ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ : ପାର୍କିଂ ପାଇଁ ଶତାଧିକ ଟଙ୍କା ଆଦାୟକୁ ବିରୋଧ

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟନକେନ୍ଦ୍ରଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ ଶହ ଶହ ଟଙ୍କା ଆଦାୟ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ନେଇ କେଉଁଠି ଯୁକ୍ତିତର୍କ ହେଉଛି ତ କେଉଁଠି ପର୍ଯ୍ୟଟନକେନ୍ଦ୍ରକୁ ନ ଯାଉ ନିରାଶରେ ପର୍ଯ୍ୟଟକ ଫେରୁଥିବା ଦେଖାଯାଉଛି। ମିଡ଼ିୟୁବାନ୍ଦା ଜଳପ୍ରପାତ ସମେତ କିରିକୁଟିଠାରେ ଥିବା ନେଚର ଲଭର୍ସ ପଏଣ୍ଟ, ଡୁଲୁରୀ ପାଇନ ବଣରେ ବେଆଇନ ଭାବେ ପାର୍କି ପାଇଁ ଅର୍ଥ ସଂଗ୍ରହ କରି ପର୍ଯ୍ୟଟକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି ା ବୁଦ୍ଧିଜୀବୀ, ଅଟୋ ସଂଘ, ଟ୍ୟାକ୍ସିଂ ସଂଘ, ହୋଟେଲ ମାଲିକ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏହି ସମସ୍ୟାର ସମାଧାନ କରାନଗଲେ ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଲୋଚନା ହେଉଛି।
ଦାସିଂବାଡ଼ିରେ ଥିବା ମିଡ଼ିୟୁବାନ୍ଦା ଜଳପ୍ରପାତର ୫ଶହ ମିଟର ଦୂରରୁ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଗତ ୪ ବର୍ଷ ହେଲା ପାର୍କିଂ ଫି ସଂଗ୍ରହ କରାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନ ଥିବା କିମ୍ବା ଦରଧାର୍ଯ୍ୟ କରାଯାଇ ନ ଥିବା ଜଣାପଡିଛି। ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପଞ୍ଚାୟତକୁ ବାର୍ଷିକ ୧୨ ହଜାର ଟଙ୍କା ପ୍ରଦାନ କରିବାକୁ ଚୁକ୍ତିନାମା କରାଯାଇଥିବା ଅଭିଯୋଗ ହେଉଛି ା ଏଠାରେ ବାଇକ ପିଚ୍ଛା ୨୦ ଟଙ୍କା ଆଦାୟ କରାଯାଉଥିବା ବେଳେ ଅଟୋ ୪୦ ଟଙ୍କା, ଚାରିଚକିଆ ଯାନ ପାଇଁ ୬୦ ଟଙ୍କା ଏବଂ ବସ୍‌ ପାର୍କିଂ ବାବଦକୁ ଶହେ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ହେଲେ ଗାଡି ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ପର୍ଯ୍ୟଟକଙ୍କ ସମେତ ଗାଡ଼ି ମାଲିକମାନେ ଅଭିଯୋଗ କରିଛନ୍ତି। ଏ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ତଥା ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ସମ୍ପାଦିକା ବିଷ୍ଣୁପ୍ରିୟା ମୁଠାମାଝି କହିଛନ୍ତି, ମୋଟ ୩୨ଟି ମହିଳା ସଂଘ ଏହି ପାର୍କିଂ ଫି’ ଆଦାୟ ଦାୟିତ୍ୱରେ ରହିଛନ୍ତି। ହେଲେ ବର୍ଷକୁ ଥରେ ପରିବର୍ତ୍ତନ କରାଯାଇ ମାତ୍ର ୯ଟି ଗ୍ରୁପରୁ ଜଣେ ଲେଖାଏ ୯ ଜଣ ଦୈନିକ ଏହି ଫି’ ଆଦାୟ ଦାୟିତ୍ୱରେ ରହି କାର୍ଯ୍ୟ କରୁଛନ୍ତି। ପାର୍କିିଂ ଫି’ ଧାର୍ଯ୍ୟ କରିବାକୁ ମହିଳା ସଂଘ ପକ୍ଷରୁ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲାନି। ତେଣୁ ସରପଞ୍ଚ ସଙ୍ଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଠକ କରି ଦର ଧାର୍ଯ୍ୟ କରାଯାଇଛି। ପଞ୍ଚାୟତକୁ ମହିଳା ସଂଘ ବାର୍ଷିକ ୧୨ ହଜାର ଟଙ୍କା ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି ା ଅନ୍ୟପକ୍ଷରେ ମହିଳା ସଂଘ ପାର୍କିଂ ବାବଦକୁ ସଂଗ୍ରହ କରୁଥିବା ଅର୍ଥରୁ ପର୍ଯ୍ୟଟନକେନ୍ଦ୍ର ସଫେଇ ଓ ସେମାନଙ୍କ ପାରିଶ୍ରମିକ ବାବଦକୁ ଖର୍ଚ୍ଚ ହେଉଛି ବୋଲି ବିଷ୍ଣୁପ୍ରିୟା କହିଛନ୍ତି। ରବିବାର ଛୁଟି ଦିନ ଥିବାରୁ ୧୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ ହୋଇଥିବା ମହିଳା ସଂଘ ପକ୍ଷରୁ କୁହାଯାଇଛି ା
ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ିର କେବଳ ନେଚର ପାର୍କ ଜଙ୍ଗଲ ଓ ପରିବେଶ ବିଭାଗ ହାତରେ ରହିଛି। ଅନ୍ୟ ସମସ୍ତ ପର୍ଯ୍ୟଟନକେନ୍ଦ୍ର ପଞ୍ଚାୟତ ସମିତି ଅଧୀନରେ ଅଛି। ୨୦୧୫ ମସିହାରୁ ସମସ୍ତ ପର୍ଯ୍ୟଟନକେନ୍ଦ୍ରର ବିକାଶ ପାଇଁ ଏକ ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟ ଗଠନ କରାଯାଇଛି। ବାଲିଗୁଡ଼ା ଉପଜିଲାପାଳ ଏହାର ଅଧ୍ୟକ୍ଷ ଏବଂ ସମ୍ପାଦକ ସ୍ଥାନୀୟ ବିଡିଓ ରହିଛନ୍ତି। ତହସିଲଦାରଙ୍କ ସମେତ ଆଇଆଇସି, ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ, ବଣିକ ସଂଘ, ଖବରଦାତା ସଂଘ ସାଂସ୍କୃତିକ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟ ହୋଇଛନ୍ତି। ହେଲେ କେଉଁ ପରିସ୍ଥିତିରେ ସାଞ୍ଜାସରୁ ଟ୍ରଷ୍ଟ ବଦଳରେ ପଞ୍ଚାୟତ କିମ୍ବା ବିନା ଅନୁମତିରେ ସ୍ବୟଂ ସହାୟକ ଗୋଷ୍ଠୀ ଏଭଳି ପାକର୍ିଂ ଅର୍ଥ ସଂଗ୍ରହ କରୁଛନ୍ତି ତାହା ପ୍ରଶ୍ନବାଚୀ ହୋଇଛି ା ଏ ନେଇ ସାଞ୍ଜାସରୁ ଟ୍ରଷ୍ଟର ନୋଡାଲ ଅଫିସର ତଥା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁ ମାଝି ପଡ୍ରା ସମସ୍ୟା ରହିଥିବା ଶୁଣି ସେ ତଦନ୍ତ କରି ବିଡିଓଙ୍କୁ ରିପୋର୍ଟ ଦେଇଥିବା କହିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri