ପଲିଥିନ ତଳେ ଜୀବନ

କପ୍ତିପଦା,୧୭ା୩(ଡି.ଏନ୍‌.ଏ)- ସରକାର ଗରିବ ସୀମାରେଖା ତଳେ ଥିବା ହିତାଧିକାରୀଙ୍କୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପକ୍କା ଘର ପ୍ରଦାନ ପାଇଁ ନିୟମ କରିଛନ୍ତି ା ଯୋଗ୍ୟ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହେବେ ସେଥିପାଇଁ ପ୍ରତି ପଞ୍ଚାୟତର ଗ୍ରାମସଭା ଓ ପଲ୍ଲିସଭା ମାଧ୍ୟମରେ ତାଲିକା ପ୍ରସ୍ତୁତ କରାଯାଉଛି। ମାତ୍ର ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ରେ ଏହି ଯୋଜନା ସମ୍ପୂର୍ଣ୍ଣ ଦିଗହରା ହୋଇଛି। ଏହି ବ୍ଲକ୍‌ ଅଧୀନ ଲାବଣ୍ୟଦେଈପୁର ପଞ୍ଚାୟତ ୱାର୍ଡ ନଂ.-୧୦ରେ ବସବାସ କରୁଛନ୍ତି ବିଧବା ସାକ୍ରା ସୋରେନ(୬୦)। ସେ ଜଣେ ଅତି ଗରିବ ଶ୍ରେଣୀର ମହିଳା ା ୫ବର୍ଷ ତଳେ ତାଙ୍କ ସ୍ବାମୀ ମଦନଙ୍କ ମୃତ୍ୟୁ ଘଟିଥିଲା। ଏବେ ସେ ଅତି ଦୟନୀୟ ଜୀବନ ଯାପନ କରୁଛନ୍ତି ା ପୁଅ ବୋହୂ ଏପରି ଅବସ୍ଥାରେ ତାଙ୍କୁ ଛାଡ଼ି ବାହାରକୁ କାମ କରିବାକୁ ଯାଇଛନ୍ତି। ଘର ନ ଥିବାରୁ ସେମାନେ ମଧ୍ୟ ଗାଁକୁ ଆସୁ ନାହାନ୍ତି ା ପରିଣତ ବୟସରେ କାମ କରିବାକୁ ଅଣ୍ଟାରେ ଦମ୍ଭ ନ ଥିବାବେଳେ ରାତି ପାହିଲେ ଜଙ୍ଗଲକୁ ଯାଇ ପତ୍ର ଆଣି ଖଲିପତ୍ର ତିଆରି କଲେ ପେଟକୁ ଦାନା ଯାଏ ା ମାସକୁ ବିଧବା ଭତ୍ତା ୫ଶହ ଟଙ୍କା ଓ ୫ କେଜି ଚାଉଳ ତାଙ୍କର ସମ୍ବଳ ବୋଲି ସେ ପ୍ରକାଶ କରିଛନ୍ତି ା ଅନ୍ତ୍ୟୋଦୟ ଯୋଜନାରେ କାର୍ଡଟିଏ ଓ ଘର ଖଣ୍ଡିଏ ପାଇଁ ସେ ପଞ୍ଚାୟତଠାରୁ ବ୍ଲକ୍‌ ଅଫିସ ପର୍ଯ୍ୟନ୍ତ ଦାୈଡି ଦାୈଡି ନୟାନ୍ତ ହୋଇ ପଡ଼ିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି ା ଘର ବୋଲି ତାଙ୍କର କିଛି ନାହିଁ ା ବାଉଁଶ ଉପରେ ପଲିଥିନ ପକାଇ ତାରି ତଳେ ବସବାସ କରୁଛନ୍ତି। ଖରାଦିନିଆ ବର୍ଷା ଓ ଝଡ଼ତୋଫାନ ତାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି ା ସେହି ଘରେ ବିପଦସଙ୍କୁଳ ଅବସ୍ଥାରେ ସେ ରହିବାକୁ ବାଧ୍ୟ ହେଉଛନ୍ତି ା ହାଡ଼ଭଙ୍ଗା ଶୀତ କାକର ସମୟରେ ପାଇଖାନା ଭିତରେ ରାତି କଟାଇଥିବା କହିଛନ୍ତି ା ଏପରି କି ତାଙ୍କ ଘରର କିଛି ବ୍ୟବହାଯର୍‌ୟ ସାମଗ୍ରୀ ମଧ୍ୟ ସେହି ପାଇଖାନା ଭିତରେ ଥିବା ଦେଖିବାକୁ ମିଳିଛି। ନଡ଼ା ଛପରରେ ଘର ତିଆରି କରିବା ଓ ଏହି ଘରକୁ ପ୍ରତିବର୍ଷ ଛାଉଣି କରିବାକୁ ମଧ୍ୟ ତାଙ୍କ ପାଖରେ ଅର୍ଥ ନାହିଁ ା ଯାହା ଫଳରେ ଚିରାଫଟା ପଲିଥିନ ତଳେ ତାଙ୍କ ଜୀବନ କଟୁଛି। ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ବହୁ ଥର ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳି ନାହିଁ। ସାକ୍ରାଙ୍କ ଏପରି ଅବସ୍ଥା ଦେଖି ସମାଜସେବୀ ଜୟ ମୁର୍ମୁ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ଉକ୍ତ ଗ୍ରାମର କାନ୍ଦ୍ର ସୋରେନ କୁହନ୍ତି, ଏହି ପରିବାର ଅଗ୍ରାଧିକାର ଭିତ୍ତିିରେ ନିଶ୍ଚିତ ଘର ପାଇବା ଦରକାର। ଏ ସଂକ୍ରାନ୍ତରେ କିଛି ଗ୍ରାମବାସୀ ଜିଲାପାଳ, ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆବଶ୍ୟକ ପଡ଼ିଲେ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ମୁଁ ଜାଣିନି, ସରପଞ୍ଚଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri