Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଐତିହାସିକ ସହର ଥରଂଗମ୍‌ବାଡି

ଥରଂଗମ୍‌ବାଡି ତାମିଲନାଡୁସ୍ଥିତ ଏମିତି ଏକ ସହର ଯେଉଁଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଯା’ଆସ ଲାଗିରହିଥାଏ। କାରଣ ଏହି ସହର ଐତିହାସିକ, ସାଂସ୍କୃତିକ ତଥା ପ୍ରାକୃତିକ ଦୃଷ୍ଟିକୋଣରୁ ବେଶ୍‌ ସମୃଦ୍ଧ। ତା’ଛଡ଼ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ରହିଛି ଏମିତି କେତୋଟି ମନ ମୋହିନେଲା ଭଳି ପର୍ଯ୍ୟଟନସ୍ଥଳୀ, ଯାହା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିପାରୁଛି…

ଥରଂଗମ୍‌ବାଡି ତାମିଲନାଡ଼ୁର ନାଗପଟ୍ଟିନମ୍‌ ଜିଲା ଅନ୍ତର୍ଗତ ଏମିତି ଏକ ସହର, ଯାହା ନିଜର ଐତିହାସିକ ମହତ୍ତ୍ୱ ପାଇଁ ବେଶ୍‌ ନାଁ କରିପାରିଛି। କାରଣ ଏଠାରେ ଇତିହାସ ସହ ଜଡ଼ିତ ଥିବା ଅନେକ ପ୍ରାଚୀନ ସଂରଚନା ଦେଖିବାକୁ ମିଳିଥାଏ, ଯେଉଁଥିରେ ଦୁର୍ଗ, ଚର୍ଚ୍ଚ, ମ୍ୟୁଜିୟମ୍‌ ଇତ୍ୟାଦି ସମ୍ପୃକ୍ତ। ତା’ଛଡ଼ା ଏହା ଏକ ତଟୀୟ ସହର, ଯେଉଁଠାରେ ୧୬୨୦ ମସିହାରେ ଡେନିଶ୍‌ ଟ୍ରେଡିଂ ପୋଷ୍ଟ ସ୍ଥାପନ କରାଯାଇଥିଲା। ଏହା ଥିଲା ସେହି ସମୟ, ଯେତେବେଳେ ଏଠାକୁ ଡେନିଶ୍‌ ଲୋକମାନଙ୍କର ଆଗମନ ହୋଇଥିଲା। ପରେ ଏଠାରେ ଡେନିଶ୍‌ମାନଙ୍କର ଏକ ସ୍ବତନ୍ତ୍ର କଲୋନୀ ଗଢ଼ିଉଠିଲା। ହେଲେ ୧୮୪୫ ମସିହା ବେଳକୁ ତାହା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବିକ୍ରି ହୋଇଗଲା। ଆଉ ସେହି ସମୟରେ ହିଁ ଏଠାରେ ଅନେକ ପ୍ରାଚୀନ ସଂରଚନାଗୁଡ଼ିକ ନିର୍ମାଣ ହୋଇଥିଲା, ଯାହା ଏବେ ବି ଗୋଟିଏ ଗୋଟିଏ ଐତିହାସିକ ମାଇଲଖୁଣ୍ଟ ଭାବେ ଉକ୍ତ ସ୍ଥାନରେ ଦଣ୍ଡାୟମାନ ହୋଇରହିଛି। ଆଉ ଯାହାକୁ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମୁଛି।

କ’ଣ ଦେଖିବେ
ଡାନ୍ସବର୍ଗ ଦୁର୍ଗ: ୧୬୨୦ ମସିହାରେ ଥରଂଗମ୍‌ବାଡିରେ ଯେଉଁ ଡେନିଶ୍‌ ଦୁର୍ଗଟି ନିର୍ମିତ କରାଯାଇଥିଲା, ତା’ର ନାଁ ହେଉଛି ଡାନ୍ସବର୍ଗ। ଆଉ ସେହି ଦୁର୍ଗଟି ଦ୍ୱିତୀୟ ବଡ଼ ଡେନିଶ୍‌ ଦୁର୍ଗ ଭାବେ ଜଣାଶୁଣା। କାରଣ ପ୍ରଥମ ବଡ଼ ଡେନିଶ୍‌ ଦୁର୍ଗଟି ଡେନ୍‌ମାର୍କରେ ରହିଛି, ଯାହାର ନାଁ ହେଉଛି କ୍ରୋନ୍‌ବର୍ଗ। କ୍ରୋନ୍‌ବର୍ଗ ଦୁର୍ଗ ଭଳି ଡାନ୍ସବର୍ଗ ଦୁର୍ଗଟି ମଧ୍ୟ ଆକର୍ଷଣୀୟ ବାସ୍ତୁକଳାରେ ନିର୍ମିତ। ତା’ଛଡ଼ା ଏହି ଦୁର୍ଗଟି ସମୁଦ୍ର ତଟ ଦେଶରେ ରହିଥିବାରୁ ଏହା ଆହୁରି ସୁନ୍ଦର ଦେଖାଯାଇଥାଏ। ଏତେ ବର୍ଷର ପୁରୁଣା ଦୁର୍ଗ ହୋଇଥିଲେ ମଧ୍ୟ ଏହାର ଆକର୍ଷଣୀୟ କାରୁକାର୍ଯ୍ୟ ଏବେ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିପାରୁଛି।

ଟ୍ରାଙ୍କ୍ୟୁବର୍‌ ମ୍ୟୁଜିୟମ୍‌: ଡେନିଶ୍‌ ବା ଡାନ୍ସବର୍ଗ ଦୁର୍ଗ ନିକଟରେ ଥିବା ଏହି ଐତିହାସିକ ମ୍ୟୁଜିୟମ୍‌ରେ ଡେନିଶ୍‌ ବ୍ୟବସ୍ଥାପନ ସହ ଜଡିତ ଥିବା ଅନେକ ମହତ୍ତ୍ୱପୂର୍ଣ୍ଣ ବସ୍ତୁଗୁଡ଼ିକୁ ଦେଖିବାକୁ ମିଳିଥାଏ। ଯେମିତିକି ବିଭିନ୍ନ ପଥରରେ ନିର୍ମିତ ପ୍ରତିମୂର୍ତ୍ତି, ଟେରାକୋଟା ବସ୍ତୁସାମଗ୍ରୀ, ବିଭିନ୍ନ ପ୍ରକାର ବିରଳ ପଥର, ଚିନା ମାଟିରେ ନିର୍ମିତ ଗୃହୋପକରଣ, ଡେନିଶ୍‌ ପାଣ୍ଡୁଲିପି ତଥା ବିଭିନ୍ନ ହାତହତିଆର ଇତ୍ୟାଦି ଅନ୍ୟତମ। ଏହି ମ୍ୟୁଜିୟମ୍‌କୁ ବୁଲିଗଲେ ଇତିହାସ ସମ୍ବଳିତ ଅନେକ ତଥ୍ୟ ପର୍ଯ୍ୟଟକ ଜାଣିବାର ସୁଯୋଗ ପାଇପାରିବେ।
ନ୍ୟୁ ଜେରୁଶଲମ୍‌ ଚର୍ଚ୍ଚ: ୧୭୧୮ ମସିହାରେ ଏକ ରୟାଲ୍‌ ଡେନିଶ୍‌ ମିଶନାରି ଦ୍ୱାରା ଏହି ପବିତ୍ର ସ୍ଥଳୀଟିର ନିର୍ମାଣ କରାଯାଇଥିଲା, ଯାହାର ଆକର୍ଷଣୀୟ କାରୁକାର୍ଯ୍ୟ ଥିଲା ବେଶ୍‌ ମନୋରମ। ହେଲେ ୨୦୦୪ରେ ହୋଇଥିବା ଭୟଙ୍କର ସୁନାମିରେ ଉକ୍ତ ଚର୍ଚ୍ଚଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଫଳରେ ୨୦୦୬ରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇ ଏହାକୁ ପୁଣିଥରେ ଏକ ଆକର୍ଷଣୀୟ ଚର୍ଚ୍ଚର ରୂପ ଦିଆଯାଇଥିଲା ବୋଲି ସୂଚନା ରହିଛି। ଏସବୁ ବ୍ୟତୀତ ଥରଂଗମ୍‌ବାଡିରେ ଆହୁରି ଅନେକ ଛୋଟ ବଡ଼ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବି ରହିଛି, ଯାହାକୁ ପର୍ଯ୍ୟଟକ ଚାହିଁଲେ ବୁଲି ଦେଖିପାରିବେ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡି ବାକି ଅନ୍ୟ ସମୟରେ ଏଠାକୁ ଗଲେ ବୁଲାବୁଲି କରିବାକୁ ସୁବିଧା ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ଚେନ୍ନାଇ ଇଣ୍ଟର ନ୍ୟାଶନାଲ୍‌ ଏୟାରପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ନାଗପଟ୍ଟିନମ୍‌ ଜିଲାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକ ଚାହିଁଲେ ଏହି ବସ୍‌ ଯୋଗେ ପ୍ରଥମେ ନାଗପଟ୍ଟିନମ୍‌କୁ ଯିବେ ଏବଂ ସେଠାରୁ ଟ୍ୟାକ୍ସି କିମ୍ବା ଲୋକାଲ୍‌ ବସ୍‌ରେ ସୁବିଧାରେ ଯାଇ ଥରଂଗମ୍‌ବାଡିରେ ପହଞ୍ଚତ୍ପାରିବେ। ନାଗପଟ୍ଟିନମ୍‌ରୁ ମାତ୍ର ଦେଢ଼ଘଣ୍ଟାର ରାସ୍ତା ହେଉଛି ଥରଂଗମ୍‌ବାଡି ି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri