Posted inଫୁରସତ

ପରିବେଶର ରକ୍ଷକ ଶାଗୁଣା

ପ୍ରତିବର୍ଷ ସେପ୍ଟେମ୍ବର ପ୍ରଥମ ଶନିବାରକୁ ‘ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ’ ଭାବରେ ପାଳନ କରାଯାଇ ଆସୁଛି। ୨୦୦୬ ମସିହାରେ ଦକ୍ଷିଣ ଆଫ୍ରିକାର ଏନ୍‌ଡେଞ୍ଜର୍ଡ ଓ୍ବାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଓ ଇଂଲଣ୍ଡର ହକ୍‌ କଞ୍ଜରଭାନ୍ସି ଟ୍ରଷ୍ଟ ମିଳିତଭାବେ ଶାଗୁଣାଙ୍କ ସଂରକ୍ଷଣ ସକାଶେ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ଆରମ୍ଭ କରିଥିଲେ। ତେବେ ପ୍ରଥମ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ୨୦୦୯ ସେପ୍ଟେମ୍ବର ପ୍ରଥମ ଶନିବାର ପାଳନ କରାଯାଇଥିଲା। ପରିବେଶକୁ ପରିଷ୍କାର ରଖିବାରେ ଶାଗୁଣାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ମରିଯାଇଥିବା ଜୀବଜନ୍ତୁ ପଚି ଶଢ଼ି ପରିବେଶକୁ ପ୍ରଦୂଷଣ କରିବା ପୂର୍ବରୁ ଏମାନେ ସେଗୁଡ଼ିକୁ ଖାଇଦିଅନ୍ତି। ପ୍ରତିକୂଳ ସ୍ଥିତିକୁ ଭ୍ରୂକ୍ଷେପ ନ କରି ଏମାନେ ନିଜ କାମରେ ଲାଗିଥାଆନ୍ତି। କିନ୍ତୁ ପରିତାପର ବିଷୟ, ପରିବେଶ ସଫେଇରେ ବିଶେଷ ଭୂମିକା ନିଭାଉଥିବା ଏହି ପକ୍ଷୀଙ୍କ ବଂଶ ଧୀରେ ଧୀରେ ଲୋପ ପାଇଯିବାକୁ ବସିଛି। ଏହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କଲେଣି। ତେଣୁ ଏହି ଦିବସ ଅବସରରେ ପରିସଂସ୍ଥା ସୁରକ୍ଷାକାରୀ ଶାଗୁଣାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ବିପଦଗ୍ରସ୍ତ ଉକ୍ତ ପ୍ରଜାତିଙ୍କ ସଂରକ୍ଷଣ ପ୍ରୟାସକୁ ପ୍ରୋତ୍ସାହିତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁକୁ ସହି ପାରିଲେନି, ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ପଡିଲେ ସ୍ତ୍ରୀ

ବଲାଙ୍ଗୀର ,୨୪।୪ (ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ…

ସଚିନ ତେନ୍ଦୁଲକରଙ୍କ ସେହି ୭ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି

ନୂଆଦିଲ୍ଲୀ,୨୪।୪: ଯେତେବେଳେ ବି କ୍ରିକେଟ କଥା ଆସେ, ସଚିନ ତେନ୍ଦୁଲକରଙ୍କ ନାମ ସର୍ବାଗ୍ରେ ଆସେ। ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସାରା ବିଶ୍ୱରୁ ଅନେକ କିମ୍ବଦନ୍ତୀ…

ବାଇକ୍‌ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ହାଇଓ୍ବା ଚାଳକ, ପରେ ସାଧାରଣ ଦର୍ଶକ ଭାବେ ଆସି…

ବାରଙ୍ଗ,୨୪ା୪(ଲିଙ୍ଗରାଜ ରାଉତ): କଟକ ଜିଲା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ଼ ରେଳ ପୋଲ ନିକଟରେ ବେଆଇନ ମୋରମ ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍‌ଚାଳକଙ୍କ ଜୀବନ ଯାଇଛି। …

ଦମ୍‌ ଦମ୍‌ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଟିଏମସିର ଦୀପ ଲିଭିବା ପୂର୍ବରୁ ଜୋରରେ ଜଳୁଛି’

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରଚାର ଜାରି ରହିଛି । ଏହାରି ଭିତରେ ସେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି । ଟିଏମସିର…

ଅରେଞ୍ଜ କ୍ୟାପର ହକଦାର ହେବେ ବିରାଟ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଶୁକ୍ରବାର IPL 2026 ର ୩୪ତମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ RCB ର ହୋମ…

ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ପରେ ଉତ୍ତର ରଖିଲେ ନଓ୍ବାଜ, କହିଲେ…

ଲାହୋର,୨୪।୪: ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଟି୨୦ ବିଶ୍ୱକପ୍‌ ବେଳେ ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନଓ୍ବାଜ ଆଇସିସି…

ସୁପ୍ରିମକୋର୍ଟ ବିଚାରପତି କହିଲେ ମୁଁ ଖୁସି, କାରଣ ଏତେ ସଂଖ୍ୟକ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି,…

ଅଜିତ ପାୱାରଙ୍କ ଜୀବନ ନେଇଗଲା ‘କଳା ଯାଦୁ’? ମିଳିଲା ଗଛରେ ଝୁଲୁଥିବା ଏକ କଳା ଛେଳି, ଆଶ୍ଚର୍ଯ୍ୟଜନକ ଦାବି କଲେ…

ମୁମ୍ବାଇ,୨୪।୪: ବାରାମତୀ ଭୂମି ଉପରେ ଏହି ନୂତନ ଦାବି ରାଜନୀତି ଏବଂ ସମାଜ ଉଭୟକୁ ଆଲୋଡ଼ିତ କରିଛି। ଅଜିତ ପାୱାରଙ୍କ ମୃତ୍ୟୁ ସମ୍ପର୍କରେ “କଳା ଯାଦୁ”ର ତତ୍ତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri