ ତିଅର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି। ସମାଜ ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାସଭାରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ। ସମ୍ବିଧାନରେ ଦେଶର ମୂଳ ବାସିନ୍ଦା ଆଦିବାସୀମାନଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଶୋଷିତ ଶ୍ରେଣୀ ଯେ, ପର୍ଯ୍ୟନ୍ତ ସ୍ବଚ୍ଛଳବର୍ଗଙ୍କ ସହ ଅର୍ଥନୈତିକସ୍ତରରେ ସମାନତା ପାଇପାରି ନାହାନ୍ତି ସେପର୍ଯ୍ୟନ୍ତ ସ୍ବତନ୍ତ୍ର ସୁବିଧା ସୁଯୋଗ ପାଇବା ଦାବି ଯୁକ୍ତିଯୁକ୍ତ ବୋଲି ବିଧାୟକ ମିଶ୍ର ବକ୍ତବ୍ୟରେ କହିଥିଲେ ା ସରକାର ମଧ୍ୟ ଏଭଳି ଦାବିକୁ ଗ୍ରହଣ କରିବା ଉଚିତ୍‌ ବୋଲି ସେ କହିଥିଲେ। ତିଅର ସମାଜ ବିଶେଷ କରି ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ନ କରିଛି ସେପର୍ଯ୍ୟନ୍ତ ତାଙ୍କର ହକ୍‌ର ଲଢେଇକୁ ସମର୍ଥନ ଦେବେ ବୋଲି ବିଧାୟକ ମିଶ୍ର କହିଥିଲେ। ବଲାଙ୍ଗୀର ରେଲୱେ ଷ୍ଟେଶନ୍‌ ନିକଟସ୍ଥ ରେଲୱେ ରିକ୍ରେସନ କ୍ଲବଠାରେ ପଶ୍ଚିମ ଓଡ଼ିଶା ମତ୍ସ୍ୟଜୀବୀ ତିଅର ସମାଜ ମହାସଭାରେ ମୁଖ୍ୟ ଅତିଥି ମିଶ୍ର ତିଅର ସମାଜ ପୂର୍ବତନ ସଭାପତି ନିଲମ ବେହେରା, ରାଜ କୁମାର ବେହେରା, ସମାଜିକ କର୍ମୀ ଉଦ୍ଧବ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ପଶ୍ଚିମ ଓଡ଼ିଶାରୁ ବିଭିନ୍ନ ଶାଖା କମିଟିରୁ ଯୋଗ ଦେଇଥିବା ନେତୃବୃନ୍ଦ ସମାଜର ଉନ୍ନତି ଓ ବିକାଶ ଦିଗରେ ସୁଚିନ୍ତିତ ମତାମତ ଦେଇଥିଲେ ା ସଭା ପରେ ଆଗାମୀ ବର୍ଷ ପାଇଁ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ସମାଜର ଗଣେଶରାମ ବେହେରା, ଧ୍ରୁବ ବେହେରା, ଭିକାରୀ ବେହେରା, ବୃନ୍ଦାବନ ବେହେରା, ଅମିତ ବେହେରା, ଲିପ୍‌ତିମୟୀ ବେହେରା, ଲିସାରାଣୀ ବେହେରା, ସୁନୈନା ବେହେରା, ଯୁଧିଷ୍ଠିର ବେହେରା, ବାବୁଲା ବେହେରା, ପବିତ୍ର ବେହେରା, ଅନ୍ତ ବେହେରା, ପିଣ୍ଟୁ ବେହେରା, ସାର୍ତ୍ତିକ ବେହେରା, ଭବାନୀ ବେହେରା, ସୁଶାନ୍ତ ବେହେରା, ସନ୍ତୋଷ ବେହେରା, ଶ୍ୟାମ ବେହେରା ଓ ରାସେଶ୍ୱର ବେହେରା ଉପସ୍ଥିତ ରହି ବିଭିନ୍ନ ଦାୟିତ୍ୱ ପରିଚାଳନା କରିଥିଲେ ା ଶେଷରେ ସମାଜ ସମ୍ପାଦକ ଅକ୍ଷୟ ବେହେରା ଧନ୍ୟବାଦ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri