Posted inଫୁରସତ

ପର୍ଯ୍ୟଟନସ୍ଥଳୀ ‘ଯୋଗ ଜଳପ୍ରପାତ’: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କର୍ନାଟକସ୍ଥିତ ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ପେ ଜଳପ୍ରପାତ ନାଁରେ ପରିଚିତ। ପ୍ରାୟ ୨୫୩ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ସରାବତୀ ନଦୀଧାରରୁ ସୃଷ୍ଟି ହୋଇଛି…

କର୍ନାଟକର ସାଗର ନାମକ ସ୍ଥାନରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଯୋଗ ଜଳପ୍ରପାତ ପରିଚିତ। ସ୍ଥାନୀୟ ଯୋଗ ନାମକ ଏକ ଗାଁର ନାମାନୁସାରେ ଏହି ଜଳପ୍ରପାତର ଏପରି ନାମକରଣ ହୋଇଥିବା ଅନୁମାନ କରାଯାଏ। ସରାବତୀ ନଦୀ ଧାରରୁ ସୃଷ୍ଟି ହୋଇଥିବା ଏହି ଜଳପ୍ରପାତଟି ଅନ୍ୟଦିନ ତୁଳନାରେ ବର୍ଷାଦିନେ ଅଧିକ ଆକର୍ଷଣୀୟ ଲାଗିଥାଏ। କାରଣ ବର୍ଷାଦିନେ ଏଥିରେ ଜଳର ପ୍ରବାହ ଖୁବ୍‌ ଜୋର୍‌ରେ ରହିଥାଏ। ନଚେତ୍‌ ଅନ୍ୟ ଦିନରେ ଏହା ଖୁବ୍‌ ସରୁ ଧାରରେ ପାହାଡ ଉପରୁ ଝରୁଥିବାର ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ବର୍ଷାଦିନେ ଏଠାରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

କେବେ ଯିବେ
ଏଠାକୁ ବର୍ଷର ଯେକୌଣସି ସମୟରେ ବୁଲିଯିବାର ସୁବିଧା ରହିଛି। କିନ୍ତୁ ଅନ୍ୟ ଦିନରେ ଏହି ପ୍ରପାତରେ ଜଳର ପ୍ରବାହ ସାମାନ୍ୟ କ୍ଷୀଣ ରହୁଥିବାବେଳେ ବର୍ଷାଦିନେ ଜଳାଧିକ ଯୋଗୁ ଜଳପ୍ରବାହ ଖୁବ୍‌ ଜୋର୍‌ରେ ରହିଥାଏ, ଯାହା ଦେଖିବାକୁ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ଅନେକେ ବର୍ଷାଦିନେ ଏଠାକୁ ଯାଇ ଯୋଗ ଜଳପ୍ରପାତର ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି। କିନ୍ତୁ ବର୍ଷାଦିନେ ଟିକେ ସାବଧାନତାର ସହ ଏଠାକୁ ଯିବାକୁ ହୋଇଥାଏ। ନଚେତ୍‌ ଅନ୍ୟମନସ୍କତାରେ ଗୋଡ଼ ଖସିଯିବାର ସମ୍ଭାବନା ଥାଏ।
କେମିତି ଯିବେ
ହୁବଲି ଏୟାରପୋର୍ଟ ହେଉଛି ଏହାର ନିକଟତମ ତଥା ଘରୋଇ ବିମାନବନ୍ଦର, ଯାହା ଉକ୍ତ ଜଳପ୍ରପାତଠାରୁ ପାଖାପାଖି ୧୩୦କି.ମି. ଦୂରରେ ଅବସ୍ଥିତ। ସେହିପରି ବାଙ୍ଗାଲୋର୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ଦୁଇ ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେଉଁଥିରେ ଚାହିଁବେ ସେଥିରେ ଯାଇ ସୁବିଧାରେ ଯୋଗ ଜଳପ୍ରପାତ ନିକଟରେ ପହଞ୍ଚତ୍ପାରିବେ।
କ’ଣ ଦେଖିବେ
ପ୍ରାୟ ୨୫୩ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିକୁ ଚତୁଃପାର୍ଶ୍ୱରୁ ବହୁ ଉଚ୍ଚ ଉଚ୍ଚ ପାହାଡ ତଥା ଜଙ୍ଗଲ ଘେରି ରହିଥିବାରୁ ଏଠାକାର ସୌନ୍ଦର୍ଯ୍ୟ ବେଶ୍‌ ମନୋରମ ଲାଗିଥାଏ। ତା’ଛଡ଼ା ଶାନ୍ତ ବାତାବରଣ ଭିତରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ଅନେକ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ପ୍ରକୃତିପ୍ରେମୀ ତଥା ପକ୍ଷୀପ୍ରେମୀଙ୍କର ଏଠାକୁ ଯା’ଆସ ଲାଗି ରହିଥାଏ। ତେଣୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ତରଫରୁ ଏଠାରେ ସ୍ବତନ୍ତ୍ର ପାହାଚ ମଧ୍ୟ ତିଆରି କରାଯାଇଛି। ଯଦ୍ଦ୍ବାରା ଖୁବ୍‌ ନିକଟକୁ ଯାଇ ପର୍ଯ୍ୟଟକ ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ହେଲେ ବର୍ଷାଦିନେ ପର୍ଯ୍ୟଟକଙ୍କୁ ଜଳପ୍ରପାତର ଅତି ନିକଟକୁ ଯିବା ପାଇଁ ଏଠାରେ ବାରଣ କରାଯାଇଥାଏ।
ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ
ଯୋଗ ଜଳପ୍ରପାତ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ନିକଟରେ ଥିବା ଏକ ଛୋଟ ଅଭୟାରଣ୍ୟକୁ ମଧ୍ୟ ବୁଲିବାକୁ ଯାଇପାରିବେ। ତା’ଛଡ଼ା ଉକ୍ତ ଜଳପ୍ରପାତ ନିକଟରେ ଅନେକ ଗାଁ ବି ରହିଛି, ଯେଉଁଠାକୁ ଯାଇ ପର୍ଯ୍ୟଟକ କିଛି ଭିନ୍ନ ଅନୁଭୂତି ସାଉଣ୍ଟି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri