ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ଭାବେ ବେଶ୍‌ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ସୋନାକ୍ଷୀଙ୍କ ଦମ୍‌ଦାର ଅଭିନୟ ଓ ଦବଙ୍ଗଗିରି ପାଇଁ ପ୍ରଶଂସକ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି। ହେଲେ ଶୁକ୍ରବାର ଗୋଟିଏ ସହଜ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ପ୍ରଶଂସକଙ୍କ ଟ୍ରୋଲର ଶିକାର ହୋଇଛନ୍ତି ଦବଙ୍ଗ ଗର୍ଲ। କଥା ହେଉଛି ଶୁକ୍ରବାର ଟେଲିଭିଜନରେ ପ୍ରସାରିତ କୌନ ବନେଗା କରୋଡପତି କାର୍ଯ୍ୟକ୍ରମର ସ୍ବତନ୍ତ୍ର ଅଧ୍ୟାୟରେ ରାଜସ୍ଥାନ ବାଡ଼ମେରର ରୁମା ଦେବୀ ଓ ସୋନାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ନାରୀ ଶକ୍ତି ସମ୍ମାନ ପାଇଥିବା ରୁମାଦେବୀଙ୍କୁ ସମର୍ଥନ କରିବା ପାଇଁ ସୋନାକ୍ଷୀ କେବିସି କରମବୀରରେ ନଜର ଆସିଥିଲେ। ସେହି ସମୟରେ କାର୍ଯ୍ୟକ୍ରମର ଉପସ୍ଥାପକ ଅମିତାଭ ବଚ୍ଚନ ତାଙ୍କୁ ଏକ ପ୍ରଶ୍ନ କରିଥିଲେ। କିନ୍ତୁ ସୋନାକ୍ଷୀ ଏହାର ଉତ୍ତର ଦେଇପାରି ନ ଥିଲେ। ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ରାମାୟଣ ଅନୁସାରେ ହନୁମାନ କାହା ପାଇଁ ସଞ୍ଜିବନି ଜଡିବୁଟି ଆଣିଥିଲେ ବୋଲି ଅମିତାଭ ସୋନାକ୍ଷୀଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ ଅମିତାଭଙ୍କୁ ନିରାଶ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଙ୍କ ଘରର ନାମ ରାମାୟଣ ହୋଇଥିବା ବେଳେ ପରିବାରରେ ରାମାୟଣର ସମସ୍ତ ଚରିତ୍ରଙ୍କର ନାମ ରହିଛି। ଆଉ ତାଙ୍କୁ ହିଁ ରାମାୟଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ଜଣା ନ ଥିବ ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଅମିତାଭ। ଆଜ୍ଞା ହଁ,ରୁମାଦେବୀଙ୍କୁ ଏହାର ଉତ୍ତର ଜଣା ନ ଥିବା ବେଳେ ସୋନକ୍ଷୀ ପ୍ରଥମେ ସୀତା ଓ ପରେ ରାମ କହିଥିଲେ। ତେବେ ନିଜ ଉତ୍ତରରେ ସନୁଷ୍ଟ ନ ଥିବାରୁ ସେ ଲାଇଫ ଲାଇନର ସାହାଯ୍ୟ ନେଇଥିଲେ। ଆଉ ଏକ୍ସପର୍ଟ ଏହାର ଉତ୍ତର ଲକ୍ଷ୍ମଣ ଦେଇଥିଲେ। ଏହାପରେ ସୋନାକ୍ଷୀ ରାମାୟଣ ବିଷୟବସ୍ତୁଠାରୁ ଯେ ବହୁ ଦୂରରେ ଏହା ସ୍ପଷ୍ଟ ହେବା ସହ ଏହାକୁ ନେଇ ତାଙ୍କ ପ୍ରଶଂସକ ତାଙ୍କୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅନନ୍ୟା ପାଣ୍ଡେଙ୍କ ସହ ତୁଳନା କରିଛନ୍ତି। ଏଥିସହ ଏହାକୁ ନେଇ ଶନିବାର ସୋସିଆଲ ମିଡିଆରେ#YoSonakshiSoDumb ନମ୍ବର ଓ୍ବାନ ଟ୍ରେଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri