Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଐତିହାସିକ ଥଙ୍ଗାସେରୀ ଦୁର୍ଗ

କେରଳର କୋଲ୍ଲାମ୍‌ ସହର ଅନ୍ତର୍ଗତ ଏକ ତଟୀୟ  ଅଞ୍ଚଳ ହେଉଛି ଥଙ୍ଗାସେରୀ। ଏଠାରେ ରହିଛି ଏକ ପ୍ରାଚୀନ ଦୁର୍ଗ, ଯାହାର ନାଁ ହେଲା ଥଙ୍ଗାସେରୀ ଦୁର୍ଗ। ସେଣ୍ଟ ଥୋମାସ୍‌ ଦୁର୍ଗ ଭାବେ ବି ଏହା ପରିଚିତ…

ଥଙ୍ଗାସେରୀ ହେଉଛି କେରଳର କୋଲ୍ଲାମ୍‌ ସହର ଅନ୍ତର୍ଗତ ଏକ ତଟୀୟ ଅଞ୍ଚଳ, ଯେଉଁଠାରେ ରହିଛି ପ୍ରାଚୀନ ଥଙ୍ଗାସେରୀ ଦୁର୍ଗ। ଏହି ଦୁର୍ଗ ସେଣ୍ଟ ଥୋମାସ୍‌ ଦୁର୍ଗ ନାମରେ ବି ପରିଚିତ। କେରଳ ରାଜ୍ୟର ରାଜଧାନୀ ଥିରୁଭାନନ୍ଥପୁରମ୍‌ଠାରୁ ପ୍ରାୟ ୭୧ କି.ମି ଏବଂ କୋଲ୍ଲାମ୍‌ ସହରଠାରୁ ପ୍ରାୟ ୫ କି.ମି ଦୂରରେ ଥିବା ଏହି ଦୁର୍ଗ ନିକଟକୁ ବୁଲିବାକୁ ଗଲେ ଅନେକ ଐତିହାସିକ ତଥ୍ୟ ଜାଣିବାର ସୁଯୋଗ ମିଳେ। ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

କେବେ ଓ କେମିତି ଯିବେ
ଖରାଦିନେ ଏଠାରେ ଗରମ ଅନୁଭୂତ ହୋଇଥାଏ। ସେଥିପାଇଁ ଶୀତଦିନେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଯାଇଥାନ୍ତି। ଖାସ୍‌କରି ଅକ୍ଟୋବରରୁ ଫେବୃୟାରୀ ଭିତରେ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ପରିବହନର ତିନୋଟି ମାଧ୍ୟମର ସୁବିଧା ରହିଛି। ତ୍ରିବେନ୍ଦ୍ରମ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ଥଙ୍ଗାସେରୀ ଦୁର୍ଗଠାରୁ ପ୍ରାୟ ୭୦ କି.ମି ଦୂରରେ ଅବସ୍ଥିତ। ଉକ୍ତ ବିମାନବନ୍ଦର ନିକଟରୁ ଥଙ୍ଗାସେରୀ ଦୁର୍ଗକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧା ବି ରହିଛି। ଅନ୍ୟପକ୍ଷେ କୋଲ୍ଲାମ୍‌ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଥଙ୍ଗାସେରୀ ଦୁର୍ଗର ନିକଟତମ ତଥା ଏକ ପ୍ରମୁଖ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ।

ଦୁର୍ଗର ଇତିହାସ ସମ୍ପର୍କରେ
ଥଙ୍ଗାସେରୀ ଦୁର୍ଗ ହେଉଛି ଏକ ପ୍ରାଚୀନ ଦୁର୍ଗ। ଏହାର ସମ୍ପର୍କ ଷୋଡ଼ଶ ଖ୍ରୀଷ୍ଟାବ୍ଦ ସହ ରହିଥିବା ଜଣାଯାଏ। ସେତେବେଳେ ଏହି କ୍ଷେତ୍ର ପର୍ତ୍ତୁଗୀଜମାନଙ୍କ ନିୟନ୍ତ୍ରଣରେ ଥିବାର ସୂଚନା ମିଳେ। ସେହିପରି ଆରବ ସାଗରର ତଟ ଦେଶରେ ଥିବା ଏହି ଐତିହାସିକ ଦୁର୍ଗଟିର ନିର୍ମାଣ ସାଣ୍ଡଷ୍ଟୋନ୍‌ ଓ ଲାଇମ୍‌ ମୋଟାର୍‌ ଦ୍ୱାରା ହୋଇଥିବା ବି ଜଣାଯାଏ। ତେବେ ଏହି ଦୁର୍ଗ ମାଧ୍ୟମରେ ସମୟାନୁସାରେ କେମିତି କୋଲ୍ଲାମ୍‌ କ୍ଷେତ୍ର ଉପରେ ବିଭିନ୍ନ ବାହ୍ୟଶକ୍ତି (ଯଥା: ପର୍ତ୍ତୁଗୀଜ୍‌, ଡଚ୍‌ ଓ ବ୍ରିଟିଶ)ମାନେ ନିଜର ଅଧିକାର ଜାହିର କରିଥିଲେ ସେ ସମ୍ପର୍କରେ ବି ଅନେକ ତଥ୍ୟ ଜାଣିହୁଏ। ଇତିହାସର ଏତେ ସବୁ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ନିଜ ଭିତରେ ସାଇତି ରଖିଥିବା ଏହି ଦୁର୍ଗଟିର ବର୍ତ୍ତମାନ କେବଳ ଭଗ୍ନାଂବଶେଷ ଦେଖିବାକୁ ମିଳୁଥିଲେ ବି ଏହାର ମହତ୍ତ୍ୱ କମ୍‌ ହୋଇ ନାହିଁ।

ଆଉ କ’ଣ ଦେଖିବେ
ଥଙ୍ଗାସେରୀ ଦୁର୍ଗ ସହ ଜଡିତ ଥିବା ଅନେକ ଐତିହାସିକ ତଥ୍ୟ ତଥା ଏଠାକାର ତଟୀୟ ଭୌଗୋଳିକ ସ୍ଥିତି ହିଁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବା ପାଇଁ ଆକର୍ଷିତ କରିଥାଏ। କାରଣ ଆରବ ସାଗରର ତଟ ଦେଶରେ ଅବସ୍ଥିତ ଥିବା ଏହି ଦୁର୍ଗ ନିକଟରେ ସାମୁଦ୍ରିକ ଜଳବାୟୁ ଅନୁଭୂତ ହୋଇ ଶରୀରକୁ ମାନସିକ ଓ ଶାରୀରିକ ଶାନ୍ତି ପ୍ରଦାନ କରିଥାଏ। କେବଳ ସେତିକି ନୁହେଁ, ଏଠାରେ ଥଙ୍ଗାସେରୀ ଦୁର୍ଗ ବ୍ୟତୀତ ଆହୁରି ଅନେକ ଦର୍ଶନୀୟ ସ୍ଥାନ ବି ବୁଲି ଦେଖିହୁଏ। ତନ୍ମଧ୍ୟରୁ ଥଙ୍ଗାସେରୀ ବିଚ୍‌, କୋଲ୍ଲାମ୍‌ ବନ୍ଦର, ଇନ୍‌ଫାଣ୍ଟ ଜେସସ୍‌ କାଥେଡ୍ରାଲ୍‌, ଲାଇଟ୍‌ ହାଉସ୍‌ ଇତ୍ୟାଦି ଅନ୍ୟତମ। ତେଣୁ ଇତିହାସରେ ରୁଚି ରଖୁଥିବା ତଥା ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଖାସ୍‌ ପର୍ଯ୍ୟଟନସ୍ଥଳୀ କହିଲେ ଆଦୌ ଭୁଲ୍‌ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri